ETV Bharat / state

Odisha Weather: ପଶ୍ଚିମା ଝଡ ପ୍ରଭାବ, ରାଜ୍ୟରେ ବର୍ଷା ସମ୍ଭାବନା

author img

By

Published : Mar 9, 2023, 7:32 PM IST

Odisha Weather
Odisha Weather

ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

Odisha Weather

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ତାତିରୁ ମିଳିଛି ଆଶ୍ବସ୍ତି । ଆସନ୍ତା 24 ଘଣ୍ଟାରେ କୋରାପୁଟ, ରାୟଗଡା, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଆସନ୍ତାକାଲି(ଶୁକ୍ରବାର) ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ସେହି ସବୁ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୋଳ, ଦେଓଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ,ଯାଜପୁର, ଢେ଼ଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା,କୋରାପୁଟ । ଏଥିସହ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ୧୧ ତାରିଖରେ ଖୋର୍ଦ୍ଧା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପଶ୍ଚିମା‌ ଝଡ଼ ପ୍ରଭାବ ଯୋଗୁଁ ପାଗ ମେଘୁଆ ସହ ବର୍ଷା ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଭୁବନେଶ୍ଵରରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ପାଖାପାଖି ରହିଥିବା ପାଣିପାଗ ବିଭାଗର ସୂଚନା ।

ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଛି । ବୌଦ୍ଧରେ ଦିନର ତାପମାତ୍ରା ସର୍ବାଧିକ ୩୮.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହାକୁ ନେଇ ରାଜ୍ୟର ଅନେକ ସ୍ଥାନରେ ପାଖାପାଖି ସ୍ୱାଭାବିକ ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୫ ଦିନରେ ପାଗରେ କିଛିଟା ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି ।

ତେବେ 2 ଦିନ ପରେ ପୁଣି ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ବିଭାଗ । କାରଣ ଧୀରେ ଧୀରେ ସେତେବେଳକୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ କମିବା ନେଇ ଅନୁମାନ କରାଯାଉଥିବା କହିଛି ବିଭାଗ । ତେଣୁ ପଶ୍ଚିମା ଝଡ କମିଲେ ପୁଣି ଶୁଷ୍କ ବାୟୁର ପ୍ରବାହ ଆରମ୍ଭ ହେବ ସହ ଆକାଶ ମେଘ ମୁକ୍ତ ରହିବ । ଏହାକୁ ନେଇ ଆଗାମୀ ୩ ଦିନ ପରେ ପୁଣି ପାଗ ଶୁଖିଲା ରହିବା ସହ ତାପମାତ୍ରା ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟରେ ଖରାର ପ୍ରକୋପ କମ ରହିବ ତେଣୁ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.