ପ୍ରତିବନ୍ଧକ ସାଜୁଛି ଘନ କୁହୁଡି, ପୂର୍ବତଟ ରେଳପଥର ସ୍ଵତନ୍ତ୍ର ନିରାପତ୍ତା ଅଭିଯାନ

author img

By

Published : Dec 31, 2022, 7:56 AM IST

heavy fog

ରାଜ୍ୟରେ ଘନ କୁହୁଡି ଆଚ୍ଛାଦିତ ଯୋଗୁଁ ଦେଖାଦେଉଥିବା ସମସ୍ୟା ପାଇଁ ଆଗୁଆ ପଦକ୍ଷେପ ନେଲା ପୂର୍ବତଟ ରେଳ ବିଭାଗ । ଯାତ୍ରୀଙ୍କ ସୁରକ୍ଷା ନେଇ ସ୍ବତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପୂର୍ବତଟ ରେଳପଥ (East Coast Railway) ପରିସୀମା ମଧ୍ୟରେ ଅନେକ ସ୍ଥାନରେ ଘନ କୁହୁଡି ଆଚ୍ଛାଦିତ ହେଉଛି । ଯାହା ଟ୍ରେନ ଚଳାଚଳ ପାଇଁ ଏକ ପ୍ରକାରର ବିପଦ ଅଟେ । ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଏକ ସ୍ବତନ୍ତ୍ର ନିରାପତ୍ତା ଅଭିଯାନ ଆରମ୍ଭ କରିଛି । ଟ୍ରେନର ସ୍ଥିତି ଜାଣିବା ପାଇଁ ହେଲ୍ପ ଲାଇନ ନମ୍ବର 139କୁ ବ୍ୟବହାର କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମଥୁରା କାରାଗାରରେ କଂସକୁ ଦୈବବାଣୀ କଲେ ବିଜୁଳି କନ୍ୟା, ବିବ୍ରତ ହେଲେ କଂସ ମହାରାଜ

ଘନ କୁହୁଡି ସମୟରେ ଯାତ୍ରୀଙ୍କ ନିରାପତ୍ତା ଏବଂ ଟ୍ରେନ ଚଳାଚଳ ସମୟରେ ସାଙ୍କେତିକ ପ୍ରଣାଳୀର ଦୃଶ୍ୟମାନ ସ୍ଥିତିକୁ ଦୃଷ୍ଟିରେ ରଖି ଟ୍ରେନ ଗତି ନିୟନ୍ତ୍ରଣ କରିବାକୁ ଟ୍ରେନ ଡ୍ରାଇଭର (ଲୋକୋ ପାଇଲଟ) ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଅଛି । ରେଳ ଚଳାଚଳ ସମ୍ବନ୍ଧରେ ରେଳବାଇ 24 ଘଣ୍ଟିଆ ନଜର ରଖିଛି । କୁହୁଡିର ମୁକାବିଲା ପାଇଁ ବର୍ତ୍ତମାନ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଟ୍ରେନ ଚାଳକ ଓ ଗାର୍ଡମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି ଯେ, ସେମାନେ ଘନ କୁହୁଡି ଅଞ୍ଚଳରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଟ୍ରେନକୁ ଧିରେ ଚଳାଇବେ ।

ଏହା ମଧ୍ୟ ପଢ଼ନ୍ତୁ: ରହସ୍ୟ ଘେରରେ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ, ପୂର୍ବତନ ପୋଲିସ ଡିଜି କହିଲେ ସିବିଆଇ ତଦନ୍ତ ଜରୁରୀ

ଯେହେତୁ ଟ୍ରେନ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତାକୁ ରେଳବାଇ ପକ୍ଷରୁ ପ୍ରାଥମିକତା ଦିଆଯାଉଛି, ସେଥିପାଇଁ କୁହୁଡି ସମୟରେ ସାବଧାନତା ଅବଲମ୍ବନ କରାଯିବାକୁ ପ୍ରତି ଟ୍ରେନ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘନ କୁହୁଡି ଯୋଗୁଁ ଟ୍ରେନ ଦୃଶ୍ୟମାନ ନେହେଲେ କୌଣସି ନିର୍ଦ୍ଦେଶକୁ ଅପେକ୍ଷା ନକରି ଟ୍ରେନ ଚାଳକ ଟ୍ରେନର ବେଗକୁ କମାଇ ପାରିବେ ବା ଚଳାଚଳକୁ ବନ୍ଦ କରିପାରିବେ । ଏହି ସମୟରେ ଟ୍ରେନର ଗତି ଯେପରି ୬୦ କି.ମି. ପ୍ରତି ଘଣ୍ଟା ଅତିକ୍ରମ ନକରେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଘନ କୁହୁଡି ଯୋଗୁଁ ଦୃଶ୍ୟମାନ ହେଉନଥିବା ଅଞ୍ଚଳମାନଙ୍କରେ କ୍ରମାଗତ ଭାବେ ହୁଇସିଲ ମାରିବାକୁ କୁହାଯାଇଛି । ଯେପରିକି ପାଖରେ ଥିବା ଗେଟମ୍ୟାନ ଓ ରାସ୍ତା ବ୍ୟବହାରକାରୀମାନେ ଟ୍ରେନ ଆସୁଥିବାର ସଙ୍କେତ ଶୁଣିପାରିବେ । ଏହା ସହ ଏଭଳି ପରିସ୍ଥିତିରେ ସଂକେତ ପାଇଁ ଟ୍ରେନର ପଛରେ ଏକ ଲାଇଟ୍ ଲଗାଇ ଦିଆଯାଇଛି । ଯେପରି କି ପଛରୁ ଆସୁଥିବା ଟ୍ରେନ ଆଗରେ ଥିବା ଟ୍ରେନର ସ୍ଥିତିକୁ ଦେଖି ପାରିବ । କୁହୁଡି ସମୟରେ ଦିନରେ ମଧ୍ୟ ଏଲ.ଇ.ଡି ଲ୍ୟାମ୍ପ ବ୍ୟବହାର କରିବାକୁ ଗାର୍ଡମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.