ETV Bharat / state

ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ବଦଳିବ ପାଗ, କମିବ ଶୀତ

author img

By

Published : Oct 31, 2022, 5:53 PM IST

ଆଜିଠୁ ବଦଳିବ ପାଗ । ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ଆଜିଠୁ ବଦଳିବ ପାଗ । ଦକ୍ଷିଣ ଓଡିଶାରେ ଶୀତର ପ୍ରଭାବ କମିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ । ଅଧିକ ପଢନ୍ତୁ

ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ବଦଳିବ ପାଗ
ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ବଦଳିବ ପାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ଆଜିଠୁ ବଦଳିବ ପାଗ । ଫଳରେ ଦକ୍ଷିଣ ଓଡିଶାରେ ଶୀତର ପ୍ରଭାବ କମିବା ସହ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚଆର ବିଶ୍ବାସ ।

ବଙ୍ଗୋପସାଗରରେ ପୂର୍ବାୟୁ ବାୟୁ ପ୍ରଭାବରେ ବଦଳିବ ପାଗ

ଏହା ମଧ୍ୟ ପଢନ୍ତୁ: Morbi disaster In pictures: ଅପେକ୍ଷା କରିଥିଲା ମୃତ୍ୟୁ, ଦେଖନ୍ତୁ ଫଟୋରେ ମୃତ୍ୟୁର ତାଣ୍ଡବ

ବିଶେଷକରି କୋରାପୁଟ, ମାଲକାଗିରି, ଗଜପତି, ରାୟଗଡ଼ାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିବା ବେଳେ ଭୁବନେଶ୍ୱର ୧୯.୪ ଡ଼ିଗ୍ରୀ ଏବଂ କଟକ ୨୦ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି । ଏଥିସହ ସ୍ଵାଭାବିକ ଠାରୁ ରାତ୍ରି ତାପମାତ୍ରା ବର୍ତ୍ତମାନ ୨ରୁ ୩ଡିଗ୍ରୀ କମ୍ ରହିବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Dhamnagar Bypoll: ଭିସି ମାଧ୍ୟମରେ ଧାମନଗରବାସୀଙ୍କୁ ଭୋଟ ମାଗିବେ ବିଜେଡି ସୁପ୍ରିମୋ

ଏନେଇ ପାଣିପାଗ ବିଭାଗ ନିର୍ଦ୍ଦେଶକ କହିଛନ୍ତି," ରାଜ୍ୟରେ ବର୍ତ୍ତମାନ ସମସ୍ତ ସ୍ଥାନରେ ଶୁଖିଲା ପାଗ ରହିଛି । ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇନାହିଁ । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଥିଲା । ଏହାସହ ସିମିଳିଗୁଡାରେ ୧୧.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୩୧.୨ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୯.୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ପ୍ରଥମ ଅକ୍ଟୋବରରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ୧୨୩.୮ ମିଲିମିଟର ରୋକର୍ଡ କରାଯାଇଛି । ତେବେ ଆଗାମୀ ୨୪ ଘଣ୍ଟାରେ କୋରାପୁଟ, ମାଲକାଗିରି, ଗଜପତି, ରାୟଗଡ଼ାର କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ସବୁସ୍ଥାନରେ ଶୁଖିଲା ପାଗ ରହିବ । ତେବେ ୩ ଏବଂ ୪ ତାରଖ ଦିନ ସବୁ ସ୍ଥାନରେ ଶୁଖିଲା ପାଗ ରହିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.