ETV Bharat / state

Assembly News: ବାହାରେ ଶିକ୍ଷକଙ୍କ ଗର୍ଜନ, ଗୃହରେ ବିରୋଧୀଙ୍କ ହଙ୍ଗାମା, ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ରୁଲିଂ

author img

By

Published : Nov 28, 2022, 10:54 PM IST

Etv Bharatଶିକ୍ଷକ ଆନ୍ଦୋଳନ ନେଇ ସରଗରମ ଗୃହ, ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ରୁଲିଂ
Etv Bharatଶିକ୍ଷକ ଆନ୍ଦୋଳନ ନେଇ ସରଗରମ ଗୃହ, ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ରୁଲିଂ

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହୁଲୁସ୍ତୁଲ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ (Odisha Assembly winter session) । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ବାଧ୍ୟ ହୋଇ ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଶିକ୍ଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ବାଚସ୍ପତିଙ୍କ ରୁଲିଂ ଦାବି କରି ବିକ୍ଷୋଭ କରିଛନ୍ତି ବିରୋଧୀ । ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ । ସେପଟେ ଜବାବ ଦେଲା ବିଜେଡି ।

ଶିକ୍ଷକ ଆନ୍ଦୋଳନ ନେଇ ସରଗରମ ଗୃହ, ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତିଙ୍କ ରୁଲିଂ

ଏହାବି ପଢନ୍ତୁ- Raid Impact: ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ଶିକ୍ଷକଙ୍କ ଆନ୍ଦୋଳନକୁ ନେଇ ହୁଲୁସ୍ତୁଲ ବିଧାନସଭାର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ (Odisha Assembly winter session) । ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟରେ ପ୍ରବେଶ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ । ବାଧ୍ୟ ହୋଇ ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିରୋଧୀ କଂଗ୍ରେସ ଅଭିଯୋଗ କରିଛି ଯେ, ରାଜରାସ୍ତାରେ ଶୀତ ରାତିରେ ଶୋଉଛନ୍ତି । କିନ୍ତୁ ଦୁଃଖର ବିଷୟ ସରକାର କିମ୍ବା ଶିକ୍ଷା ମନ୍ତ୍ରୀ ତାଙ୍କ ପାଖକୁ ଯାଇ ଆଲୋଚନା କରୁନାହାନ୍ତି । ଶିକ୍ଷକଙ୍କ ଦାବି କେତେ ଯଥାର୍ଥ ତାହା ପର କଥା । କିନ୍ତୁ ତୁରନ୍ତ ସରକାର ତାଙ୍କ ସହିତ ଆଲୋଚନା କରନ୍ତୁ । ଲକ୍ଷାଧିକ ଶିକ୍ଷକ ଆନ୍ଦୋଳନରେ ଥିବାରୁ ସ୍କୁଲରେ ପାଠ ପଢା ପ୍ରଭାବିତ ହେବା ସହ ରାଜଧାନୀରେ ଗମନାଗମନ ପ୍ରଭାବିତ ହେଉଛି । ଏପରିକି ଭିଡରେ ଆମ୍ବୁଲାନ୍ସ ଫସି ରହୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । କେବଳ ଶିକ୍ଷକ ନୁହଁନ୍ତି ଅନେକ ଲୋକ ସେଠି ଧାରଣାରେ ବସିଛନ୍ତି । ସରକାର ତୁରନ୍ତ ସେମାନଙ୍କ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।

ଏହାବି ପଢନ୍ତୁ- ଗାନ୍ଧୀମାର୍ଗରେ ମୀନାବଜାର ! ଏପଟେ ଧାରଣା ସେପଟେ କିଣାବିକା

କଂଗ୍ରେସକୁ ସମର୍ଥନ କରିଛି ବିଜେପି । ରାଜ୍ୟର ସ୍ୱାର୍ଥ ଶିକ୍ଷକ ଆନ୍ଦୋଳନ ଚାଲିଛି । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ସମାଲୋଚନା କଲେ ମୋହନ । ଗାନ୍ଧୀ ମାର୍ଗରେ ଶିକ୍ଷକ ବସିଥିବାବେଳେ ପଦ୍ମପୁରରେ ଶିକ୍ଷା ମନ୍ତ୍ରୀ ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ମୋହନ । ସେପଟେ ସରକାରଙ୍କ ପକ୍ଷ ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ଶତପଥୀ । ନବୀନ ପଟ୍ଟନାୟକଙ୍କ ସରକାର ଶିକ୍ଷକଙ୍କ ଉପରେ ଅନେକ ଗୁଡିଏ ନିଷ୍ପତ୍ତି ନେଇଛନ୍ତି । ଏପରିକି ଠିକା ନିଯୁକ୍ତିକୁ ଉଚ୍ଛେଦ କରାଯାଇଛି । ଶିକ୍ଷକ ମାନେ ହିଁ ଏହାକୁ ଐତିହାସିକ ନିଷ୍ପତ୍ତି କହିଛନ୍ତି । କିଛି ଶିକ୍ଷକ ଏଥିରେ ବାଦ ପଡିଛନ୍ତି, ତାକୁ ମଧ୍ୟ ବିଚାରକୁ ନିଆଯିବ ବୋଲି କହିଛନ୍ତି ଅମର । ରୁଲିଂ ଦାବି ବିରୋଧୀ ସଦସ୍ୟ ବିକ୍ଷୋଭ କରିବାରୁ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି ବାଚସ୍ପତି । ସରକାର ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ଏହାବି ପଢନ୍ତୁ- Assembly News: ଅର୍ଚ୍ଚନା ସେକ୍ସ ସ୍କାଣ୍ଡଲକୁ ନେଇ ଗୃହ ସରଗରମ, ଜବାବ ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ମିଳିତ ପ୍ରାଥମିକ ଶିକ୍ଷକ ସଂଘ 3 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି । ପାଖାପାଖି 2 ଲକ୍ଷ ଶିକ୍ଷକ ଭୁବନେଶ୍ୱରରେ ବିକ୍ଷୋଭ କରୁଛନ୍ତି । ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ପକ୍ଷରୁ କେବେ ଓ କିଏ ଶିକ୍ଷକଙ୍କ ସହ ଆଲୋଚନା କରି କଣ ପଦକ୍ଷେପ ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.