ETV Bharat / state

ଗିରଫ ଭୟରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି, EDରେ ଅର୍ଚ୍ଚନାଙ୍କ ସହ ମୁହାଁମୁହିଁ ଜେରା

author img

By

Published : Dec 17, 2022, 10:47 AM IST

sradhanjali behera in ed
sradhanjali behera in ed

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ଗିରଫ ଭୟରେ ତୃତୀୟ ଥର ପାଇଁ ଇଡିରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା(Sradhanjali Behera Appears Third time in ED) । ଅଧିକ ପଢନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଆଜି ତୃତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ହନିଟ୍ରାପ କୁଇନ ଶ୍ରଦ୍ଧାଞ୍ଜଳି । ସୂଚନାଯୋଗ୍ୟ ଯେ, ଶ୍ରଦ୍ଧାଞ୍ଜଳିଙ୍କ ଆଗୁଆ ଜାମିନ ଖାରଜ କରିଥିଲେ ହାଇକୋର୍ଟ । ଏହାସହିତ ତଦନ୍ତରେ EDକୁ ସହଯୋଗ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗିରଫ ଭୟରେ ଶେଷରେ ଧରା ଛୁଆଁ ଦେଉନଥିବା ଶ୍ରଦ୍ଧାଞ୍ଜଳି ଆଜି ଇଡିକୁ ଆସିଛନ୍ତି । ହାଇକୋର୍ଟର ଆଗୁଆ ଜାମିନ ଆଶା ମଉଳିବା ପରେ ଶେଷରେ ଇଡିର ଶରଣ ପଶିଛନ୍ତି । ଆଜି ଇଡି ଅର୍ଚ୍ଚନା ନାଗ ସହ ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରୁଥିବା ସୂଚନା ରହିଛି । ଦୁହିଁଙ୍କୁ ମୁହାଁମୁହିଁ ଜେରା କରି ଉଭୟଙ୍କ ମୁହଁରୁ କିଛି ରୋଚକ ତଥ୍ୟ ଓଗାଳିବା ପାଇଁ ଚେଷ୍ଟା କରିବ ଇଡି । ଅର୍ଚ୍ଚନା ୬ ଦିନିଆ ରିମାଣ୍ଡରେ ରହିଥିବା ବେଳେ ଆଜି ରିମାଣ୍ଡର ପଞ୍ଚମ ଦିନ । ଅନ୍ୟପଟେ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ୯ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି ଇଡି ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ମାମଲା: ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କଲେ ହାଇକୋର୍ଟ

ପ୍ରକାଶ ଯୋଗ୍ୟ ଯେ, ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଥିଲେ । ତେବେ ଗତ ୧୪ ତାରିଖରେ ଏହାର ଶୁଣାଣି କରି ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଥିଲେ ହାଇକୋର୍ଟ । ଏହା ସହିତ ତଦନ୍ତରେ EDକୁ ସହଯୋଗ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ତଦନ୍ତରେ ସହଯୋଗ କରୁନଥିବା ED ଅଭିଯୋଗ କରିଥିଲା । ଆସନ୍ତା ଜାନୁଆରୀ 17 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.