ETV Bharat / state

ନବୀନଙ୍କ ରେକର୍ଡ ପରେ ବିରୋଧୀଙ୍କ ସମାଲୋଚନା: 'ସଚିବଙ୍କ କାର୍ଯ୍ୟ ବି ରେକର୍ଡ କରିବ' କହିଲା କଂଗ୍ରେସ

author img

By

Published : Jul 23, 2023, 7:30 PM IST

ନବୀନଙ୍କ ରେକର୍ଡ ରାଜନୀତି
ନବୀନଙ୍କ ରେକର୍ଡ ରାଜନୀତି

ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ଦେଶର ଦ୍ବିତୀୟ ବ୍ୟକ୍ତି ଭାବେ ଗୌରବ ଅର୍ଜନ କରିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ଅଧିକ ପଢନ୍ତୁ

ନବୀନଙ୍କ ରେକର୍ଡ ରାଜନୀତି

ଭୁବନେଶ୍ବର: ନବୀନଙ୍କ ରେକର୍ଡକୁ ନେଇ ଜୋର ଧରିଛି ରାଜନୀତି। ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ଦେଶର ଦ୍ବିତୀୟ ନେତା ଭାବେ ଗୌରବ ଅର୍ଜନ କରିଛନ୍ତି । ଆଉ ନବୀନଙ୍କ ଏହି ନୂଆ ରେକର୍ଡ ପରେ ରାଜନୀତି ମଧ୍ୟ ଜୋର ଧରିଛି । ନବୀନଙ୍କ 23 ବର୍ଷର ଶାସନକାଳରୁ ଶେଷ ପାଳିର ଶାସନକୁ ତର୍ଜମା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏହି ରେକର୍ଡ ପରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ସମାଲୋଚନା ମଧ୍ୟ କରାଯାଇଛି ।

ଏହାକୁ ନେଇ ବିଜେପି ନେତା ସମୀର ମହାନ୍ତି ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଦେଶର ରାଜନୀତି ଇତିହାସରେ ନବୀନଙ୍କ ବ୍ୟକ୍ତିଗତ ସଚିବ ଲୋକ ପ୍ରତିନିଧିମାନଙ୍କୁ ବାଦ ଦେଇ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ରେକର୍ଡ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।" ସେପଟେ "ଏକବିଂଶ ଶତାବ୍ଦୀରେ ଓଡିଶା ଯେଉଁ ସ୍ଥାନରେ ପହଞ୍ଚିବା କଥା ତାହା ହୋଇପାରିଲା ନାହିଁ। ଯଦି ଲୋକପ୍ରିୟତା ଅଛି ତେବେ ନବୀନ କାହିଁକି ବାହାରକୁ ଯାଉ ନାହାଁନ୍ତି ?" ବୋଲି ପ୍ରଶ୍ନ କରିଛି କଂଗ୍ରେସ ।

ପିସିସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "5ଟି ସରକାର ଏବେ ରାଜ୍ୟରେ ଚାଲିଛି ଯାହା ଗଣତନ୍ତ୍ରକୁ ହତ୍ୟା କରୁଛି । ଲୋକବିରୋଧୀ ସରକାରକୁ ବହିଷ୍କାର କରିବା ପାଇଁ ଆଗାମୀ ଦିନରେ ଲୋକମାନଙ୍କୁ ଅପିଲ କରିବ କଂଗ୍ରେସ । ଆଗାମୀ ଦିନରେ ରେକର୍ଡ ଭାଙ୍ଗିବେ ଓଡିଶାବାସୀ । ଯେମିତି କର୍ଣ୍ଣାଟକ, ହିମାଚଳରେ କଂଗ୍ରେସ ସରକାର ଆସିଲା ସେମିତି ଓଡ଼ିଶାରେ କଂଗ୍ରେସ ସରକାର ଆସିବ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହୋଇପଡିଛନ୍ତି । ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ, ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ, ଚାଷୀ ପାଇଁ କାର୍ଯ୍ୟକ୍ରମ କରିବ କଂଗ୍ରେସ । ଆଗାମୀ 5 ବର୍ଷ ଭିତରେ ଓଡ଼ିଶାବାସୀ କଂଗ୍ରେସ ସରକାର ଦେବେ ଏବଂ ଭାରତବର୍ଷରେ ଓଡ଼ିଶା ଏକ ସମୃଦ୍ଧଶାଳୀ ରାଜ୍ୟ ଭାବରେ ପରିଗଣିତ ହେବ । ଆଗାମୀ 2024 ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିବ ।"

ଏହା ବି ପଢନ୍ତୁ...Longest Serving CM: ଜ୍ୟୋତିଙ୍କୁ ଟପିଲେ ନବୀନ, ହେଲେ ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଯୋଡି ହୋଇଛି ଏକ ନୂଆ ରେକର୍ଡ । ସେ ଦେଶର ଦ୍ବିତୀୟ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବାର ଗୌରବ ଅର୍ଜନ କରିଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ନୂଆ ରେକର୍ଡ କରିଛନ୍ତି ନବୀନ। ଯେଉଁଥିପାଇଁ ଦଳୀୟ ନେତୃତ୍ବଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ନୂଆ ରେକର୍ଡ ସୃଷ୍ଟି କରିଥିବାରୁ ବିଜେଡି ଶିବିରରେ ବେଶ ଉତ୍ସାହ ରହିଛି । ଅନ୍ୟପଟେ ଏହାକୁ ନେଇ ରାଜନୀତି ବି ତେଜିଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.