ETV Bharat / state

ଯୁବପିଢିଙ୍କୁ ନିଶାଠୁ ଦୂରେଇବାକୁ ପ୍ରୟାସ, ଅନଲାଇନରେ ଡ୍ରଗ୍ସ ଡେଲିଭେରି ଚିନ୍ତାଜନକ କହିଲେ ସିପି

author img

By ETV Bharat Odisha Team

Published : Dec 13, 2023, 10:11 PM IST

ରାଜ୍ୟସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନର ବୈଠକ ଅନୁଷ୍ଠିତ
ରାଜ୍ୟସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନର ବୈଠକ ଅନୁଷ୍ଠିତ

Nasha Mukt Bharat Abhiyaan: ରାଜ୍ୟ ସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନର ପ୍ରଥମ ବୈଠକ ଅନୁଷ୍ଠିତ । ଯୁବପିଢିଙ୍କୁ ନିଶାକୁ ଦୁରେଇ ରଖିବାକୁ ରୋଡମ୍ୟାପ ପ୍ରସ୍ତୁତ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନର ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଆଜି ରାଜ୍ୟ ସ୍ତରୀୟ ନିଶାମୁକ୍ତ ଭାରତ ଅଭିଯାନର ୨୮ଜଣିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଏ ନେଇ SSEPDର ମୁଖ୍ୟ ସଚିବ ବିଷ୍ନୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନସିବି ,ପୋଲିସ ଓ ଅବକାରୀ ବିଭାଗର ନିଶା କାରବାର ନେଇ ରଖାଯାଇଥିବା ତଥ୍ୟ ସଭିଙ୍କୁ ଚକିତ କରିଛି । ବୈଠକରେ ଅନଲାଇନରେ ଡ୍ରଗ୍ସ କାରବାର ଓ ଫୁଡ୍ ଡେଲିଭେରି ସଂସ୍ଥାର ଡ୍ରଗସ ଡେଲିଭେରି ନେଇ ପୋଲିସ କମିସନରଙ୍କ କଡ଼ା ବୟାନ ପରେ ନିଶାକୁ କିପରି ଯୁବପିଢିଙ୍କୁ ଦୂରେଇ ରଖିବାକୁ ସେ ନେଇ ପ୍ରସ୍ତୁତ ହୋଇଛି ଉଚ୍ଚସ୍ତରୀୟ ରୋଡ ମ୍ୟାପ୍ ।

ବିଶେଷ କରି ଯୁବପିଢିଙ୍କୁ ନିଶାକୁ ଦୁରେଇ ରଖିବାକୁ ଧ୍ୟାନ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲା କମିଟି ଗଠନ କରାଯାଇଛି । ଏନେଇ ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ସ୍ତରରେ ଧ୍ୟାନ ଦେବାକୁ ଫୋକସ ଦିଆଯାଇଛି । ଏନେଇ ଜିଲ୍ଲା ସ୍ତରରେ ବ୍ଲକ ଏଜୁକେସନ ଅଫିସର, ଜିଲ୍ଲାସ୍ତରୀୟ ଏଜୁକେସନ ଅଫିସରମାନଙ୍କୁ ସେମାନଙ୍କ ଅଞ୍ଚଳର ସ୍କୁଲ କଲେଜ ପାଖରେ ନିଶା ବିକ୍ରି ଓ ପାନ ସିଗାରେଟ ବିକ୍ରି ଆଦି ଉପରେ ଧ୍ୟାନ ଦେବାକୁ କୁହାଯାଇଛି । ସେହିପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରରେ ଅଧିକରୁ ଅଧିକ ଡିଆଡିକ୍ସନ ସେଣ୍ଟର ଖୋଲିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଜାଗା ମିଶନ ଅନିୟମିତତା: ବର୍ଷିଲେ ବିରୋଧୀ, ସ୍ପଷ୍ଟୀକରଣ ରଖିଲା BDA

ମନସ୍ତତ୍ବବିତ ଓ କାଉନସେଲିଂ ଜରିଆରେ ଜିଲ୍ଲା ସ୍ତରରେ ନିଶାନିବାରଣ କେନ୍ଦ୍ର ଜରିଆରେ କିପରି ନିଶା ମୁକ୍ତ ପାଇଁ ବାତାବରଣ ସହ କିପରି ନିଶାଗ୍ରସ୍ତ ଯୁବପିଢି ଓ ଛାତ୍ରଛାତ୍ରୀଙ୍କୁ ସୁଧାରିବା ପାଇଁ ପ୍ରୟାସ ରହିଛି । ସେହିପରି ଯୋଗ, ଧ୍ୟାନ ଓ ଆଧ୍ୟାତ୍ମିକ ବାତାବରଣ ଜରିଆରେ କିପରି ଏନେଇ ନିଶାଗ୍ରସ୍ତଙ୍କୁ ନିଶାମୁକ୍ତ ହେବ ସେନେଇ ବିଭିନ୍ନ ସାମାଜିକ ସଂଗଠନ ତଥା ରାମକୃଷ୍ଣ ମିଶନ,ବ୍ରହ୍ମା କୁମାରୀ ଇଶ୍ବରିୟ ବିଶ୍ବବିଦ୍ୟାଳୟ ଆଦି ସଂସ୍ଥାର ସହଯୋଗରେ ପଞ୍ଚାୟତ ଓ ବ୍ଲକ ସ୍ତରରେ ସଚେତନତା ଅଭିଯାନ କଡାକଡି ପାଇଁ ବିଚାର ବିମର୍ଶ ହୋଇଛି ।

ତେବେ କମିସନରେଟ୍ ପୋଲିସରେ ହେଉଥିବା ବସ୍ତି ଚାଲ ଅଭିଯାନ ଓ ନିଶାଡିଙ୍କୁ ନିଶା ନିବାରଣ କେନ୍ଦ୍ର ଜରିଆରେ ନିଶା ଛଡ଼ାଇ ସେମାନଙ୍କୁ ସ୍ବାବଲମ୍ବୀ ହେବାର ବ୍ୟବସ୍ଥା କରି ସାମାଜିକ ସଶକ୍ତିକରଣର ପଦକ୍ଷେପକୁ ମଧ୍ୟ ବୈଠକରେ ପ୍ରଶଂସା କରାଯାଇଛି । ଏବେ ଜିଲ୍ଲା ସ୍ତରରେ କମିଟି ଗଠନ କରାଯାଇଛି । ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସବ୍ କମିଟି ଗଠନ କରି ଆହୁରି ଜୋରଦାର ପାଇଁ ପ୍ରୟାସ କରାଯାଇଛି । ଚଳିତ ବର୍ଷର ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ଵିଣ୍ଟାଲ ଗଞ୍ଜେଇ ସହ ୩୭ କିଲୋଗ୍ରାମ ବ୍ରାଉନ ସୁଗାର ଜବତ ହେଲାଣି । ପୂର୍ବବର୍ଷ ଭଳି ଏହାର ପରିଣାମ ବଢ଼ିଥିବା ବେଳେ ଆହୁରି ଧରପଗଡ ଜୋରଦାର‌ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.