ETV Bharat / state

ନବରଙ୍ଗପୁରରେ ସ୍କ୍ରବ ଟାଇଫସ ଆତଙ୍କ, ପ୍ରତିକାର ପାଇଁ ତତ୍ପର ସ୍ବାସ୍ଥ୍ୟ ବିଭାଗ

author img

By ETV Bharat Odisha Team

Published : Sep 14, 2023, 2:00 PM IST

ଜିଲ୍ଲାରେ ବୃଦ୍ଧି ପାଉଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରତିକାର ପାଇଁ ପଦକ୍ଷେପ । ଅଧିକ ପଢନ୍ତୁ

scrub typhus  diseases
scrub typhus diseases

scrub typhus diseases

ନବରଙ୍ଗପୁର: ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଉଛି ।

ତେବେ ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି । ହେଲେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁଭଳି ଭାବେ ସଚେତନତା ଓ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ କରାଯିବା କଥା ତାହା କରାଯାଉନି । ତେବେ ସ୍କ୍ରବ ଟାଇଫସ ଏକ ଜୀବାଣୁ ଜନିତ ରୋଗ । ସାଧାରଣତଃ ଜୁଲାଇରୁ ନଭେମ୍ବର ମାସରେ ସ୍କ୍ରବ୍ ଟାଇଫସ ସଂକ୍ରମଣ ଦେଖିବାକୁ ମିଳିଥାଏ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ । ତେବେ ରୋଗ ଚିହ୍ନଟ ହେଲେ ଚିକିତ୍ସା ପଦ୍ଧତି ସହଜରେ ହୋଇଥାଏ ।

ସ୍କ୍ରବ ଟାଇଫସ ଲକ୍ଷଣ: ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଆଉ ମଧ୍ୟ ଯେଉଁସ୍ଥାନରେ କୀଟ( ଚିଗାର) କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ ଓ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଏ । ସେହି ସ୍ଥାନକୁ ଏଚାର ବୋଲି କୁହାଯାଏ । ସେହିପରି ସ୍କ୍ରବ ଟାଇଫସ ରୋଗର ଚିକିତ୍ସା ପଦ୍ଧତି ମଧ୍ୟ ଅତି ସହଜ । ରୋଗ ଚିହ୍ନଟ ହେଲେ ଚିକିତ୍ସା ଅତି ସହଜରେ ହୋଇଥାଏ । ଏହାର ପରୀକ୍ଷା ରାଜ୍ୟର ସବୁ ଜିଲ୍ଲା ହସ୍ପିଟାଲରେ ଏଲିସା ପଦ୍ଧତିରେ ହେବାର ବ୍ୟବସ୍ଥା ରହିଛି । ଆଉ ଏଥିରେ ସାଧାରଣ ଆଣ୍ଟି ବାୟୋଟିକ କାମ ଦେଇଥାଏ । ତେଣୁ ଏହି ସ୍କ୍ରବ ଟାଇଫସ ରୋଗ ଚିହ୍ନଟ ହେଲେ ଏହାର ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ବଢ଼ୁଛି ସ୍କ୍ରବ ଟାଇଫସ ରୋଗ, କେନ୍ଦୁଝରରେ ସର୍ବାଧିକ ମାମଲା

ତେବେ ପୂର୍ବରୁ ଓଡ଼ିଶା ରେ ସ୍କବ୍ ଟାଇଫସ ଦେଖିବାକୁ ମିଳୁ ନ ଥିବା ବେଳେ ବିଗତ କିଛି ବର୍ଷ ହେବ ଏଥିରେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେଉଛନ୍ତି । ବୟସ୍କଙ୍କ ତୁଳନାରେ ଛୋଟ ପିଲା ଏଥିରେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଙ୍ଗନୱାଡି କର୍ମୀ, ଏ ଏନ ଏମ, ସ୍ବାସ୍ଥ୍ୟ କର୍ମୀଙ୍କୁ ଏନେଇ ତାଲିମ୍ ଦିଆଯାଉଛି । ଏଥିସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡ. କାଳୀ କୃଷ୍ଣ ବେହେରା ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.