ETV Bharat / state

ଗଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ପରେଡ ଗ୍ରାଉଣ୍ଡ ବୁଲିଲେ ପୋଲିସ ଡିଜି

author img

By

Published : Jan 24, 2023, 1:32 PM IST

Updated : Jan 24, 2023, 3:00 PM IST

Republic Day 2023
Republic Day 2023

ବିନା କଟକଣାରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି । ଗାନ୍ଧୀମାର୍ଗରେ ପରେଡ ରିହଲର୍ସଲ ଦେଖିଲେ ପୋଲିସ ଡିଜି । ଅଧିକ ପଢନ୍ତୁ

ଗଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ପରେଡ ଗ୍ରାଉଣ୍ଡ ବୁଲିଲେ ପୋଲିସ ଡିଜି

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଗଣତନ୍ତ୍ର ଦିବସ । ୭୪ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ଦେଶ । ଚଳିତ ବର୍ଷ ବିନା କୋଭିଡ କଟକଣାରେ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଦେଶବାସୀ ବେସ ଉତ୍ସହାର ସହ ଅପେକ୍ଷା କରିଛନ୍ତି । ତେଣୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଣତନ୍ତ୍ର ଦିବସରେ ହାଇ ଆଲର୍ଟରେ ରହିବ ପୁରା ରାଜ୍ୟ ।

ଏୟାରପୋର୍ଟଠୁ ରେଳଷ୍ଟେସନ। ବସଷ୍ଟାଣ୍ଡଠୁ ହୋଟେଲ ଓ ବସ୍ତି ପର୍ଯ୍ୟନ୍ତ ସମସ୍ତ ରାସ୍ତା ଘାଟରେ ପୋଲିସର ରହିବ କଡ଼ା ନଜର। ନାଇଟ ବ୍ଲକି ଚେକି ସହ ଗୁଇନ୍ଦା ରହିବ ଆଲର୍ଟ । ମାଓ ଅଧ୍ୟୁସିତ ଅଞ୍ଚଳରେ ମାଓଗତିବିଧି ସହ ଭିଆଇପି ଓ ଭିଭିଆପିଙ୍କ ପତାକା ଉତ୍ତୋଳନ କାର୍ଯକ୍ରମ ଉପରେ ରହିବ ନଜର । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତି ନେଇ ଆଜି ଯାଞ୍ଚ କରିଛନ୍ତି ପୋଲିସ ଡିଜି ।

ଏନେଇ ଫୁଲ ଡ୍ରେସ୍ ରିହଲର୍ସଲ ଦେଖିବା ସହ କିଭଳି ସୁରୁଖୁରୁରେ ଆୟୋଜନ ହେବ ଗଣତନ୍ତ୍ର ଦିବସ ସେୃନେଇ ସମୀକ୍ଷା କରିଛନ୍ତି । ପୋଲିସ କମିଶନର କହିଛନ୍ତି ଯେ, "ସୁରକ୍ଷା ଦୃଷ୍ଟିରୁ ଗାନ୍ଧି ମାର୍ଗ ସମେତ ଭୁବନେଶ୍ୱରରେ ୩୦ ପ୍ଲାଟୁନ ପୋଲିସ ମୁତୟନ କରାଯିବ । ୨୦୦ ଅଫିସର ରାଙ୍କର ଅଫିସର ନିୟୋଜିତ ରହିବେ । ପରେଡ ଗ୍ରାଉଣ୍ଡରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ଗାନ୍ଧି ମାର୍ଗରେ ଯାତାୟତ ଉପରେ କଟକଣା ରହିବ । ଏନେଇ ଟ୍ରାଫିକ ଡ୍ରାଇଭର୍ସନ ଦିଆଯିବ ।"

ତେବେ ପରେଡ ଗ୍ରାଉଣ୍ଡରେ ବନ୍ଧୁକଧାରୀ ପୋଲିସ ସମେତ ସିସିଟିଭି ଲାଗିବ । ଏଥିସହ ଡଗ୍‌ସ୍କ୍ବାଡ ବମ୍‌ସ୍କ୍ବାଡ ଓ ଆମ୍ବୁଲାନ୍ସ ସମେତ ଫାୟାର ସର୍ଭିସ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବେ । ଅତିଥି ଭାବେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ପରେଡ ଗ୍ରାଉଣ୍ଡ ଗୁଇନ୍ଦା ନଜରରେ ରହିବ । ଏନେଇ ସୁରକ୍ଷା ବ୍ୟବସ୍ଥା ସହ ଗାନ୍ଧୀମାର୍ଗରେ ଫୁଲ ଡ୍ରେସ୍ ରିହଲର୍ସଲ ଦେଖିଥିଲେ ପୋଲିସ ଡିଜି। ''

ପୋଲିସ ଡିଜି କହିଛନ୍ତି ଯେ, "ଆଜି ଆମେ ଫାଇନାଲ ପରେଡ ରିହଲର୍ସଲ ଦେଖିଲୁ । ଗତ ଦୁଇ ବର୍ଷ ଭଲ ଭାବେ ପରେଡ ହୋଇ ପାରିନଥିଲା। ଗର୍ବର ବିଷୟ ଚଳିତ ବର୍ଷ ବିନା କୋଭିଡ କଟକଣାରେ ପରେଡ ହେବ। ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ଉପସ୍ଥିତ ରହିବେ। ପରେଡରେ ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ଭାଗନେବେ। ଏଥର ପରେଡ କମାଣ୍ଡର ଭାବେ କେସିଙ୍ଗା ଏସଡିପିଓ ତଥା ଆଇପିଏସ ୟସ ପ୍ରତାପ ଶ୍ରିମାଲଙ୍କ ନେତୃତ୍ବରେ ହେବ । ୧୯ଟି ସୁରକ୍ଷା ବିଭାଗର ଦଳ ତଥା ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ୱତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଓ ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍‌ ମଧ୍ୟ ସାମିଲ ହେବେ । ଏଥିସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ରହିବେ । ୨୫ଟି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଭାଗନେବେ ।"

ମହର୍ଷି ଡେୟାର ଡେଭିଲ ଟିମ୍ ସହ ଓଡ଼ିଶା ସ୍କେଟିଂ ଓ ପାରମ୍ପରିକ ବାଦ୍ୟ ନୃତ୍ୟରେ ରାୟଗଡ଼ା, ଗଞ୍ଜାମ ଓ ବୌଦ୍ଧର ମୋଟ ୪ଟି ଦଳ ସହ ୯୮ଟି ବିଭାଗ ତଥା କୃଷି ବିଭାଗ ,ସ୍ବାସ୍ଥ୍ୟ, ଶିକ୍ଷା, ପଞ୍ଚାୟତିରାଜ, ବୟନ ତଥା ହସ୍ତତନ୍ତ୍ର, ପୂର୍ତ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗର ବିକାଶର ଚିତ୍ରକୁ ପ୍ରଜ୍ଞାପନ ମେଢ ଭାବେ ପ୍ରଦର୍ଶିତ କରାଯିବ । ଓଏମସିର ସାମାଜିକ ସଶକ୍ତିକରଣର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 24, 2023, 3:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.