Dhanu Yatra: ମଥୁରା କାରାଗାରରେ କଂସକୁ ଦୈବବାଣୀ କଲେ ବିଜୁଳି କନ୍ୟା, ବିବ୍ରତ ମହାରାଜା

author img

By

Published : Dec 30, 2022, 11:10 PM IST

Updated : Dec 31, 2022, 3:50 PM IST

Dhanu Yatra

ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର । ଅଧିକ ପଢନ୍ତୁ

ମଥୁରା କାରାଗାରରେ କଂସକୁ ଦୈବବାଣୀ କଲେ ବିଜୁଳି କନ୍ୟା, ବିବ୍ରତ ମହାରାଜା

ବରଗଡ: ଆରମ୍ଭ ହୋଇଯାଇଛି ୭୫ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ବିଶ୍ବ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ତୃତୀୟ ଦିନରେ ନନ୍ଦରାଜା ଓ ନନ୍ଦରାଣୀ ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି ସେଥିପାଇଁ ଆୟୋଜନ କରିଛନ୍ତି ନନ୍ଦୋତ୍ସବ । ଏପଟେ ମହାରାଜା କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଦର୍ପଣଶୀଳାରେ ପ୍ରହାର କରିବାକୁ ଯିବାବେଳେ ଶୂନ୍ୟରେ ଆର୍ବିଭାବ ହୋଇ ବିଜୁଳି କନ୍ୟା ଦେଇଛନ୍ତି ଦୈବବାଣୀ । ଏହାପରେ ମହାରାଜା କଂସ ଅତ୍ୟନ୍ତ ବିବ୍ରତ ହୋଇପଡ଼ିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ ଗୋପପୁରକୁ ପଠାଇଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ ।

ତେବେ ମଥୁରାରେ ମହାରାଜା କଂସଙ୍କ ରାଜୁତି ଜୋରସୋରରେ ଚାଲିଛି । ପ୍ରଥମେ ଶ୍ୟାମେଶ୍ବର ମହାଦେବଙ୍କୁ ପୂଜାର୍ଚ୍ଚନା କରି ସାରିବା ପରେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି ମହାରାଜ କଂସଙ୍କୁ । ଏହାପରେ ମହାରାଜା କଂସ କାରାଗୃହକୁ ଯାଇ ବିଜୁଳି କନ୍ୟାଙ୍କୁ ଛଡ଼ାଇ ଆଣିଛନ୍ତି ଦେବକୀଙ୍କ କୋଳରୁ । ଦେବକୀ ବାସୁଦେବ ଶିଶୁ କନ୍ୟାକୁ ଛାଡ଼ିଦେବା ପାଇଁ ବହୁ କାକୁତି ମିନତୀ କରିଥିଲେ ମଧ୍ୟ ମାନି ନାହିଁ କଂସ । ଶେଷରେ ଶିଶୁକନ୍ୟାକୁ ପଥର ଶିଳାରେ କଚାଡ଼ିବା ବେଳେ କଂସର ହାତରୁ ଅର୍ନ୍ତଧ୍ୟାନ ହୋଇଛନ୍ତି ବିଜୁଳି କନ୍ୟା ଏବଂ ଶୂନ୍ୟରେ ଆର୍ବିଭାବ ହୋଇ କହିଛନ୍ତି ଦୈବବାଣୀ , ‘ରେ କଂସ ତତେ ବଧିବ ଯିଏ ଗୋପରେ ବଢ଼ୁଛି ସିଏ' । ଏଥିରେ ବ୍ୟତିବସ୍ତ ହୋଇ ମହାରାଜ କଂସ ରାଜଦରବାରକୁ ଫେରିଆସି ମନ୍ତ୍ରୀ ପରିଷଦ ବର୍ଗଙ୍କ ସହ ମନ୍ତ୍ରଣା କରିଛନ୍ତି ।

ଏହା ବି ପଢନ୍ତୁ- ଉଦଘାଟିତ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ରଙ୍ଗମହଲ

ଏହି ସମୟରେ ନାରଦ ପହଞ୍ଚି କଂସ ମହାରାଜାଙ୍କୁ ବିଜମନ୍ତ୍ର ପ୍ରଦାନ କରିଥିବା ବେଳେ କୃଷ୍ଣଙ୍କୁ ମାରିବା ପାଇଁ କଂସ ଆହ୍ବାନ କରିଛନ୍ତି ଷଢ଼ମଲ୍ଲ ସହ ପୁତୁନା ରାକ୍ଷସୀଙ୍କୁ । ତେବେ ପୁତନା, ତୃଣା, ବକା ସକଟା, ଷଣ୍ଡା ଆଦି ରାକ୍ଷସ ରାକ୍ଷସୀ କଂସଙ୍କ ଆଦେଶରେ ବାହାରି ପଡ଼ିଛନ୍ତି ଗୋପପୁରକୁ । ଏହି ଅବସରରେ ମହାରାଜା କଂସ ଆୟୋଜନ କରିଛନ୍ତି ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ।

ଇଟିଭି ଭାରତ, ବରଗଡ

Last Updated :Dec 31, 2022, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.