ETV Bharat / state

ବଦଳିବ ପାଗ, ୭୨ ଘଣ୍ଟା ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

author img

By

Published : Jun 19, 2023, 5:53 PM IST

Weather update
ପାଣିପାଗ ସୂଚନା

ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟକୁ ମୌସୁମୀ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ

ପାଣିପାଗ ସୂଚନା

ଭୁବନେଶ୍ବର: ତାତିରୁ ମିଳିବ ତ୍ରାହି, କମିବ ତାପମାତ୍ରା । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନେଇ ସୂଚନା ଦିଆଯାଇଛି । ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମ ବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହେଉଛି । ଏହି ଦୃଷ୍ଟିରୁ ୨୦ରୁ ପାଗ ବଦଳିବ ୨୧ରେ ପ୍ରାକ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଆସନ୍ତା ୨୧ ତାରିଖରେ ସାରା ରାଜ୍ଯରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ରହିଛି । ପରେ ୨୨ରୁ ବର୍ଷାର ପରିମାଣ ବଢିବ । ଏଥିସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ୍ ସ୍ଥିତି ନାହିଁ । କେବଳ ଆସନ୍ତାକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ହିଟ୍ ୱେଭ୍ ଜାରି ହୋଇଛି । ରଥଯାତ୍ରା ପାଇଁ ପାଗ ସମ୍ପୂର୍ଣ୍ଣ ଠିକ ରହିଛି । ଗତକାଲି ପୁରୀରେ ତାପମାତ୍ରା ୩୪ ଡ଼ିଗ୍ରୀ ରହିଥିଲା । ବର୍ତ୍ତମାନ ସୁଦ୍ଧା ପୁରୀ ପାଗ ଭଲ ରହିଛି । ଆର୍ଦ୍ରତା ରହିଲେ ମଧ୍ୟ ମେଘ ଓ ପବନ ପାଇଁ ଗୁଳୁଗୁଳିରୁ ମୁକ୍ତି ମିଳିବ । ମଝିମଝିରେ ପୁରୀରେ ବର୍ଷା ସମ୍ଭାବନା ମଧ୍ୟ ରହିଛି । ଦୁଇ ଦିନ ପରେ ପାଗରେ ଆହୁରି ପରିବର୍ତ୍ତନ ଦେଖାଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଭାଗ ।


ଅନ୍ୟପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ବା ଗ୍ରୀଷ୍ମ ପ୍ରବାହ ପାଣିପାଗ ବିଭାଗ ଜାରି କରାଯାଇଥିବା ବେଳେ ୬ ଜିଲ୍ଲା ଯେପରିକି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର ଓ ଦେଓଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୫ଟି ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ରାଜ୍ୟକୁ କୌଣସି ୱାର୍ଣ୍ଣିଂ ନଥିବା ବେଳେ ଆଜି ଅନେକାଂଶରେ ଖରା କମିଥିବା ଦେଖିବାକୁ ମିଳିଛି । କାରଣ ରାଜ୍ୟରେ କିଛି ସ୍ଥାନରେ ଗତକାଲି କାଳବୈଶାଖୀ ଜନିତ ବର୍ଷା ହୋଇଛି । ଏହାପରେ ଗରମରୁ ଟିକେ ଆଶ୍ବସ୍ତି ମିଳିଛି ।

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାର ବାଣପୁରରେ ସର୍ବାଧିକ ୧୦୦ ମିମି ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଜାରି ରହିଥିବାରୁ ସମ୍ବଲପୁରରେ ସର୍ବାଧିକ ୪୬.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରେ ଗତକାଲି ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.