ETV Bharat / state

ରାଜଧାନୀରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏମବିଏ ଛାତ୍ର ଗିରଫ

author img

By ETV Bharat Odisha Team

Published : Nov 10, 2023, 9:43 AM IST

ରାଜଧାନୀରେ ସୀମା ଟପୁଛି ବର୍ବରତା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଏମବିଏ ଛାତ୍ର ଗିରଫ । ଅଧିକ ପଢନ୍ତୁ

Minor girl raped
Minor girl raped

ଭୁବନେଶ୍ବର: ରାଜଧାନୀରେ ପୁଣି ଲଜ୍ଜା। ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏମବିଏ ଛାତ୍ରଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଯୁବକ ହେଉଛି ଦିଲ୍ଲୀପ ଲାକ୍ରା । ମେଡିକାଲ୍‌ ଯାଞ୍ଚ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଉଭୟଙ୍କ ପରିବାର ଗୋଟିଏ ଆପାର୍ଟମେଣ୍ଟ୍‌ରେ ରହୁଥିବା ବେଳେ ଅଭିଯୁକ୍ତ ଏପରି କାଣ୍ଡ ଭିଆଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ନାବାଳିକା ଓ ଅଭିଯୁକ୍ତ ଗୋଟିଏ ଆପାର୍ଟମେଣ୍ଟରେ ରୁହନ୍ତି । ଉଭୟ ପରିବାର‌ ମଧ୍ୟରେ ଭଲ ସମ୍ପର୍କ ନଥିଲା । ଅନେକ ସମୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଏହି ସମୟରେ ଅଭିଯୁକ୍ତର ସଂସ୍ପର୍ଶରେ ଆସିଥିଲା ନାବାଳିକା ଜଣଙ୍କ । ବୟସରେ ବଡ଼ ହୋଇଥିବାରୁ ସେ ଦିଲ୍ଲୀପକୁ ଅଙ୍କଲ ଡାକି ମିଳା ମିଶା କରୁଥିଲେ । ଏହାପରେ ସୋସିଆଲ ମିଡିଆରେ ପରସ୍ପରକୁ ମେସେଜ୍‌ ମଧ୍ୟ କରନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ନାବାଳିକା ସହ ଆପାର୍ଟମେଣ୍ଟ ପରିସରରେ ଦୁଷ୍କର୍ମ କରିଥିଲା । ଏନେଇ ନାବାଳିକା ପରିବାର ଲୋକଙ୍କୁ ଅବଗତ କରାଇବା ପରେ ଥାନାରେ ଯୁବକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ପରେ ପୋଲିସ ଅଭିଯୁକ୍ତକୁ ଉଠାଇ ଆଣିଥିଲା ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ସୀମା ଟପିଲା ବର୍ବରତା, ଦୁଷ୍କର୍ମ ପରେ 4ଵର୍ଷ ଶିଶୁକନ୍ୟାକୁ ଗଳାକାଟି ହତ୍ୟା !

ଅଭିଯୁକ୍ତ ଜଣଙ୍କ ଏମବିଏ ଷ୍ଟୁଡେଣ୍ଟ ହୋଇଥିବା ବେଳେ ଏକ ଚାକିରି କରୁଥିବା ଜଣାପଡିଛି । ପାରିବାରିକ ଶତ୍ରୁତା ଯୋଗୁଁ ସେ ନାବାଳିକାକୁ ଦୁଷ୍କର୍ମ କରିଥିବା ପୋଲିସ ସମ୍ମୁଖରେ କହିଛି । ପ୍ରାଥମିକ ରିପୋର୍ଟ ଓ ପାରିପାର୍ଶ୍ବିକ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା କମିଶନରେଟ ପୋଲିସ ସୂଚନା ଦେଇଛି ।

ଗତ 7 ତାରିଖରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଜଣେ 4ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଘନିଆ ନାମକ ଜଣେ ଯୁବକ ଶିଶୁକନ୍ୟା ସହ ଅଧିକ ମିଳାମିଶା କରୁଥିବାରୁ ସେ ଏପରି କରିଥିବା ଅଭିଯୋଗ ହୋଇଥିଲା । ସେହି ଦିନ ସନ୍ଧ୍ୟାରେ ଶିଶୁକନ୍ୟାକୁ ଚକୋଲେଟ୍‌ ଦେବ କହି ଘର ଭିତରକୁ ଡାକି ନେଇଥିଲା ଘନିଆ‌ । ପରେ ସେଠାରେ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ସେ ଚିତ୍କାର କରିଥିଲା । ତାକୁ ଚୁପ କରିବାକୁ ଯାଇ ଘନିଆ ଏକ ଧାରୁଆ ଛୁରୀ ଦେଖାଇ ଶିଶୁକନ୍ୟାକୁ ଭୟଭୀତ କରାଇବାକୁ ଚେଷ୍ଟା କରିଥିଲା। ହେଲେ ଛୋଟ ପିଲାଟି ଛୁରୀ ଦେଖି ନ ଡରି ବରଂ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ଯେଉଁଥିପାଇଁ ଘନିଆ ଧାରୁଆ ଛୁରୀରେ ଶିଶୁକନ୍ୟାର ତଣ୍ଟିକାଟି ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇ ପଳାଇଥିଲା । ଏନେଇ ଅଭିଯୁକ୍ତ ଘନିଆ ଦାସ ଚେନ୍ନାଇ ଖସି ଯିବାକୁ ଉଦ୍ୟମ ବେଳେ ତାକୁ ରାହାମରୁ ଗିରଫ କରିଥିଲା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.