ETV Bharat / bharat

Morbi incident: ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ମାମଲା, 9 ଗିରଫ

author img

By

Published : Oct 31, 2022, 6:52 PM IST

Updated : Oct 31, 2022, 7:40 PM IST

Morbi incident: 9 ଅଟକ, ମାମଲା ରୁଜୁ କଲା ପୋଲିସ
Morbi incident: 9 ଅଟକ, ମାମଲା ରୁଜୁ କଲା ପୋଲିସ

ଗୁଜୁରାଟ ମୋର୍ବିରେ ପୋଲ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ନାମରେ ମାମଲା । ବର୍ତ୍ତମାନ ସୁଦ୍ଧା 9 ଜଣଙ୍କୁ ଗିରଫ କରାଯାଇଛି (9 people arrested in Morbi incident) । ଅଧିକ ପଢନ୍ତୁ

ଗାନ୍ଧୀନଗର: ମୋର୍ବି ପୋଲ ଭୁଶୁଡିବା ଘଟଣାରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା । ଘଟଣା ସହ ସମ୍ପୃକ୍ତ ଏକାଧିକ ବିଭାଗର 9 ଜଣଙ୍କୁ ଗିରଫ କରାଯାଇଛି । ତେବେ ପୋଲର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ସ୍ଥାନୀୟ ପୋଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରଥିବା ବେଳେ ଏବେ ସୁଦ୍ଧା 9 ଜଣଙ୍କୁ ଅଟକ ରଖି ତଦନ୍ତ କରାଯିବା ପରେ ସେମାନଙ୍କୁ ଗିରଫ କରାଯାଇଛି (9 people arrested in Morbi incident) । ଗତକାଲି ରାତିରେ ଘଟିଥିବା ଦୁର୍ଘଟଣାରେ 134 ଜଣଙ୍କ ମୃତ୍ୟୁ ହୋଇଥିଲା ।

ପୋଲଟି ଗତ କିଛି ମାସ ମରାମତି ପାଇଁ ବନ୍ଦ ରଖାଯାଇଥିଲା ବେଳେ ଗତ 5 ଦିନ ପୂର୍ବରୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା । ତେବେ ମରାମତିର ଠିକ ପରେ ଖୋଲା ଯାଇଥିଲେ ସୁଦ୍ଧା କାହିଁକି ସୀମିତ ସଂଖ୍ୟକ ଯାତ୍ରୀଙ୍କ ପ୍ରବେଶ ନେଇ କଟକଣା ରହିଲାନି ? ବେଲଗାମ ଭାବେ ଏକକାଳୀନ ଏତେ ସଂଖ୍ୟକ ଯାତ୍ରୀ ପୋଲରେ କିପରି ପ୍ରବେଶ କଲେ, ତାକୁ ନେଇ ପ୍ରଶାସନିକ ଉଦାସୀନତାର ଦିଗ ମଧ୍ୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଘଟଣାର ତ୍ବରିତ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଦାୟିତ୍ବରେ ଥିବା ସଂସ୍ଥା ବିରୋଧରେ ମାମଲା ରୁଜୁ କରି ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା 9 ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜକୋଟ ରେଞ୍ଜ ଆଇଜି ଅଶୋକ ୟାଦବ । କର୍ତ୍ତବ୍ୟରେ ଅବହେଳା ନିମନ୍ତେ ପୋଲିସ ଓରେଭା କମ୍ପାନୀର ଦୁଇ ଜଣ ମ୍ୟାନେଜର, ଦୁଇ ଜଣ ଟିକେଟ କାଟୁଥିବା କିରାଣୀ, ଦୁଇ ଜଣ ଠିକାଦାର ଏବଂ ତିନି ଜଣ ସୁରକ୍ଷାକର୍ମୀ । ସେପଟେ ତଦନ୍ତର ଅଗ୍ରଗତି ସହ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବା ନେଇ ମଧ୍ୟ ଅନୁମାନ କରାଯାଉଛି ।

ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିବା ଏହି ପୁରାତନ ବ୍ରିଜ ମରାମତି ପାଇଁ ଗତ କିଛି ମାସ ଧରି ବନ୍ଦ ରହିଥିଲା । ତେବେ ମରାମତି ସରିବା ପରେ ଗତ 5ଦିନ ପୂର୍ବରୁ ଏହା ସାଧାରଣ ଲୋକଙ୍କ ପାଇଁ ଖୋଲା ଯାଇଥିଲା । ତେବେ ଗତକାଲି ସଂଧ୍ୟାରେ ପୋଲରେ ମାତ୍ରାଧିକ ଭିଡ ଦେଖିବାକୁ ମିଳିଥିଲା । ପୋଲ ଉପରେ ଏକକାଳୀନ ପ୍ରାୟ 4ଶହ ଯାତ୍ରୀ ଚଢିଥିବା ବେଳେ ପୋଲଟି ଭୁଶୁଡି ପଡିଥିଲା । ଶତାଧିକ ଲୋକ ନଦୀଗର୍ଭକୁ ଖସି ପଡିଥିଲେ । ଉଦ୍ଧାର ପାଇଁ ଆର୍ତ୍ତ ଚିତ୍କାର ମଧ୍ୟ କରୁଥିବାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା । ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର ଅପରେସନ ଆରମ୍ଭ କରାଯାଇଥିଲେ ସୁଦ୍ଧା ସମସ୍ତଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 134 ହୋଇଥିଲା ବେଳେ ଅନ୍ୟ କିଛି ଆହତ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 31, 2022, 7:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.