ETV Bharat / state

ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

author img

By

Published : Oct 31, 2022, 9:19 PM IST

ଖଣି ମାଫିଆଙ୍କ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀଙ୍କ ନିସ୍ତୁକ ମାଡ଼ ଅଭିଯୋଗ
ଖଣି ମାଫିଆଙ୍କ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀଙ୍କ ନିସ୍ତୁକ ମାଡ଼ ଅଭିଯୋଗ

ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗାଉଡିଆ ପାଟଣା ଗ୍ରାମରେ ଅଭାବନୀୟ ଘଟଣା । ଖଣି ମାଫିଆ ସନ୍ଦେହରେ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା : ଖଣି ମାଫିଆ ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଖଣି ମାଫିଆ ସନ୍ଦେହରେ ବନ କର୍ମଚାରୀ ଯୁବକଙ୍କୁ ନିସ୍ତୁକ ପିଟିଥିବା ନେଇ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗାଉଡିଆ ପାଟଣା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଶୌଚ ହେବାକୁ ଯାଇଥିବା ଜଣେ ଯୁବକଙ୍କୁ ଉଠାଇ ନେଇଥିଲେ ବନ କର୍ମଚାରୀ । ଏହାପରେ ଅଫିସ ଭିତରେ ଲୁହାରଡ ଓ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖଣି ମାଫିଆଙ୍କ ସନ୍ଦେହରେ ଯୁବକଙ୍କୁ ବନ କର୍ମଚାରୀଙ୍କ ନିସ୍ତୁକ ମାଡ଼ ଅଭିଯୋଗ

ସୂଚନାନୁଯାୟୀ, ଗତ ୨୩ ତାରିଖରେ ବନ ବିଭାଗ କର୍ମଚାରୀମାନେ ବେଆଇନ ମାଙ୍କଡ଼ା ପଥର ଖଣିରେ ଚଢାଉ କରିବାକୁ ଯାଇଥିଲେ । ଏହି ସମୟରେ ପଥର ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ମାତ୍ର ବନ କର୍ମାଚାରୀମାନେ ଗୌଡ଼ିଆ ପାଟଣା ଗ୍ରାମରେ ପଶି କେତକ ନିରୀହ ଲୋକଙ୍କୁ ମାଡ଼ ମାରିଥିଲେ । ଫଳରେ ଗ୍ରାମବାସୀମାନେ ଉତ୍ତ୍ୟକ୍ତ ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ:Morbi incident: ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ମାମଲା, 9 ଗିରଫ

ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ବନ କର୍ମଚାରୀମାନେ ମୁକୁଳିଥିଲେ । ତେବେ ରବିବାର ସନ୍ଧ୍ୟାରେ ଉକ୍ତ ଗ୍ରାମର ମନୋରଞ୍ଜନ ଦାସ ଶୌଚ ହେବାକୁ ଘର ନିକରେ ଥିବା ଏକ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ଟାଙ୍ଗୀ ବାନାଞ୍ଚଳରେ କାମ କରୁଥିବା ବନ କର୍ମଚାରୀମାନେ ମନୋଞ୍ଜନଙ୍କୁ ଉଠାଇ ନେଇ ଅଫିସ୍‌ରେ ନିସ୍ତୁକ ମାଡ଼ ମାରିଥିଲେ । ଯୁବକଙ୍କୁ ଜିଲ୍ଲା ତେବେ ଯୁବକଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ବଦଳିବ ପାଗ, କମିବ ଶୀତ

ଯୁବକ ଜଣକ କହିଛନ୍ତି, "ମୁଁ ଶୌଚ ହେବା ପାଇଁ ଯାଇଥିଲି । ଏହି ସମୟରେ କିଛି ଲୋକ ଆସି ପ୍ରଥମେ ମୋ ଭାଇକୁ ଜୋର ଜବରଦସ୍ତ କରି ଗାଡିରେ ଭର୍ତ୍ତି କରିଦେଇଥିଲେ । ଘଟଣା କଣ ହୋଇଛି ଜାଣିବା ପାଇଁ ମୁଁ ଗଲାପରେ ସେଠାରେ ମୋତେ କିଛି ଜଣ ମାଡମାରିଥିଲେ । କେତେକ ବନ କର୍ମଚାରୀ ଜୋର ଜବରଦସ୍ତି ମୋତେ ଏକ ସ୍ଥାନକୁ ନେଇ ମାଡ ମାରିବା ସହ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ମୁଁ ବାରମ୍ବର ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣିନଥିଲେ । ୭ଜଣରୁ ଅଧିକ କର୍ମଚାରୀ ମୋତେ ମାଡ ମାରିଛନ୍ତି । ମୋର କିଛି ଭୁଲ ନଥାଇ ମୋତେ ବାଡେଇଛନ୍ତି, ତେଣୁ ମୁଁ ନ୍ୟାୟ ଚାହୁଁଛି ।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.