ETV Bharat / state

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ନେଇ ଭୁବନେଶ୍ବରରେ ବସିଲା ସର୍ବଦଳୀୟ ବୈଠକ

author img

By

Published : Mar 25, 2023, 10:54 PM IST

ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଛନ୍ତି ମୋଦି ସରକାର ଏବେ ପ୍ରତିଶୋଧ ରାଜନୀତି କରୁଛନ୍ତି । ବିରୋଧୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି । ରାହୁଲ ଗାନ୍ଧୀ ସତ କହିବାରୁ ବିଜେପି ଷଡଯନ୍ତ୍ର କରି ତାଙ୍କୁ ଦଣ୍ଡିତ କରିଛି । ଏହାରି ବିରୋଧରେ ଲଢେଇ ହେବ । ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ସୋମବାର ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ର ବିରୋଧରେ ଫେରାଦ ହେବେ ନେତା । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ନେଇ ଭୁବନେଶ୍ବରରେ ବସିଲା ଅଲ୍ ପାର୍ଟି ମିଟିଂ
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ନେଇ ଭୁବନେଶ୍ବରରେ ବସିଲା ଅଲ୍ ପାର୍ଟି ମିଟିଂ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ନେଇ ଭୁବନେଶ୍ବରରେ ବସିଲା ଅଲ୍ ପାର୍ଟି ମିଟିଂ

ଭୁବନେଶ୍ବର: ଗତକାଲି ରାହୁଲ ଗାନ୍ଧୀଙ୍କ ସାଂସଦ ସଦସ୍ୟତା ରଦ୍ଦ ପରେ ସାରା ଦେଶରେ ଆକ୍ରମଣାତ୍ମକ ପନ୍ଥା ଆପଣାଇଛି କଂଗ୍ରେସ । କେନ୍ଦ୍ର ସରକାର ଓ ବିଜେପିକୁ ଘେରିବା ପାଇଁ କଂଗ୍ରେସ ପୁରା ଦମ ଲଗାଇଛି । ଏଥିପାଇଁ ସାରା ଦେଶରେ କଂଗ୍ରେସ ତୁହାକୁ ତୁହା ବୈଠକ ଚଳାଇଛି । ଭୁବନେଶ୍ବରରେ ମଧ୍ୟ ରାଜ୍ୟ କଂଗ୍ରେସ ପକ୍ଷରୁ ସର୍ବଦଳୀୟ ବୈଠକ ଆୟୋଜିତ ହୋଉଛି ।

ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଛନ୍ତି ମୋଦି ସରକାର ଏବେ ପ୍ରତିଶୋଧ ରାଜନୀତି କରୁଛନ୍ତି । ବିରୋଧୀଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ହଇରାଣ କରାଯାଉଛି । ରାହୁଲ ଗାନ୍ଧୀ ସତ କହିବାରୁ ବିଜେପି ଷଡଯନ୍ତ୍ର କରି ତାଙ୍କୁ ଦଣ୍ଡିତ କରିଛି । ଏହାରି ବିରୋଧରେ ଲଢେଇ ହେବ । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ସୋମବାର ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ର ବିରୋଧରେ ଫେରାଦ ହେବେ ନେତା । ସାରା ରାଜ୍ୟରେ ମୋଦି ସରକାରଙ୍କ ମନୋମୁଖୀ ବିରୋଧରେ ଲଢେ଼ଇ କରିବାକୁ ହୋଇଛି ନିଷ୍ପତ୍ତି । ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ ଥିବାରୁ ତାକୁ ବଞ୍ଚାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଶରତ ପଟ୍ଟନାୟକ କହିଛନ୍ତି ସର୍ବଦଳୀୟ ବୈଠକରେ ସାମିଲ ହେବାକୁ ବିଜୁ ଜନତା ଦଳକୁ ଆହ୍ବାନ କରୁଛୁ । ନଚେତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁ ।

ସୂଚନାଯୋଗ୍ୟ ଯେ, ଲୋକସଭା ସାଂସଦ ପଦ ରଦ୍ଦ ହେବାର ଗୋଟିଏ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗଣମାଧ୍ୟମକୁ ସମ୍ବୋଧିତ କରି ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ସାମ୍ବାଦିକ ସମ୍ମିଳନୀରେ ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ ।

ସର୍ବଦଳୀୟ ବୈଠକରେ ସିପିଆଇ, ସିପିଏମ, ସିପିଏମଏଲ, ଆରଜେଡି, ଜେଫିୟୁ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଫରୱାର୍ଡ ବ୍ଲକ ଓ ସମୃଦ୍ଧ ଓଡ଼ିଶା ସାମିଲ ହୋଇଥିଲେ । କିନ୍ତୁ ବିଜେଡି ବୈଠକରେ ସାମିଲ ହୋଇନାହିଁ । ସବୁ ଦଳ ପରି ବିଜେଡି କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା, ହେଲେ ଦଳ ପକ୍ଷରୁ କେହି ଆସିନଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.