ETV Bharat / state

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, 15ରୁ ଭିଜିବ ଉପାନ୍ତରୁ ଉପକୂଳ

author img

By ETV Bharat Odisha Team

Published : Nov 13, 2023, 5:55 PM IST

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, 15ରୁ ଭିଜିବ ଉପାନ୍ତରୁ ଉପକୂଳ
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, 15ରୁ ଭିଜିବ ଉପାନ୍ତରୁ ଉପକୂଳ

weather update: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଆସନ୍ତା 15ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ତେବେ 17 ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, 15ରୁ ଭିଜିବ ଉପାନ୍ତରୁ ଉପକୂଳ

ଭୁବନେଶ୍ବର: ପୁଣି ଭିଜିବ ରାଜ୍ୟ । 17 ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା । ତେବେ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ସମ୍ଭାବନା ଦେଖାଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୧୬ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ଅବପାତ ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ୧୬ ତାରିଖରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ ଏହାପରେ ଅର୍ଥାତ ୧୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବା ସମୁଦ୍ର ମଧ୍ୟରେ ପବନର ବେଗ ୪୫ ରୁ ୫୫ ସର୍ବାଧିକ ୬୫ କିଲୋମିଟର ରହିବ । ତେଣୁ ପବନର ବେଗକୁ ନଜରରେ ରଖି ୧୭ ତାରିଖ ଠାରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଏହାମଧ୍ୟ ପଢନ୍ତୁ..କାଳବୈଶାଖୀର ତାଣ୍ଡବଲୀଳା, କୁଆପଥର ବର୍ଷାରେ ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ

ତେବେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବଦଳିବ ପାଗ । ମେଘୁଆ ପାଗ ସହ ବର୍ଷାରେ ଭିଜିବ ଉପାନ୍ତରୁ ଉପକୂଳ । ବିଶେଷ ଭାବେ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବା ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ । ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, କଟକ, ରାୟଗଡା, ମାଲକାନଗିରି, କୋରାପୁଟ, ବାଲେଶ୍ୱର ଏହି ସବୁ ଜିଲ୍ଲା ଗୁଡିକରେ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ପରେ ୧୬ ତାରିଖରୁ ବର୍ଷାର ପରିମାଣ ବଢିପାରେ ।

ରାଜ୍ୟରେ ଭାରି ବର୍ଷା ରହିଥିବା ବେଳେ ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ ଏହି ସବୁ ଜିଲ୍ଲାରେ ଗୋଟିଏ କିମ୍ବା 2ଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ସମୟରେ ଗୋଟିଏ ଦୁଇଟି ସ୍ଥାନରେ ୭ ରୁ ୧୧ ସେମି ବର୍ଷା ହେବାର ସମ୍ଭାବନା ଥିବା କହିଛି ବିଭାଗ । ଏହାସହ ଉପକୂଳ ଓଡିଶା ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷର ସମ୍ଭାବନା ରହିଛି । ପରେ ପୁଣି ୧୭ ଓ ୧୮ ବେଳକୁ ବର୍ଷା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏହି ଦୁଇଦିନ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୭ ତାରିଖରେ ବିଶେଷ ଭାବେ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, କଟକ ଓ ପୁରୀର ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ହୋଇପାରେ ।

ସେହିପରି ଧାନ ଅମଳ ସମୟରେ ଏଭଳି ବର୍ଷାକୁ ନେଇ ଅମଳ ନଷ୍ଟ ହେବାର ସମ୍ଭାବନା ଥିବା ବେଳେ ସତର୍କତା ଅବଲମ୍ବନ ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ଅମଳର ସଂରକ୍ଷଣ କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହାମଧ୍ୟ ପଢନ୍ତୁ..Monsoon 2023: ଜିଲ୍ଲାୱାରୀ ଦୈନିକ ବର୍ଷା ପରିମାଣରେ 60 ପ୍ରତିଶତ ହ୍ରାସ

ଅନ୍ୟପଟେ ୩ ଦିନ ଧରି ବର୍ଷାର ସମ୍ଭାବନା ରାଜ୍ୟରେ ରହିଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ଥିବା କହିଛି ପାଣିପାଗ ବିଭାଗ । ବର୍ତମାନ ରାଜ୍ୟରେ କୌଣସି ନିଦିଷ୍ଟ ପାଣିପାଗ ନିୟାମକ ନଥିବାରୁ ଆଗାମୀ ଦୁଇଦିନ ଦିନ ପାଗ ଶୁଖିଲା ରହିବ ବୋଲି କହିଛି ବିଭାଗ । ସେପଟେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ରହୁଛି । ଏହାକୁ ନେଇ ଯଦିଓ ଶୀତ ଅଧିକ ନାହିଁ ତଥାପି ସ୍ୱାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପାରଦ କମିଛି । ହେଲେ ତାପମାତ୍ରାର ବିଶେଷ କିଛି ପରିବର୍ତ୍ତନ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, "ଘୂର୍ଣ୍ଣିବଳୟଟି ଅବପାତର ରୂପ ନେବା ପରେ ଭାରି ବର୍ଷାର ସମ୍ଭାବନା ରହିଛି । ହେଲେ କେତେ ପରିଣାମର ବର୍ଷା ହେବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ଗତିପଥ ଅନୁସାରେ ରାଜ୍ୟରେ ଏହାର ପ୍ରଭାବ କଣ ରହିବ ତାହା ସ୍ପଷ୍ଟ ହେବ। ୧୬ରୁ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.