ETV Bharat / state

ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMOଙ୍କୁ ଚିଠି

author img

By ETV Bharat Odisha Team

Published : Sep 14, 2023, 10:25 PM IST

ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMO ଙ୍କୁ ଚିଠି
ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMO ଙ୍କୁ ଚିଠି

ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନ ପାଇଁ ପଦକ୍ଷେପ ନିଆଯିବ। ସବୁଠାରେ ସର୍ଭେଲାନସ ବୃଦ୍ଧି କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ। ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ। ଅଧିକ ପଢନ୍ତୁ

ଭୁବନେଶ୍ବର: ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMO ଓ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। କେଶ ବଢ଼ୁଥିବାରୁ ସମସ୍ତ DPHL ରେ ଟେଷ୍ଟ ଓ ପର୍ଯ୍ୟାପ୍ତ ଟେଷ୍ଟିଙ୍ଗ କୀଟ ମହାଜୁଦ ରଖିବାକୁ ନିର୍ଦେଶ । ଏନେଇ ଡାକ୍ତରମାନଙ୍କୁ ସଚେତନ କରାଯିବ।

ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMO ଙ୍କୁ ଚିଠି
ସ୍କ୍ରବ ଟାଇଫସ ଓ ଲେପଟସପାରିଶିଷ ପ୍ରତିକାର ପାଇଁ ସମସ୍ତ CDMO ଙ୍କୁ ଚିଠି

ଏହାବି ପଢନ୍ତୁ- ନବରଙ୍ଗପୁରରେ ସ୍କ୍ରବ ଟାଇଫସ ଆତଙ୍କ, ପ୍ରତିକାର ପାଇଁ ତତ୍ପର ସ୍ବାସ୍ଥ୍ୟ ବିଭାଗ

ଶୀଘ୍ର ଚିହ୍ନଟ ଓ ଜନସାଧାରଣଙ୍କୁ ସଚେତନ ପାଇଁ ପଦକ୍ଷେପ ନିଆଯିବ। ସବୁଠାରେ ସର୍ଭେଲାନସ ବୃଦ୍ଧି କରାଯିବ। ହସ୍ପିଟାଲରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକସ ମହଜୁଦ ପାଇଁ ନିର୍ଦେଶ। ମୃତ୍ୟୁ ଗୁଡିକର ସଠିକ ଭାବେ ତଦନ୍ତ ସହ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ନିର୍ଦେଶ। ରୋଗୀ ଓ ମୃତ୍ୟୁ ତଥ୍ୟ ନେଇ ଷ୍ଟେଟ ସର୍ଭେଲାନସ ୟୁନିଟକୁ ଅବଗତ କରାଯିବ। ଏହି ରୋଗ ସାଧବାଣି ପୋକରୁ ହେଉଛି। ତେବେ ମୂଷା ହେଉଛି ଏହାର ପ୍ରାଥମିକ ବାହକ। ଯଦି ସାଧବାଣି ପୋକ ମୁଷାକୁ କାମୁଡିବା ପରେ ମଣିଷକୁ କାମୁଡିଵ, ତେବେ ସ୍ରବ ଟାଇଫସ ହେବ। ତୁରନ୍ତ ପରୀକ୍ଷା କରିବାକୁ ଆହ୍ବାନ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସୂଚନା ଅନୁଯାୟୀ, ରାଜ୍ୟରେ ବଢ଼ୁଛି ସ୍କ୍ରବ ଟାଇଫସ ରୋଗ। ସର୍ବାଧିକ କେସ କେନ୍ଦୁଝରରୁ ଦେଖିବାକୁ ମିଳୁଛି। ଏହାକୁ ଚିହ୍ନିବା କଷ୍ଟକର। ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଲା ବିନ୍ଧା ଲାଗି ରହିବା ଏହାର ଲକ୍ଷଣ। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଏ ରୋଗ ରାଜ୍ୟରେ ପୂର୍ବରୁ ମଧ୍ୟ ଦେଖାଦେଇଛି। ବିଲ ବା ଜଙ୍ଗଲ ଯାଉଥିବା ଲୋକଙ୍କୁ ଏହା ଅଧିକ ହୋଇଥାଏ। ଶରୀରର ଯେଉଁ ସ୍ଥାନକୁ କାମୁଡେ ସେଠାରେ ସ୍କିନ ଡେଡ ହୋଇଯାଏ। ଯାହାକୁ ଏଚାର ବୋଲି କୁହାଯାଏ । ଏହାର ପରୀକ୍ଷା ସବୁ ଜିଲ୍ଲା ହସ୍ପିଟାଲରେ ଏଲିଶା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି। ରୋଗ ଚିହ୍ନଟ ହେଲେ ଚିକିତ୍ସା ସହଜ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଏଥିରେ ସାଧାରଣ ଆଣ୍ଟି ବାୟୋଟିକ କାମ ଦେବ। ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡି ଥାଏ ସେଠାରେ ସ୍କିନ ଡେଡ ହୋଇଯାଏ। ଏହାର ପରୀକ୍ଷା ସମସ୍ତ ଜିଲ୍ଲା ହସ୍ପିଟାଲର ଡିପିଏଚଏଲରେ ଏଲିଶା ପଦ୍ଧତିରେ ପରୀକ୍ଷା କରାଯିବା ନେଇ ବ୍ୟବସ୍ଥା ରହିଛି। ତେବେ ଏହି ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହେଲେ ଏହାର ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.