ETV Bharat / state

୨୭ରେ କୋରାପୁଟ ଯିବେ ନବୀନ ! ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

author img

By

Published : Nov 21, 2021, 8:07 PM IST

୨୭ରେ କୋରାପୁଟ ଯିବେ ନବୀନ: ବାଣ୍ଟିବେ ସ୍ମାର୍ଟ କାର୍ଡ !
୨୭ରେ କୋରାପୁଟ ଯିବେ ନବୀନ: ବାଣ୍ଟିବେ ସ୍ମାର୍ଟ କାର୍ଡ !

ଆସନ୍ତା ୨୭ରେ କୋରାପୁଟ ଓ ନବରଙ୍ଗପୁରକୁ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ଜିଲ୍ଲାର 3.7 ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାରେ ଯୋଜନା ମଧ୍ୟ ରହିଛି । ଅଧିକ ପଢନ୍ତୁ

କୋରାପୁଟ: ଆସନ୍ତା ୨୭ରେ କୋରାପୁଟ ଓ ନବରଙ୍ଗପୁରକୁ ଗସ୍ତ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସେ ଜିଲ୍ଲାର 3.7 ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବାରେ ଯୋଜନା ମଧ୍ୟ ରହିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଯୋଜନାରେ 1589ଟି ଚିହ୍ନଟ ହୋଇଥିବା ରୋଗ ମଧ୍ୟରୁ 46ଟି ରୋଗର ଚିକିତ୍ସା ସ୍ଥାନୀୟ ସରକାରୀ ଚିକିତ୍ସାଳୟ ଓ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ବିନା ଖର୍ଚ୍ଚରେ ହୋଇପାରିବ ।

୨୭ରେ କୋରାପୁଟ ଯିବେ ନବୀନ: ବାଣ୍ଟିବେ ସ୍ମାର୍ଟ କାର୍ଡ !

ଯାହା ଦ୍ବାରା ଗରିବ ଲୋକେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ । ଏହାସହ ବେସରକାରୀ ହସପିଟାଲରେ ମଧ୍ୟ ସ୍ବାସ୍ଥ୍ୟ ସେବା ପାଇପାରିବେ ହିତାଧିକାରୀ । ଏହି କ୍ରମରେ କୋରାପୁଟ ଓ ଜୟପୁରରେ ଗୋଟିଏ ଲେଖାଏଁ ବେସରକାରୀ ହସ୍ପିଟାଲକୁ ଚୟନ କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଚାରୋଟି ବେସରକାରୀ ହସ୍ପିଟାଲକୁ ବିନା ଖର୍ଚ୍ଚରେ ଗରିବ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ପାଇଁ ତାଲିକା ଭୁକ୍ତ କରାଯାଇଛି । ଏହି ସମସ୍ତ ବେସରକାରୀ ହସ୍ପିଟାଲରେ ପୁରୁଷଙ୍କ ପାଇଁ 5 ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.