ETV Bharat / state

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଇଂରାଜୀ ଦକ୍ଷତା ବୃଦ୍ଧି ପାଇଁ ଦିଆଯିବ ପ୍ରଶିକ୍ଷଣ

author img

By ETV Bharat Odisha Team

Published : Oct 13, 2023, 8:07 AM IST

ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ
ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ

ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ଦିଆଯିବ ପ୍ରଶିକ୍ଷଣ । ଅଧିକ ପଢନ୍ତୁ



ଭୁବନେଶ୍ବର: ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାରେ ଦକ୍ଷତା ବୃଦ୍ଧି କରିବାକୁ କରିବାକୁ ଯୋଜନା କରାଯାଉଛି । ଏହି ପରିପ୍ରେକ୍ଷୀରେ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ଅନୁମୋଦନ ମିଳିଛି । ଗୁରୁବାର ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ସମୀକ୍ଷା ବୈଠକ ଏହି ଅନୁମୋଦନ ଦେଇଛି । ଏହି ସହଭାଗିତାରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବ ।


ଅନ୍ୟପଟେ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ । ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ ।

ଏହାମଧ୍ୟ ପଢନ୍ତୁ: ମୋ ସ୍କୁଲ ଓ ଖାନ ଏକାଡେମୀ ମଧ୍ୟରେ MoU ସ୍ୱାକ୍ଷରିତ; ପିଲାଙ୍କ ଗଣିତ ଓ ବିଜ୍ଞାନ ଶିକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ


ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇ ନିଜ ନିଜ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫ କୋଟି ୪୮ ଲକ୍ଷରୁ ଅଧିକ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇ ଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬ କୋଟି ୪୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ୯୨୬ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି ।

ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ ଲକ୍ଷ, ବଲାଙ୍ଗୀରରୁ ୪୧ ଲକ୍ଷ, ଭଦ୍ରକରୁ ୨୯ ଲକ୍ଷ ଓ ଗଞ୍ଜାମରୁ ୬୨ ଲକ୍ଷରୁ ଅଧିକ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ପ୍ରତି ସୋମବାର କଲେଜରେ ହକିର ଇତିହାସ ପଢିବେ ଛାତ୍ରଛାତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.