ETV Bharat / state

କୋରାପୁଟର ଶସ୍ୟ ଜାତୀୟ ଦ୍ରବ୍ୟରେ ରହିଛି ଭରପୁର ପୁଷ୍ଟିସାର

author img

By

Published : Sep 26, 2021, 7:55 AM IST

କୋରାପୁଟି ଜିଲ୍ଲାର ଶସ୍ୟ ଜାତୀୟ ଦ୍ରବ୍ୟରେ ରହିଛି ଭରପୁର ପୁଷ୍ଟିସାର । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ହୋଇଛି ପୌଷ୍ଟିକ ଆହାର ପ୍ରଦର୍ଶନୀ । ବିଶେଷ କରି ମାଳ ଅଞ୍ଚଳର ମାଣ୍ଡିଆ, ସୁଆଁ,ଡାଲି,କୋଳଥ, ଭଳି ଶସ୍ୟ ଜାତୀୟ ଦ୍ରବ୍ୟରେ ରହିଛି ଭିଟାମିନ । ଅଧିକ ପଢନ୍ତୁ...

Koraput food grains are rich Nutrition
କୋରାପୁଟର ଉତ୍ପାଦିତ ଶସ୍ୟ ଜାତୀୟ ଦ୍ରବ୍ୟରେ ରହିଛି ଭରପୁର ପୁଷ୍ଟିସାର

କୋରାପୁଟ: ଜାତୀୟ ଅପପୃଷ୍ଟି ପୁନର୍ବାସ କେନ୍ଦ୍ର ପକ୍ଷରୁ ପୌଷ୍ଟିକର ଖାଦ୍ୟ ପ୍ରଦର୍ଶନୀ । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପରିସରରେ କାର୍ଯ୍ୟ କରୁଛି ଜାତୀୟ ଅପପୃଷ୍ଟି ପୁନର୍ବାସ କେନ୍ଦ୍ର । ମାଣ୍ଡିଆ, ସୁଆଁ , ଡାଲି ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରିରହିଛି ବୋଲି ଜାତୀୟ ଅପପୃଷ୍ଟି ପୁନର୍ବାସ କେନ୍ଦ୍ର ପରିଚାଳିକା ସୂଚନା ଦେଇଛନ୍ତି ।

କୋରାପୁଟର ଶସ୍ୟ ଜାତୀୟ ଦ୍ରବ୍ୟରେ ରହିଛି ଭରପୁର ପୁଷ୍ଟିସାର

ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ କୋରାପୁଟର ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଜାତୀୟ ଅପପୃଷ୍ଟି ପୁନର୍ବାସ କେନ୍ଦ୍ରରେ ଆୟୋଜିତ ହୋଇଛି ପୌଷ୍ଟିକ ଆହାର ପ୍ରଦର୍ଶନୀ । ଏହି କାର୍ଯ୍ୟକ୍ରମରେ ଜାତୀୟ ଅପପୃଷ୍ଟି ପୁନର୍ବାସ କେନ୍ଦ୍ରରେ ପରିଚାଳିକା ଯୋଗ ଦେଇଥିଲେ । ଜିଲ୍ଲାରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ଅଙ୍ଗନବାଡି ମାନଙ୍କୁ ଦାୟିତ୍ବ ଦିଆଯାଇଛି । ଜିଲ୍ଲାର ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ଦ୍ବାରା ସ୍ଥାନୀୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ପ୍ରକ୍ରିୟାକରଣ କରି ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉଛି । କୋରାପୁଟ ବ୍ଲକର କୋଲାବରେ ଛତୁଆ ପ୍ରସ୍ତୁତ କରି ସମଗ୍ର ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ଦେଉଥିବା ସଂଘର ସଦସ୍ୟ କହିଛନ୍ତି ।

ତେବେ ଗାଁ ଗହଳିରେ ମହିଳା କାମ କରିବାକୁ ବାହାରକୁ ଚାଲିଯାଉଥିବା ଯୋଗୁଁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଦେବାର ଦାୟିତ୍ବ ଅଙ୍ଗନବାଡି କେନ୍ଦ୍ର ଉପରେ ନ୍ୟସ୍ତ କରାଯାଇଛି । ତେବେ ଅନେକ ସମୟରେ ଜିନିଷର ବଜାର ଦର ଠାରୁ ସରକାରୀ ଅନୁଦାନ କମ ରହୁଥିବା ଯୋଗୁଁ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯେତିକି ମାତ୍ରାରେ ଦେବାକଥା ସେତିକି ଯୋଗାଇ ହେଉନଥିବା ଅଙ୍ଗନବାଡି କର୍ମୀ ସ୍ପଷ୍ଟ କରିଛନ୍ତି ।

ଅପପୃଷ୍ଟି ରୋକିବା ପାଇଁ ଚାଲିଛି ବିଭିନ୍ନ କାର୍ଯ୍ୟକ୍ରମ । ଉପଯୁକ୍ତ ଖାଦ୍ୟ ଅଭାବ ତଥା ପୁଷ୍ଟିକର ଖାଦ୍ୟ ଅଭାବ ଯୋଗୁଁ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି । ଭାରତ ଏକ ଜନବହୁଳ ରାଷ୍ଟ ହୋଇଥିବାବେଳେ ଏଠାରେ ଲୋକଙ୍କୁ ଉପଯୁକ୍ତ ପରିମାଣରେ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ଉପଯୁକ୍ତ ଖାଦ୍ୟ ଅଭାବ ଯୋଗୁଁ ଶୈଶବରୁ ହିଁ ବିଭିନ୍ନ ରୋଗର ଶୀକାର ହୋଇଥାନ୍ତି ଛୋଟ ଶିଶୁ । ଯାହା ଦେଶରେ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ସରକାର ମଧ୍ୟ ଅପପୃଷ୍ଟି ରୋକିବା ପାଇଁ ବିଭିନ୍ନ ଯୋଜନା କରୁଛି ।

ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କୁ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନ କରୁଛନ୍ତି । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟସାର ଅଭାବ ଯୋଗୁଁ ଛୋଟଛୋଟ ଶିଶୁ ବିଭିନ୍ନ ରୋଗର ମଧ୍ୟ ଶିକାର ହୋଇଥାନ୍ତି । ଜିଲ୍ଲାରେ ୩୦ ପ୍ରତିଶତ ଶିଶୁ ଅପପୃଷ୍ଟିର ଶିକାର ହୋଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବେଶ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ହୋଇଥାଏ । ଯେ ଭଳିକି ମାଣ୍ଡିଆ, ସୁଆଁ,ଡାଲି,କୋଳଥ ଭଳି ଶସ୍ୟ ଜାତୀୟ ଖାଦ୍ୟ ଉତ୍ପାଦନ ହୋଇଥାଏ ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.