ETV Bharat / state

Etv Bharat Special: ସଙ୍କଟରେ ଓଡିଆ ଭାଷା, ଗାଁରେ ଓଡିଆ କହୁନାହାନ୍ତି କି ବୁଝୁନାହାନ୍ତି

author img

By

Published : Aug 22, 2023, 3:45 PM IST

Updated : Aug 22, 2023, 10:56 PM IST

Odia Language crisis in Kotia
କୋଟିଆରେ ଓଡ଼ିଆ ଭାଷା ସଙ୍କଟରେ

କୋଟିଆ ପଞ୍ଚାୟତ ଧୂଳିପଦର ଗାଁରେ କେହି ଓଡିଆ ବୁଝନ୍ତି ନାହିଁ କି କୁହନ୍ତି ନାହିଁ । କଣ ପୂରା ଖବର କାହିଁକି ଧୂଳିପଦରବାସୀ ଓଡିଆ କୁହନ୍ତିନାହିଁ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସଙ୍କଟରେ ଓଡିଆ ଭାଷା

କୋରାପୁଟ: ଗାଁ ଓଡିଶାର ଲୋକ ବି ଓଡିଶାର । ଜନ୍ମ ଆଉ କର୍ମ ସବୁ ଓଡିଶାରେ । ହେଲେ ଗାଁ ନାମ ଓଡିଆରେ ପଢିଲେ ଧୂଳିପଦର ଓ ତେଲୁଗୁରେ ପଢିଲେ ଧୁଲିଭଦ୍ରା । କଥାଟି ଟିକିଏ ଅଜବ ଲାଗୁଥିଲେ ବି କୋରାପୁଟ ଜିଲ୍ଲା କୋଟିଆରୁ କିଛି ଏପରି ଖବର ଆସିଛି । କୋଟିଆ ପଞ୍ଚାୟତରେ ଏମିତି ଏକ ଗାଁ ରହିଛି ଯେଉଁଠି କେହି ଓଡିଆ ବୁଝନ୍ତି ନାହିଁ କି ଓଡିଆ କୁହନ୍ତିନାହିଁ । ଫଳରେ ସେଠାରେ ଓଡିଆ ଭାଷା ଏକ ପ୍ରକାର ସଙ୍କଟରେ ପଡିଛି । ଓଡିଶାର କୋଟିଆ ପଞ୍ଚାୟତ ତଥା ଆନ୍ଧ୍ରପ୍ରଦେଶର ଗଞ୍ଜାଇଭଦ୍ରା ପଞ୍ଚାୟତ ଅନ୍ତର୍ଗତ ଧୂଳିପଦର ଗାଁରୁ କିଛି ଏପରି ଖବର ସାମ୍ନାକୁ ଆସିଛି । ଫଳରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମାବିବାଦର ଜାଲରେ ଛନ୍ଦି ହୋଇପଡିଥିବା କୋଟିଆ ପଞ୍ଚାୟତ ଏବେ ପୁଣି ଚର୍ଚ୍ଚାକୁ ଆସିଛି ।

ଓଡିଶାର କୋଟିଆ ପଞ୍ଚାୟତ ଧୂଳିପଦର ଗାଁ । ଏହା ଓଡ଼ିଶାର ଶେଷ ଗାଁ ନେରେଡିବାଲାସାର ପୂର୍ବବର୍ତ୍ତୀ ଗ୍ରାମ । ସମଗ୍ର ଗାଁରେ ସମସ୍ତେ ଓଡିଆ ହେଲେ ଏଠାରେ ରାଜ କରୁଛି ଆନ୍ଧ୍ର । ଏହି ଗାଁରେ 50ଟି କନ୍ଧ ଜନଜାତିର ଆଦିବାସୀ ପରିବାର ରହୁନ୍ତି। ସେମାନେ ମୂଳତଃ ନିଜ କୂଭି ଭାଷାରେ କଥାବାର୍ତ୍ତା କରନ୍ତି । କିନ୍ତୁ ଆନ୍ଧ୍ର ପ୍ରଦେଶର ସାଲୁର ମଣ୍ଡଳମ ଅନ୍ତର୍ଗର ସାରିକି ହାଟର ନିକଟବର୍ତ୍ତୀ ହୋଇଥିବା ଯୋଗୁଁ ବ୍ୟବସାୟ ଆଧାରରେ ତେଲୁଗୁ ଭାଷାର ପ୍ରଭାବ ସେମାନଙ୍କ ଉପରେ ରହିଥିବା କୁହାଯାଉଛି । ସେମାନେ ସମସ୍ତେ ଓଡିଆ ହେଲେ କେହି ଓଡିଆ ବୁଝନ୍ତି ନାହିଁ କି କୁହନ୍ତି ନାହିଁ । ଓଡିଆ ଭାଷା ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅଜଣା । ଧୂଳିପଦର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଛାଡିଦେଲେ ଆଉ କେହି ହେଲେ ଓଡ଼ିଆ ଶବ୍ଦଟିଏ ଉଚ୍ଚାରଣ କରୁନାହାନ୍ତି ।

ଧୂଳିପଦର ଓଡ଼ିଶାର କୋଟିଆ ପଞ୍ଚାୟତର ମାନଚିତ୍ରରେ ଥିବା ଯୋଗୁଁ ସେମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ପାଇଁ 1971 ମସିହାରେ ଏହି ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରାଯାଇଛି । ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମା ବିବାଦ ଚାଲିଥିବା ବେଳେ ଆନ୍ଧ୍ରପ୍ରଦେଶର ସୀମାକୁ ନିକଟତର ହୋଇଥିବା ଯୋଗୁଁ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ତଥା ରାଜନୈତିକ ନେତୃବୃନ୍ଦ ଏହି ଗ୍ରାମଟିକୁ ସେମାନଙ୍କ ସଭା ସମିତିର ସ୍ଥଳି ଭାବେ ବ୍ୟବହାର କରି ରାଜୁତି କରିବାକୁ ଚେଷ୍ଟା କରୁଛନ୍ତି । ଧୂଳିପଦର ଗାଁରେ ଓଡିଶା ସରକାର ଏକ ବିଦ୍ୟାଳୟ ସ୍ଥାପନା କରିଛନ୍ତି ମାତ୍ର ସ୍କୁଲକୁ ଆସୁଥିବା ପିଲା ଓଡିଆ ଓଡିଆ ଭାଷା ବଦଳରେ ତେଲୁଗୁ ଭାଷା ଅଧିକ ଭଲ କହୁଛନ୍ତି ଫଳରେ ଓଡିଆ ଭାଷା ସଙ୍କଟରେ ପଡିଛି ।

ଏହି ସମସ୍ୟା ନେଇ ଭାଷାବିତ କହିଛନ୍ତି, ''ଓଡ଼ିଆ ଭାଷା ବୁଝୁଥିବା ଶିକ୍ଷକ ଦିନକୁ 24 ଘଣ୍ଟା ଉପସ୍ଥିତି ପିଲାଙ୍କୁ ଓଡିଆ ଭାଷା ବୁଝାଇଲେ ଓଡ଼ିଆ ଭାଷାର ପ୍ରସାର ଦିଗରେ ସହାୟ ହୋଇପାରନ୍ତା । ବିଦ୍ୟାଳୟ ଟିରେ 5T ସ୍କୁଲ ଭଳି ଅଡିଓ ଭିଜୁଆଲ ମାଧ୍ୟମରେ ପିଲାଙ୍କୁ ଓଡ଼ିଆରେ ପଢ଼ାଗଲେ ସେମାନେ ମଧ୍ୟ ଏହି ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ଓ ଏହା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ସହାୟକ ହେବ ।''

ଏହା ବି ପଢନ୍ତୁ...ରାଇପାହାଡ ସୀମା ବିବାଦ; ନଥିପତ୍ର ଦେଖାଇ ନପାରି ଫେରିଗଲା ଆନ୍ଧ୍ର

ଏହା ବି ପଢନ୍ତୁ....ରାଇପାହାଡ ସୀମା ବିବାଦକୁ ନେଇ ପ୍ରଶାସନ ଅଧିକାରୀଙ୍କ ମିଳିତ ବୈଠକ, ଏଥର ବି ନଥିପତ୍ର ଦେଖାଇବାରେ ଫେଲ ଆନ୍ଧ୍ର

ଆନ୍ଧ୍ର ସୀମାନ୍ତକୁ କୋରାପୁଟ ଜିଲ୍ଲାର ପ୍ରାୟ 50ରୁ ଅଧିକ ଗାଁ ଲାଗିଛି । ସେଠାକାର ବାସୀଙ୍କୁ ସମସ୍ତ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଛି ଆନ୍ଧ୍ର । ଓଡିଶାରେ ରହି ତେଲୁଗୁ କହିବା ଓଡିଆ ନବୁଝିବା ଏହାର ପ୍ରମାଣ । ଓଡିଶାର ଅବହେଳାରୁ ଅଧିକ ସୀମାବର୍ତ୍ତୀ ଗାଁ ଯାବତ୍ୟ ସମସ୍ୟା ରହିଛି ଫଳରେ ବାଧ୍ୟ ହୋଇ ସେମାନେ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।ଏପରି ସ୍ଥିତି ଦେଖି ଲାଗୁଛି ସୀମାବର୍ତ୍ତୀ ଗାଁ ଗୁଡିକ ଧୀରେ ଧୀରେ ହାତରୁ ଖସିବାକୁ ଲାଗିଛି । ଓଡିଶା ସରକାର କେବେଳ ମାମଲା ରୁଜୁ ସହ ନିର୍ଦ୍ଦେଶନାମ ଜାରି ରଖି ଚୁପ ବସିଲେ ହେବ ନାହିଁ ଏ ଦିଗରେ ରାଜ୍ୟ ସରକାରଙ୍କୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କେଲେ ଧୂଳିପଦରରେ ଓଡିଆ ଭାଷା ବଞ୍ଚି ପାରନ୍ତା ।

ଇଟିଭି ଭାରତ, କୋରାପୁଟ

Last Updated :Aug 22, 2023, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.