ETV Bharat / state

ଚାକିରି କରୁଥିଲେ ଜଙ୍ଗଲରେ, ସମ୍ପତି ଠୁଳ କରୁଥିଲେ ସହରରେ !

author img

By ETV Bharat Odisha Team

Published : Aug 25, 2023, 9:08 PM IST

Updated : Aug 25, 2023, 10:04 PM IST

rayagada DFO bijay kumar parida arrested
ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ

ଚାକିରି କରୁଥିଲେ ଜଙ୍ଗଲରେ, ସମ୍ପତି ଠୁଳ କରୁଥିଲେ ସହରରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା । କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଲେ ଭୁବନେଶ୍ବର ଭିଜିଲାନ୍ସ ଏସପି ଅନୁପମା ଜେମ୍ସ । ଅଧିକ ପଢ଼ନ୍ତୁ

ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ

ଭୁବନେଶ୍ବର: ଗିରଫ ହେଲେ ରାୟଗଡ଼ା ଡିଏଫ୍‌ଓ ବିଜୟ କୁମାର ପରିଡ଼ା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ନିର୍ଦ୍ଦେଶାଳୟ । ଆୟଠାରୁ ୨୦୮ପ୍ରତିଶତ ଅଧିକ ସମ୍ପତି ଠୁଳ କରି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି ଡିଏଫଓ ବିଜୟ କୁମାର ପରିଡ଼ା । ୨ଟି କୋଠା, ଫ୍ଲାଟ ଓ ୧୭ଟି ପ୍ଲଟ ବିଜୟଙ୍କ ନାମରେ ଅଛି । ତାଙ୍କଠାରୁ ୬୫୦ ଗ୍ରାମ ସୁନା ଏବଂ ୧.୨୪ ନଗଦ ଟଙ୍କା ଜବତ କରାଯାଇଥିଲା ।

ଟଙ୍କା ଖର୍ଚ୍ଚ ହେଉଥିଲା ପାଣି ପରି ଜଙ୍ଗଲ ପଡୁଥିଲା ଟାଙ୍ଗରା ଭୁଇଁ । ବୃକ୍ଷ ରୋପଣ ନାଁରେ ଠକେଇ ଅଭିଯୋଗ ଆସିବା ପରେ ଶେଷରେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା । ଆୟଠାରୁ ୨୦୮ଗୁଣା ସମ୍ପତି ଠୁଳ କରିବା ତାଙ୍କ ପାଇଁ ଭାରି ପଡ଼ିଛି । ସରକାରୀ କର୍ମଚାରୀ ହୋଇ ଦୁର୍ନୀତିରେ ସମ୍ପୃକ୍ତି ରହିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗିରଫ କରିଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ସିନା ଜଙ୍ଗଲ ବିଭାଗରେ ଡିଏଫ୍‌ଓ ଚାକିରି କରୁଥିଲେ । ହେଲେ ଅଧିକାଂଶ ସମ୍ପତ୍ତି ସହରରେ ଠୁଳ କରୁଥିଲେ । ଅର୍ଥାତ୍ ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସହରରେ ୧୭ଟି ପ୍ଲଟ୍‌ ତାଙ୍କର ଏବଂ ପତ୍ନୀଙ୍କ ନାଁରେ ରଖିଥିବା ଠାବ କରିଛି ଭିଜିଲାନ୍ସ ଟିମ୍ । କଟକରେ ୯୫୦୦ ସ୍କୋୟାର ଫୁଟର ତିନି ମହଲା କୋଠା ରହିଛି । ଦେଖିଲେ ଆଖି ଖୋସି ହେଲା ଭଳି ଡିଜାଇନ ଆଉ ଚାକଚକ୍ୟ କୋଠା, ଯାହାର ମୂଲ୍ୟ କେବଳ ଏକ କୋଟି ୮୦ଲକ୍ଷ ଟଙ୍କା । ସେହିପରି ଭୁବନେଶ୍ବର ରସୁଲଗଡ଼ରେ ତିନିତାଲା କୋଠା ସମେତ ଏକ ଫ୍ଲାଟ ମଧ୍ୟ ଠାବ କରିଛି ଭିଜିଲାନ୍ସ । ବିଭିନ୍ନ ସ୍ଥାନରେ ଠୁଳ ରହିଥିବା ୧ ଲକ୍ଷ ୨୪ହଜାର ୮୦୦ଟଙ୍କା ମଧ୍ୟ ଭିଜିଲାନ୍ସ ରେଡ୍ ବେଳେ ଜବତ ହୋଇଛି । ଏକ କାର ସମେତ ଏକାଧିକ ବ୍ୟାଙ୍କ୍‌ ଆକାଉଣ୍ଟ ଓ ଲକ୍ ମଧ୍ୟ ଠାବ ରଖାଯାଇଛି । ଯାହାକୁ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଏହା ମଧ୍ୟ ପଢ଼ନ୍ତୁ: କୋଟିପତି ରାୟଗଡା ଡିଏଫଓ, ଚଢାଉ ପରେ ଗିରଫ କଲା ଭିଜିଲାନ୍ସ

୧୭ଟି ପ୍ଲଟ୍‌ ମଧ୍ୟରୁ କେବଳ ଭୁବନେଶ୍ଵରରେ ୮ଟି ପ୍ଲଟ୍‌ ରଖିଛନ୍ତି ବିଜୟ । ଦୁର୍ନୀତିରେ ସମ୍ପୃକ୍ତି ଥିବା ନେଇ ଭିଜିଲାନ୍ସ ଅଭିଯୋଗ ପାଇବା ପରେ ରେଡ୍‌ କରିଥିଲା । ଏକକାଳୀନ ୭ଟି ସ୍ଥାନରେ ୮ଜଣ ଡିଏସ୍‌ପି ସମେତ ୬ ଇନସ୍ପେକ୍ଟର ରେଡ୍‌ କରିଥିଲେ । ଚଢ଼ାଉ ବେଳେ ଗୋଟିଏ ପରେ ଗୋଟିଏ ପ୍ଲଟର ସୁରାକ ପାଇଥିଲେ । ତେବେ କେବଳ ସେ ନୁହଁନ୍ତି ବଲାଙ୍ଗୀର ସଇଁତଳାରେ ମଧ୍ୟ ବ୍ଲକ୍‌ ଏଜୁକେସନ ଅଫିସର ଆକାଉଣ୍ଟ ଭାବେ କାମ କରୁଥିବା ଠିକା କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଏନ୍‌ପିଏସ୍‌ ସ୍କିମ୍‌ରେ ଡିଏନ୍‌ ଆଲାଉନ୍ସ କରିଦେବାର ଲୋଭ ଦେଇ ୧୮ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି । ଦୁର୍ନୀତି ନିବାରଣ ନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ କଠୋର ଅଭିଯାନ ଜାରି ରହିଛି । ଲାଞ୍ଚ ବା ଲାଞ୍ଚ କାରବାର କରୁଥିବା ଲୋକଙ୍କ ଉପରେ ନଜର ରଖିଛି ଭିଜିଲାନ୍ସ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 25, 2023, 10:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.