ETV Bharat / state

ହାଇଦ୍ରାବାଦ ଯାଇଥିଲା ISI ଲିଙ୍କ ITI ଶିକ୍ଷକ, ହିଜବ-ଉତ-ତାହିର ସହ ଥିଲା କି କନେକ୍ସନ ?

author img

By

Published : May 16, 2023, 10:00 PM IST

ISI କୁ ଓଟିପି ସେୟାର କରୁଥିବା ଘଟଣାରେ ଗିରଫ ହୋଇଥିବା ଆଇଟିଆଇ ଶିକ୍ଷକଙ୍କ ହାଇଦ୍ରାବାଦ ଲିଙ୍କ ନେଇ ସନ୍ଦେହ ହେଉଛି । ହାଇଦ୍ରାବାଦରେ ଆତଙ୍କି ଷଡ଼ଯନ୍ତ୍ରରେ ଲିପ୍ତ ଥିବା ହିଜବ-ଉତ-ତାହିର ସହ ତାର କନେକ୍ସନ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ ଯାଇଥିଲା ISI ଲିଙ୍କ ITI ଶିକ୍ଷକ

ଭୁବନେଶ୍ବର: ଓଡ଼ିଶାରୁ ISI ଏଜେଣ୍ଟଙ୍କୁ ସିମ୍ ଓଟିପି ପଠାଉଥିବା ଗ୍ୟାଙ୍ଗ୍ ଗିରଫ ପରେ ଏବେ ଗିରଫ ମାଷ୍ଟରମାଇଣ୍ଡ ITI ଶିକ୍ଷକଙ୍କ ହାଇଦ୍ରାବାଦ ଲିଙ୍କ୍ ପାଇଛି ଏସଟିଏଫ ଟିମ୍ । ଏପରିକି ଗିରଫ ପୁର୍ବରୁ ସେ କିଛିଦିନ ସେଠାରେ ଲୁଚି ରହିଥିବା ବେଳେ ସେଠାରୁ ଥାଇ ମଧ୍ୟ କିଛି ଦିନ ଧରି ନିଜର ଓଟିପି ସେୟାରିଂ ନେଟୱର୍କ ଚଳାଇଥିଲା ବୋଲି ପୋଲିସ କହିଛି । ତେବେ ହାଇଦ୍ରାବାଦରେ ସକ୍ରିୟ ଥିବା ହିଜବ-ଉତ-ତାହିର ସଂଗଠନ ଦ୍ବାରା ତାର ଲିଙ୍କ ଥିବା ନେଇ ପୋଲିସ ସନ୍ଦେହ କରୁଛି ।

ହାଇଦ୍ରାବାଦରେ ଏହି ITI ଶିକ୍ଷକଙ୍କ କେହି ଚିହ୍ନା ପରିଚୟ ବ୍ୟକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି । ଏନେଇ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ବ୍ୟୁରୋ ସହାୟତାରେ ହାଇଦ୍ରାବାଦ ଲିଙ୍କର ଛାନଭିନ ଚଳାଇଛି ଏସଟିଏଫ । ତେବେ ହାଇଦ୍ରାବାଦ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏହି ଶିକ୍ଷକଙ୍କ ହିଜବ-ଉତ୍-ତାହିର ସଂଗଠନ ସହ ସମ୍ପର୍କ ଥିଲା କି ନାହିଁ ବୋଲି ଚର୍ଚ୍ଚା ହେଉଛି । କାରଣ ଓଡ଼ିଶାରୁ ଏହି ୩ ଜଣ ଗିରଫ ହେବା ୨ ଦିନ ପୂର୍ବରୁ ମଧ୍ୟ ହାଇଦ୍ରାବାଦରୁ ସମାନ ଢଙ୍ଗରେ ଆତଙ୍କି ଷଡ଼ଯନ୍ତ୍ର କରୁଥିବା ଏକ ୬ଜଣିଆ ଗ୍ୟାଙ୍ଗକୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ। ଏସବୁ ଗିରଫ ଅଭିଯୁକ୍ତ ହିଜବ-ଉତ୍-ତାହିର ସଂଗଠନ ସହ ମିଶି ଏକ ଷଡ଼ଯନ୍ତ୍ର କରୁଥିବା ଏଟିଏସ (anti Terrorist squad)ର ସୂଚନା ଆଧାରରେ ଗିରଫ କରାଯାଇଥିଲା ।

ଏହା ବି ପଢନ୍ତୁ- ISI ଲିଙ୍କରେ ଓଡିଶାରୁ ଧରାପଡିଲେ ୩ଜଣ, ଶତୃରାଷ୍ଟ୍ର ସହ କରୁଥିଲେ ଦେଶବିରୋଧୀ ଷଡ଼ଯନ୍ତ୍ର !

ଏପରିକି ଏହାର ମାଷ୍ଟରମାଇଣ୍ଡ ମହମ୍ମଦ ସରିଫ ଓରଫ ସୋରଭରାଜ ବୈଦ ୨୦୧୮ରୁ ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ HOD ଭାବେ କାମ କରୁଥିଲା । ତେବେ ଏହି ଲିଙ୍କରେ ଭୋପାଳରୁ ମଧ୍ୟ ୧୦ରୁ ଊର୍ଦ୍ଧ୍ବ ଯୁବକଙ୍କୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ । ଏହି ସଙ୍ଗଠନ ସେଠାରେ କିଛି ଯୁବକଙ୍କୁ ନିଜ ଗ୍ୟାଙ୍ଗର ସାମିଲ କରି ଦେଶ ବିରୋଧୀ ଷଡ଼ଯନ୍ତ୍ର ସହ ଏକ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଧର୍ମ ପରିବର୍ତ୍ତନ ନେଇ ପ୍ରବର୍ତ୍ତାଯାଉଥିଲା । ଏହି ସବୁ ଘଟଣା ଦେଖିଲେ ଓଡ଼ିଶାରୁ ଗିରଫ ହୋଇଥିବା ଆଇଟିଆଇ ଶିକ୍ଷକ ମଧ୍ୟ ସମାନ ଷ୍ଟାଇଲରେ ଯାଜପୁର ଓ ନୟାଗଡର ୨ ଯୁବକଙ୍କୁ ଧରି ଚଳାଇଥିବା ସିମକାର୍ଡ ଓଟିପି ସେୟାରିଂ ପଛରେ ଦେଶବିରୋଧୀ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଛି ।

ଏହା ବି ପଢନ୍ତୁ- Terror Conspiracy in Hyderabad: ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ, ୬ ଗିରଫ

ତେବେ ଏନେଇ ଆଇଜି ଏସଟିଏଫ କହିଛନ୍ତି, "ଏହି ବ୍ୟକ୍ତି ଜଣକ ହାଇଦ୍ରାବାଦରେ ଲୁଚିଥିଲା । ଏ ନେଇ ତଦନ୍ତ ଜାରି ରହିଛି।" ସେପଟେ ଘଟଣା ସମ୍ପର୍କରେ ପୂର୍ବତନ ସେନାଧିକାରୀ ଡିପି ପାଢ଼ୀ କହିଛନ୍ତି, "ଓଡ଼ିଶାର ସିକ୍ୟୁରିଟି କନସର୍ନ କେହି ନାହାନ୍ତି । ସାଇବର ସିକ୍ୟୁରିଟି ପାଇଁ ଏଠି ପ୍ରତ୍ୟେକ ବ୍ୟକ୍ତି ଫସୁଛନ୍ତି । ଏଠାକାର ଲୋକଙ୍କୁ ବ୍ୟବହାର କରାଯାଉଛି ଯୁବପୀଢିଙ୍କୁ ଫସାଇବା ସହଜ ହେଉଛି । ଓଡ଼ିଶାକୁ ସତର୍କ ରହିବାକୁ ପଡିବ। ଓଡ଼ିଶା ଏମିତି ଜାଗା ଜଣେ ଏଠି ଲୁଚିକି ରହିପାରିବ ଏବଂ ଏପରି ଶାନ୍ତ ରାଜ୍ୟରେ କିଛି ବି ଷଡ଼ଯନ୍ତ୍ର କରିପାରିବ। ଜାତୀୟ ସ୍ତରରେ ଏନେଇ ତର୍ଜମାର ଆବଶ୍ୟକ ହେବା ଦରକାର। ଓଡ଼ିଶା ପୋଲିସ ଇଣ୍ଟେଲିଜେନ୍ସ ଅଛି ଏସଟିଏଫ ଅଛି। କିନ୍ତୁ କି ପ୍ରକାର କାମ ହେଉଛି ନ କହିବା ଭଲ ବୋଲି ତେଣୁ ଅଧିକ ତଦନ୍ତ ରୁଟକୁ ଯିବା ଦରକାର।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.