ETV Bharat / state

ଆକ୍ସନ ମୋଡ୍‌ରେ ପ୍ରଦେଶ କଂଗ୍ରେସ, ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର

author img

By

Published : May 15, 2023, 10:44 PM IST

ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର
ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର

ବିଶୃଙ୍ଖଳା ଆଚରଣ ଯୋଗୁଁ ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର । ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ । ମନ୍ତବ୍ୟକୁ ପ୍ରତ୍ୟାହାର କରିବା ପାଇଁ ଦଳ ପକ୍ଷରୁ ପରାମର୍ଶ ଗ୍ରହଣ ନକରିବାରୁ ତାଙ୍କୁ ଆଜି ମୁଖପାତ୍ର ପଦରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆକ୍ସନ ମୁଡରେ ରାଜ୍ୟ କଂଗ୍ରେସ । ବିଶୃଙ୍ଖଳା ଆଚରଣ ଯୋଗୁଁ ପିସିସି ମୁଖପାତ୍ର ପଦରୁ ହଟିଲେ ଷ୍ଟାଲିନ ମିଶ୍ର । ବାଜିଲା ଶୃଙ୍ଖଳା ଛାଟ । ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ । ଏଥିପାଇଁ ଦୋଷ ସ୍ବୀକାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଥିଲା । ତେବେ ସେ ପରାମର୍ଶକୁ ଗ୍ରହଣ କରିନଥିଲେ । ସୁତରାଂ ପିସିସି ଆଇଟି ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଷ୍ଟାଲିନ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିଷ୍କାର କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଦଳ ସଜାଡିବାର ସମୟ: ଏକାଠି ହୋଇ ଲଢିପାରିବ ତ ପ୍ରଦେଶ କଂଗ୍ରେସ ?

ପ୍ରକାଶ ଥାଉ କି, ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୟନୀୟ ହେଉଥିବା ବେଳେ ବାରମ୍ବାର ରାଜ୍ୟରେ ଉପନିର୍ବାଚନରେ ଅମାନତ ରକ୍ଷା କରିବାରେ ବି ଦଳ ସକ୍ଷମ ହୋଇପାରୁନି । ତେବେ ନିକଟରେ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଦଳର ଅନ୍ତଃକନ୍ଦଳ ତୀବ୍ର ରୂପ ନେଇଛି । ନିକଟରେ ଭୁବନେଶ୍ବର ଜୟଦେବ ଭବନରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳ ଦଳୀୟ ନେତୃତ୍ବଙ୍କୁ କଡ଼ ସମାଲୋଚନା କରିଥିଲେ । ଦଳରେ ମୁଖପାତ୍ର ପଦରେ ରହିଥିବା ଡଃ ଷ୍ଟାଲିନ ମିଶ୍ର ମଧ୍ୟ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେପଟେ ଏଭଳି ଦଳୀୟ କନ୍ଦଳ ଯୋଗୁଁ ଝାରସୁଗୁଡ଼ାରେ ଦଳ ଅମାନତ ହରାଇଥିବା କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡ଼ା ପରାଜୟର ପୋଷ୍ଟମଟର୍ମ କରିବ କଂଗ୍ରେସ, ଏକତା ଓ ଅର୍ଥ ଅଭାବରୁ ହାରିଲୁ କହିଲେ ସୁର

ତେବେ ଗଣମାଧ୍ୟମରେ ଷ୍ଟାଲିନ ମିଶ୍ର ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ଦୋଷ ସ୍ବୀକାର କରି ମନ୍ତବ୍ୟକୁ ପ୍ରତ୍ୟାହାର କରିବା ପାଇଁ ତାଙ୍କୁ ଦଳ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ହେଲେ ଏହି ପରାମର୍ଶକୁ ସେ ଗ୍ରହଣ କରିନଥିଲେ । ଏନେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ସୁପାରିଶ କ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ପିସିସି ମୁଖପାତ୍ର ପଦରୁ ଷ୍ଟାଲିନ ମିଶ୍ରଙ୍କୁ ବହିଷ୍କାର କରିଛନ୍ତି । ଏନେଇ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.