ETV Bharat / state

ରାଇପାହାଡ ସୀମା ବିବାଦକୁ ନେଇ ପ୍ରଶାସନ ଅଧିକାରୀଙ୍କ ମିଳିତ ବୈଠକ, ଏଥର ବି ନଥିପତ୍ର ଦେଖାଇବାରେ ଫେଲ ଆନ୍ଧ୍ର

author img

By

Published : Jul 28, 2023, 1:10 PM IST

Odisha Andhra Raipahad Border Dispute
ରାଇପାହାଡ ସୀମା ବିବାଦକୁ ନେଇ ବୈଠକ

ରାଇପାହାଡ ସୀମା ବିବାଦକୁ ଓଡିଶା ଓ ଆନ୍ଧ୍ର ରାଜ୍ୟ ପ୍ରଶାସନ ମଧ୍ୟରେ ଏକ ମିଳିତ ବୈଠକ ବସିଛି । ଅଧିକ ପଢନ୍ତୁ

ରାଇପାହାଡ ସୀମା ବିବାଦକୁ ନେଇ ପ୍ରଶାସନ ଅଧିକାରୀଙ୍କ ମିଳିତ ବୈଠକ

କୋରାପୁଟ: ରାଇପାହାଡ କାହାର? ଓଡିଶାର ନା ଆନ୍ଧ୍ରର । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଗେଲୁର ପଞ୍ଚାୟତ ସୀମାନ୍ତ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ରାଇପାହାଡକୁ ନିଜର ବୋଲି ଦାବି କରି ଆସୁଥିବା ଆନ୍ଧ୍ର ପ୍ରଶାସନ ଅନୁପ୍ରବେଶ କରି ସେଠାକାର ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଆସୁଥିବା ନିକଟରେ ଖବର ମିଳିଥିଲା । ରାଇପାହାଡ ସୀମା ବିବାଦକୁ ଦୁଇ ରାଜ୍ୟ ପ୍ରଶାସନ ମଧ୍ୟରେ ବାରମ୍ବାର ମିଳିତ ବୈଠକ ବସୁଛି ହେଲେ ନିଷ୍କର୍ଷ ବାହାରି ପାରୁନାହିଁ । ଗୁରୁବାର ବସିଥିବା ମିଳିତ ବୈଠକରେ ଅନ୍ଧ୍ର ପ୍ରଶାସନ ମ୍ୟାପ ଆଣି ନଥିବାକୁ ଆଲୋଚନା ହୋଇପାରିନାହିଁ ।

ଏହା ପୂର୍ବରୁ ଗତ ଜୁଲାଇ 13 ତାରିଖରେ ଦୁଇ ରାଜ୍ୟ ପ୍ରଶାସନ ମଧ୍ୟରେ ବୈଠକ ବସିଥିଲା । ଆନ୍ଧ୍ର ଅଧିକାରୀଙ୍କ ପାଖରେ କୌଣସି ତଥ୍ୟ ନଥିବାରୁ ସେମାନେ ପରବର୍ତ୍ତୀ ବୈଠକରେ ତଥ୍ୟ ଦେବେ ବୋଲି କହିଥିଲେ । ଗୁରୁବାର ପୁଣି ଚାଟୁଆ ଆଇବିରେ ବସିଥିବା ବୈଠକରେ ଆନ୍ଧ୍ର ମ୍ୟାପ ଆଣିନଥିଲା ଫଳରେ ବୈଠକରେ କୌଣସି ଆଲୋଚନା ହୋଇପାରିନାହିଁ । ଆନ୍ଧ୍ର ନିଜ ଦାବି ଉପସ୍ଥାପନା କରିବାରେ ଓଡିଶା ନିକଟରେ ପରାଜିତ ହୋଇଥିଲେ ହେଁ ଆନ୍ଧ୍ରର ଇଚ୍ଛାନୁସାରେ ପରବର୍ତ୍ତୀ ସମୟରେ ଆଉ ଏକ ତାରିଖରେ ଚର୍ଚ୍ଚା କରିବାକୁ ପ୍ରସ୍ତାବ ଦେଇ ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ଚକମା ଦେଇ ଆନ୍ଧ୍ର ତାର କୁଟିଳ ଚାଲ ଖେଳିଥିବା ଚର୍ଚ୍ଚା ହେଉଛି ।

ଚାଟୁଆ ସୀମାରେ ସ୍ଥିତି ଏପରି ଥିବା ବେଳେ କୋଟିଆ ପଞ୍ଚାୟରେ ମଧ୍ୟ ଓଡିଶା ଓ ଆନ୍ଧ୍ର ଅଧିକାରୀ ମୁହାଁମୁହିଁ ହୋଇ କଥା କଟାକଟି ହୋଇଥିଲେ । ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ର ଅଧିକାରୀଙ୍କୁ ଜ଼ିଲ୍ଲା ପରିଷଦ ଅଧକ୍ଷା ସସ୍ମିତା ମେଲକା, ଆନ୍ଧ୍ର ଗୋ ବ୍ୟାକ ନାରା ଦେଇ ଆନ୍ଧ୍ର ଅଧିକାରୀଙ୍କୁ ତୀବ୍ର ବିରୋଧ କରିଥିଲେ । ଜ଼ିଲ୍ଲା ପରିଷଦ ଅଧକ୍ଷାଙ୍କ ବିରୋଧ ଯୋଗୁଁ ଆନ୍ଧ୍ର ଅଧିକାରୀ ଫେରିଯାଇଥିଲେ ହେଁ ସେତେବେଳକୁ ସେମାନେ ଫାଟୁସିନେରୀରେ ସଭା ଆୟୋଜନ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କରାଇବା ସହ ଜଗନ୍ ସୁରକ୍ଷା କିଟ ବାଣ୍ଟିବାରେ ସକ୍ଷମ ହୋଇଥିଲେ l ଅପରପକ୍ଷରେ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଦ୍ୱାରା କୋଟିଆ ପଞ୍ଚାୟତ ଅନ୍ତର୍ଗତ ମାଡକାର, ହରମାଣ୍ଡିଙ୍ଗି, ଫାଟୁସିନେରୀ, ଫଗୁଣସିନେରୀ ଓ ପାନାକୁବାଲାସାରେ 50 ଜଣ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି ।

ଏହା ବି ପଢନ୍ତୁ...ରାଇପାହାଡ ସୀମା ବିବାଦ; ନଥିପତ୍ର ଦେଖାଇ ନପାରି ଫେରିଗଲା ଆନ୍ଧ୍ର

ପ୍ରକାଶଥାଉ କି, 1936ରୁ ରାଇପାହାଡ ଓଡିଶାରେ ରହିଛି । ହେଲେ ଏହାକୁ ନିଜର ବୋଲି ଦାବି କରି ଆସୁଛି ଆନ୍ଧ୍ର । ବସିଥିବା ମିଳିତ ବୈଠକରେ ରାଇପାହାଡ ଓଡିଶାର ବୋଲି ମ୍ୟାପରେ ପ୍ରଶାସନ ଅଧିକାରୀ ଦର୍ଶାଇ ଥିବାବେଳେ ଆନ୍ଧ୍ର କିନ୍ତୁ ମ୍ୟାପ ଆଣିନାହିଁ । ତେଣୁ ବୈଠକରେ କୌଣସି ଆଲୋଚନା ହୋଇନାହିଁ । ଆଉ ଏକ ଦିନରେ ବୈଠକ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.