ETV Bharat / state

DoT Fest: ଦର୍ଶକଙ୍କୁ ହସାଇ ହସାଇ ବେଦମ କଲେ ସୁନିଲ ଗ୍ରୋଭର

author img

By

Published : Jan 21, 2023, 9:40 AM IST

Updated : Jan 21, 2023, 10:04 AM IST

sixth night of dot fest in bhubaneswar
sixth night of dot fest in bhubaneswar

ଶେଷ ହୋଇଯାଇଛି ଡଟ ଫେଷ୍ଟ ମହୋତ୍ସବର ଷଷ୍ଠ ସନ୍ଧ୍ୟା । ଦର୍ଶକଙ୍କୁ ହସାଇ ହସାଇ ବେଦମ କଲେ ସୁନୀଲ ଗ୍ରୋଭର । ଅଧିକ ପଢନ୍ତୁ

sixth night of dot fest in bhubaneswar

ଭୁବନେଶ୍ବର: ରାଜଧାନୀରେ ହକି ବିଶ୍ବକପ ସାଙ୍ଗକୁ ଡଟ ଫେଷ୍ଟର ମଜା ନେଉଛନ୍ତି ରାଜଧାନୀବାସୀ । ଶୁକ୍ରବାର ଷଷ୍ଠ ସନ୍ଧ୍ୟା ଥିବା ବେଳେ ଆଜି ସପ୍ତମ ଦିନରେ ପହଞ୍ଚିଛି ଡଟ ଫେଷ୍ଟିଭାଲ । ଗତକାଲିର ସନ୍ଧ୍ୟା ବେଶ ମନମୁଗ୍ଧକର ଥିଲା । ଏଲଓଏଲ ଡଟ ଫେଷ୍ଟ ମଞ୍ଚରେ ଲୋକଙ୍କୁ ହସାଇ ହସାଇ ବେଦମ କଲେ ଲୋକପ୍ରିୟ ଷ୍ଟାଣ୍ଡଅପ କମେଡିଆନ ସୁନିଲ ଗ୍ରୋଭର । ଏଥିସହ ରାଜଧାନୀରେ ଶୀତୁଆ ରାତିକୁ ଗଣ୍ଠର ଯାଦୁରେ ରଙ୍ଗୀନ କଲେ ଶିଳ୍ପା ରାଓ ଓ ଶଶାଙ୍କ ଶେଖର ।

ଶଶାଙ୍କ ଶେଖରଙ୍କ ଗୀତରେ ନାଚିଲେ ଦର୍ଶକ: ପ୍ରଥମେ ଶଶାଙ୍କ ଶେଖର ଆହେ ନୀଳ ଶୈଳ ଗୀତ ଗାନ କରିବା ପରେ ଗୋଟିଏ ପରେ ଗୋଟିଏ ଓଡିଶା ହିଟ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।

ହସେଇ ହସେଇ ବେଦମ କଲେ ସୁନିଲ: ଏହା ପରେ ଷ୍ଟେଜକୁ ଆସିଥିଲେ ଷ୍ଟାଣ୍ଡଅପ କମେଡିଆନ ସୁନିଲ ଗ୍ରୋଭର । ଷଷ୍ଠ ଦିନର ମୁଖ୍ୟ ଆକର୍ଷଣ ସାଜିଥିଲା ସୁନିଲଙ୍କ ମୁଁ ସଫେଇବାଲା ଗୀତ । ହାତରେ ବାଲ୍ଟି ଧରି ନାଚିନାଚି ଷ୍ଟେଜକୁ ଏଣ୍ଟ୍ରି କରି ଶେଷ ପର୍ଯ୍ୟନ୍ତ ନିଜ କମେଡି ଅନ୍ଦାଜରେ ସମସ୍ତକୁ ହସି ହସି ଦେଦମ କରାଇଥିଲେ । ଏହାପରେ ସେ ମସୁର ଡାକ୍ତର ବାବୁ ବା ଡାକ୍ତର ଗୁଲାଟି ରୂପରେ ଆସି ଅନେକ ରୋଗର ନିରାକରଣ କଥା କମେଡି ଅନ୍ଦାଜରେ କହି ଲୋକଙ୍କୁ ହସାଇଥିଲେ ।

ନିଜ କମେଡି ମାଧ୍ୟମରେ ଅନେକ ମହିଳାଙ୍କୁ ମଧ୍ୟ ଷ୍ଟେଜକୁ ଡାକି ହସାଇ ହସାଇ ବେଦମ କରିଥିଲେ ସମସ୍ତଙ୍କୁ । ସବୁଠାରୁ ଆକର୍ଷଣୀୟ ଥିଲା ତାଙ୍କର ଭୁବନେଶ୍ୱରକୁ ନେଇ କରାଯାଇଥିବା କମେଡି । ସେ ଭୁବନେଶ୍ୱରର ଅନେକ ସ୍ଥାନ ଯେପରିକି ଜୟଦେବ ବିହାର, ମାର୍କେଟ ବିଲଡିଂ, ବାପୁଜୀ ନଗର ନା ନେଇ କମେଡି କରିଥିଲେ । ଏସବୁକୁ ନେଇ ତାଙ୍କ କମେଡିରୁ ଜଣାପଡୁଥିଲା ଯେ ସେ ଭୁବନେଶ୍ୱରକୁ ବହୁତ ପାଖରୁ ଜାଣିଛନ୍ତି । ଉପସ୍ଥିତ ଥିବା ଦର୍ଶକଙ୍କୁ ମଧ୍ୟ ଏହା ଖୁବ ପସନ୍ଦ ଆସିଥିଲା ।

ପରେ ପରେ ସେ ଗୁଥି ଚରିତ୍ରରେ କମେଡି କରିଥିଲେ । ଏହି ଚରିତ୍ରରେ ତାଙ୍କର ଅଭିନୟ ଯେତିକି ମଜାଦାର ଥିଲା ସେତିକି ଆକର୍ଷଣୀୟ ମଧ୍ୟ ଥିଲା । ଫଳରେ ଲୋକଙ୍କ ତାଳିରେ କମ୍ପି ଉଠିଥିଲା ଡଟ ଫେଷ୍ଟ ମଞ୍ଚ । କେତେବେଳେ ସେ ଅମିତା ବଚନଙ୍କ ମିମିକ୍ରି କରୁଥିଲେ ତା କେତେବେଳେ ଶାହାରୁଖ, ଅଜୟ ଦେବଗନ ମିମିକ୍ରି କରିଥିଲେ ।

ସେହିପରି କମେଡି ଅନ୍ଦାଜରେ କୌନ ବନେଗା କୋରଡ଼ପତିର ଶୋର ହୋଷ୍ଟିଂ କରିଥିବା ବେଳେ ଦୁଇ ଦମ୍ପତିଙ୍କୁ ପ୍ରଶ୍ନ ପ୍ରଚାରିଥିଲେ । ଏହାପରେ ଷ୍ଟେଜ ଉପରେ ହକିର ମସ୍କଟ ଓଲିକୁ ବିବାହ କରି ନାଚିଥିଲେ । ଆକର୍ଷଣୀୟ ଥିଲା ଯେତେବେଳେ ସେ ଓଲିକୁ ହକିର ପ୍ରଚାର ପାଇଁ ଛାଡ଼ି ଦର୍ଶକଙ୍କ ଭିତରୁ ଜଣଙ୍କୁ ପସନ୍ଦ କରି ବାହା ହୋଇଥିଲେ । ସୁନିଲ ଡାକ୍ତର ଗୁଲାଟି ଓ ଗୁଥି ଚରିତ୍ରରେ ଲୋକଙ୍କୁ ବେଶ ହସାଇ ଥିଲେ । ଷ୍ଟେଜରୁ ଯିବା ପୂର୍ବରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଓଡିଶାକୁ ବେଶ ପ୍ରଶଂସା କରିଥିଲେ ।

ଦର୍ଶକଙ୍କୁ ଝୁମାଇଲେ ଶିଳ୍ପା ରାଓ: ଶେଷରେ ଆସିଥିଲେ ଜଣାଶୁଣା ବଲିଉଡ଼ କଣ୍ଠଶିଳ୍ପୀ ଶିଳ୍ପା ରାଓ । ତୁସେ ନେନା ଲାଗେ ଗୀତ ସହ ଏଣ୍ଟ୍ରି କରି ମୌଲା ମେରୀ ଶୁଭନାଲା ଭଳି ଅନେକ ଲୋକପ୍ରିୟ ଗୀତ ଗାଇ ଲୋକଙ୍କୁ ବେଶ ଝୁମେଇଥିଲେ । ଷ୍ଟେଜରୁ ଲୋକମାମଙ୍କୁ ପାଖକୁ ଯାଇ ବେଶ ମନୋରଞ୍ଜନ କରାଇଥିଲେ । ଆଉ ତାଙ୍କ ଗୀତର ତାଳରେ ବେଶ ଝୁମିଥିଲେ ଦର୍ଶକ । ଶିଳ୍ପାଙ୍କ ଗୀତରେ ଯେମିତି ଶୁକ୍ରବାର ସନ୍ଧ୍ୟାକୁ ରଙ୍ଗୀନ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 21, 2023, 10:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.