ETV Bharat / state

Ratha Yatra 2023: ରାଜଧାନୀରେ ବଡଦାଣ୍ଡର ଭ୍ରମ, ଏକାମ୍ରକ୍ଷେତ୍ରରେ ଉତ୍ତରରୁ ଉପକଣ୍ଠ ଗଡିଲା ରଥ

author img

By

Published : Jun 21, 2023, 8:22 AM IST

Ratha Yatra 2023
Ratha Yatra in bhubaneswar

ଭୁବନେଶ୍ୱରରେ ଧୁମଧାମରେ ହୋଇଛି ରଥଯାତ୍ରା । ରଥମୟ ହୋଇଥିଲା ଏକାମ୍ରକ୍ଷେତ୍ର । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଜନସମୁଦ୍ର । ଅଧିକ ପଢନ୍ତୁ

Ratha Yatra in bhubaneswar

ଭୁବନେଶ୍ବର: ହୋ ଭକତେ ଦିଅ ହରିବୋଲ ରଥରେ ବିରାଜିଛନ୍ତି କାଳିଆ ସାଆନ୍ତେ... ଘଣ୍ଟ ଘଣ୍ଟା ସାଙ୍ଗକୁ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଏକାମ୍ରକ୍ଷେତ୍ର । ତିନି ଦିଅଁଙ୍କୁ ରଥାରୁଢ ଦେଖି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ଚକାନୟନକୁ ଦେଖି ଭିଜିଥିଲା ରାଜଧାନୀର ହଜାର ହଜାର ଭକ୍ତଙ୍କ ଆଖି । ପୂର୍ବାହ୍ନରୁ ସନ୍ଧ୍ୟା ଯାଏ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହୋଇଥିଲା ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରାଜଧାନୀରେ ରଥଯାତ୍ରା ବଡଦାଣ୍ଡର ଭ୍ରମ ସୃଷ୍ଟି କରିଥିଲା । ଏକାମ୍ରର କ୍ଷେତ୍ରରେ ଉତ୍ତରରୁ ଉପକଣ୍ଠ ଜମିଥିଲା ଘୋଷଯାତ୍ରା ।

ଭୁବନେଶ୍ୱରରେ ଧୁମଧାମରେ ହୋଇଛି ରଥଯାତ୍ରା । ରଥ ଭକ୍ତମୟ ହୋଇଥିଲା ଏକାମ୍ରକ୍ଷେତ୍ର । ବିଭିନ୍ନ ସ୍ଥାନରେ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ବଡଦାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା । ରଥାରୁଢ଼ ତିନି ଠାକୁରଙ୍କୁ ଦେଖିବା ପାଇଁ ବିଭିନ ସ୍ଥାନରେ ଭକ୍ତଙ୍କ ଗହଳ ଚହଳ ଲାଗିଥିଲା । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଲୋକଙ୍କ ଗହଣରେ ରଥଯାତ୍ରା ଥିଲା ବେସ ମନୋରମ ହୋଇଥିଲା । ପଟିଆ କିଟ୍ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଠାରୁ ଆରମ୍ଭ କରି ଆରସିଏମ ରଥଯାତ୍ରା । ସେହିପରି ୟୁନିଟ ୮ରଥଯାତ୍ରା ଠାରୁ ଆରମ୍ଭ କରି କାକରୁଦ୍ରପୁର,ପଟିଆ,ଶୈଳଶ୍ରୀ ବିହାର, ସେକ୍ରେଟାରୀ ଏଟ ଜଗନ୍ନାଥ ମନ୍ଦିରର ରଥଯାତ୍ରା ବେଶ ଧୁମଧାମରେ ପାଳନ ହୋଇଥିଲା । ଭୁବନେଶ୍ୱରରେ ତିନି ନିର୍ବାଚନ ମଣ୍ଡଳୀର ରଥଯାତ୍ରାରେ ଅଧିକ ଗହଳ ଚହଳ ଦେଖିବାକୁ ମିଳିଥିଲା । ଏକାମ୍ର ନିର୍ବାଚନମଣ୍ଡଳୀ ଠାରୁ ଆରମ୍ଭ କରି ଉତ୍ତର ନିର୍ବାଚନ ମଣ୍ଡଳୀ ଅଞ୍ଚଳ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀର କାକରୁଦ୍ରପୁର ରଥଯାତ୍ରା ବେସ ଧୁମଧାମରେ ଲୋକଙ୍କ ଗହଣରେ ହୋଇଥିଲା ସମ୍ପର୍ଣ୍ଣ ହୋଇଛି ।

ଘଣ୍ଟଘଣ୍ଟା, ମୃଦଙ୍ଗ, ଖୋଳ କରତାଳ ସହ ଭକ୍ତଙ୍କ ଭଜନ କୀର୍ତ୍ତନରେ କମ୍ପୁଥିଲା ଗଗନପବନ । ଜୟ ଜଗନ୍ନାଥ ଧ୍ୱନୀରେ ରଥଦାଣ୍ଡ ହେଉଥିଲା ପ୍ରକମ୍ପିତ । ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ବା କିଟ୍ ଦ୍ବାରା ଆୟୋଜିତ ରଥଯାତ୍ରାରର ଏକ ବିଶେଷତ୍ୱ ଥିଲା ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ‌ । ପାଗ ଅନୁକୂଳ ଥିବାରୁ ଘୋଷଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ଛୋଟ ପିଲା ବୟସ୍କ ଆବାଳ ବୃଦ୍ଧ ସମସ୍ତେ ଏକାଠି ହୋଇଥିଲେ । ପାଖାପାଖି ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତ ସମାଗମ ହୋଇଥିଲା । ଏଠାରେ ପୁରୀ ରଥ ପରି ସୁସଜ୍ଜିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ତିନି ରଥକୁ ଟାଣିବା ସହ ଭକ୍ତମାନେ ତିନି ଠାକୁରଙ୍କ କୃପା ଲାଭ କରିଥିଲେ । ସେହିପରି ୟୁନିଟ ୮ଠାରେ ମଧ୍ୟ ଏଥର ରଥଯାତ୍ରା ପାରମ୍ପରିକ ବାଦ୍ୟ ଓ ଘୋଡ଼ା ନାଚରେ କମ୍ପିଥିଲା‌ । ୟୁନିଟ ୮ଜଗନ୍ନାଥ ମନ୍ଦିରରୁ ଗୋଟିଏ ରଥରେ ତିନି ଠାକୁର ବିଜେ ହୋଇ ଓୟୁଏଟି ଝାଡେଶ୍ବରି ମନ୍ଦିର ପର୍ଯ୍ୟନ୍ତ ମାଉସୀମା ଘରକୁ ଆସିଥିଲେ ।

ସେହିପରି ଚନ୍ଦ୍ରଶେଖରପୁର ଠାରେ ମଧ୍ୟ ଆରସିଏମ ଜଗନ୍ନାଥ ମନ୍ଦିରର ରଥଯାତ୍ରା ବେଶ ଧୁମଧାମ ହୋଇଥିଲା । ରଥାରୁଢ ସାଆନ୍ତେଙ୍କୁ ଦେଖିବା ସହ ଜାଭିୟର ଛକରୁ ନାଲକୋ ଛକ ଲୋକାରଣ୍ୟ ହୋଇଥିଲା । ଲୋକେ ରାସ୍ତା କଡ଼ରେ ତିନି ଠାକୁରଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ବେଳେ ଆଉ ଅନେକ ଭକ୍ତ ମଧ୍ୟ ରଥ ଟାଣି ଆତ୍ମସନ୍ତୋଷ ଲାଭ କରିଥିଲେ‌ । ସେହିପରି ଶୈଳଶ୍ରୀ ବିହାରର ରଥଯାତ୍ରା ସମେତ , ପଟିଆ ଜଗନ୍ନାଥ ମନ୍ଦିରର ରଥଯାତ୍ରା ସାମିଲ ହୋଇ ଆତ୍ମତୃପ୍ତି ଲାଭ କରିଥିଲେ । ସେହିପରି ବରମୁଣ୍ଡା ଜଗନ୍ନାଥ ମନ୍ଦିରରେ ମଧ୍ୟ ବେଶ ଧୁମଧାମରେ ସମ୍ପର୍ଣ୍ଣ ହୋଇଥିଲା ରଥଯାତ୍ରା ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.