ETV Bharat / state

ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର କାହାଣୀ 'ଦ ଲାଷ୍ଟ ହିରୋସ'

author img

By ETV Bharat Odisha Team

Published : Sep 18, 2023, 2:50 PM IST

ଦେଶକୁ ସ୍ୱାଧୀନତା ଆଣିଦେଇଥିବା ଅନେକ ସଂଗ୍ରାମୀ ଏବେବି ଇତିହାସର ପୃଷ୍ଠାରେ ସ୍ଥାନ ପାଇନାହାନ୍ତି ।ଭାରତବର୍ଷର ବିଭିନ୍ନ ରାଜ୍ୟରେ ଅନେକ ଏଭଳି ସଂଗ୍ରାମୀ ରହିଛନ୍ତି ଯେଉଁମାନଙ୍କ ନାଁ ସାମ୍ନାକୁ ଆସି ପାରିନାହିଁ । ସେହିଭଳି ଅନେକ ସଂଗ୍ରାମୀଙ୍କ ଜୀବନୀକୁ ନେଇ ସାମ୍ବାଦିକ ପି .ସାଇନାଥ ଲେଖିଛନ୍ତି ‘ଦ ଲାଷ୍ଟ ହିରୋସ’ ପୁସ୍ତକ । ଅଧିକ ପଢ଼ନ୍ତୁ

'ଦ ଲାଷ୍ଟ ହିରୋସ'
'ଦ ଲାଷ୍ଟ ହିରୋସ'

'ଦ ଲାଷ୍ଟ ହିରୋସ'

କୋରାପୁଟ: ଦେଶକୁ ସ୍ୱାଧୀନତା ଆଣିଦେଇଥିବା ଅନେକ ସଂଗ୍ରାମୀ ଏବେବି ଇତିହାସର ପୃଷ୍ଠାରେ ସ୍ଥାନ ପାଇନାହାନ୍ତି । ଦେଶ ସ୍ୱାଧୀନତାରେ ଅନେକ ସାଧାରଣ ଜନତାଙ୍କ ଥିଲା ଅମୂଲ୍ୟ ଅବଦାନ । ଭାରତର ସ୍ବାଧୀନତା କେବଳ କିଛି ଅକ୍ସଫୋର୍ଡ ଫେରନ୍ତା ୫ ରୁ ୬ ଜଣ ପ୍ରମୁଖ ବ୍ୟକ୍ତିଙ୍କ ଦ୍ବାରା ନୁହେଁ ବରଂ ଦେଶର କୋଣ ଅନୁକୋଣରେ ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରୁଥିବା ସାଧାରଣ ସଂଗ୍ରାମୀଙ୍କ ଅସାଧାରଣ ଲଢ଼େଇର ପରିଣାମ ବୋଲି ଜାତୀୟ ତଥା ଅନ୍ତର୍ଜାତିୟ ସ୍ତରରେ ଖ୍ଯାତି ଅର୍ଜନ କରିଥିବା ବିଶିଷ୍ଟ ଇତିହାସକାର ତଥା ସାମ୍ବାଦିକ ପି. ସାଇନାଥ ମତ ରଖିଛନ୍ତି ।

ଭାରତବର୍ଷର ବିଭିନ୍ନ ରାଜ୍ୟରେ ଅନେକ ଏଭଳି ସଂଗ୍ରାମୀ ରହିଛନ୍ତି ଯେଉଁମାନଙ୍କ ନାଁ ସାମ୍ନାକୁ ଆସି ପାରିନାହିଁ । ସେହିଭଳି ଅନେକ ସଂଗ୍ରାମୀଙ୍କ ଜୀବନୀକୁ ନେଇ ସାମ୍ବାଦିକ ପି.ସାଇନାଥ ଲେଖିଛନ୍ତି ‘ଦ ଲାଷ୍ଟ ହିରୋସ’ ପୁସ୍ତକ ।

ଏହି ପୁସ୍ତକରେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ଅଧିକ ସ୍ବାଧୀନତା ସଂଗ୍ରାମୀ ଙ୍କ କାହାଣୀ ସ୍ଥାନ ପାଇଥିବା ସାଇନାଥ ଜଣାଇଛନ୍ତି । ଏହି ପୁସ୍ତକରେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀ ସାଲିହାନଙ୍କ ଅବଦାନ, ପାନୀମୋରା ଗ୍ରାମର ସାମୁହିକ ସ୍ବାଧୀନତା ଆନ୍ଦୋଳନ, ନବରଙ୍ଗପୁରର ମହମ୍ମଦ ବାଜିଙ୍କ ଦ୍ବାରା ମହାତ୍ମାଗାନ୍ଧୀଙ୍କୁ ଭେଟିବା ପାଇଁ ନବରଙ୍ଗପୁରରୁ ଦିଲ୍ଲୀ ସାଇକେଲ ଯାତ୍ରା ଓ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ଦ୍ବାରା ନେତାଜୀ ସୁବାଷ ବୋଷଙ୍କ ଦ୍ବାରା ପ୍ରତିଷ୍ଠିତ ଇଣ୍ଡିଆନ ନ୍ୟାସନାଲ ଆର୍ମୀରେ ଯୋଗ ଦେବା ଭଳି ସ୍ୱଳ୍ପ ଚର୍ଚିତ ସ୍ବାଧୀନତା ସଂଗ୍ରାମର କାହାଣୀ ସ୍ଥାନ ପାଇଥିବା ସେ କହିଛନ୍ତି ।

ସେହି ସମସ୍ତ ଲେଖାର ସାରାଂଶ ସଦ୍ୟ ପ୍ରକାଶିତ ପୁସ୍ତକ ‘ଦ ଲାଷ୍ଟ ହିରୋସ’ ରେ ସ୍ଥାନ ପାଇଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ବାସ୍ତବ ସ୍ବାଧୀନତା ସଂଗ୍ରାମୀ ଙ୍କୁ ଦର୍ଶନ କରିବା ସମ୍ଭବ ହୋଇନପାରେ । ବର୍ତମାନ ବଞ୍ଚିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସର୍ବ କନିଷ୍ଠଙ୍କ ବୟସ 98 ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସ 105 ରହିଥିବା ସାଇନାଥ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ଅନୁବାଦ ସାହିତ୍ୟରେ ଚର୍ଚ୍ଚିତ ଚେହେରା କୋରାପୁଟର ସାହିତ୍ୟିକ ବିଜୟ ପ୍ରଧାନ

ତେଣୁ ସେ ସମସ୍ତଙ୍କ ବିଷୟରେ ଭବିଷ୍ୟତ ପିଢୀ ପାଇଁ କାହାଣୀକୁ ସାଇତି ରଖିବାର ଆବଶ୍ୟକତାକୁ ଅନୁଭବ କରି ଏହି ପୁସ୍ତକ ରଚନା କରିଥିବା ସେ ଜଣାଇଛନ୍ତି । ତେବେ ଅନେକ ଲେଖକ ଅନେକ ବ୍ୟକ୍ତିଙ୍କ ବିଷୟରେ ଲେଖି ଚାଲିଯାଇଥାନ୍ତି । କିନ୍ତୁ ଶ୍ରୀ ସାଇନାଥ ଯେଉଁମାନଙ୍କ ବିଷୟକୁ ନେଇ ଏହି ପୁସ୍ତକ ରଚନା କରିଛନ୍ତି ସେହି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରର ସଦସ୍ୟଙ୍କୁ ଭେଟି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ବାସ୍ତବ ସମ୍ମାନ ପ୍ରଦର୍ଶନ କରିଛନ୍ତି ବୋଲି ଜୟପୁରର ବିଶିଷ୍ଟ ଗବେଷକ ପରେଶ ରଥ ମତ ରଖିଛନ୍ତି ।

ଶ୍ରୀ ସାଇନାଥ ଜୟପୁରରେ ଏକ ସମ୍ବର୍ଦ୍ଧନା ସଭାରେ ଶହୀଦ ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଓ ମହମ୍ମଦ ବାଜିଙ୍କ ପରିବାର ବର୍ଗଙ୍କୁ ଭେଟି ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ତାଙ୍କ ଜୀବନର ବର୍ଣ୍ଣନାକୁ ନେଇ ରଚିତ ପୁସ୍ତକ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.