ETV Bharat / state

Odisha Assembly News: ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା, ଉତ୍ତର ଦେଲେ ପଞ୍ଚାୟତରାଜ ମନ୍ତ୍ରୀ

author img

By

Published : Nov 26, 2022, 8:25 PM IST

ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି । କଂଗ୍ରେସ ପକ୍ଷରୁ ମୁଲତବୀ ଶୀର୍ଷକ "ରାଜ୍ୟରେ ଚାଷୀମାନେ ହେଉଛନ୍ତି ଶୋଷଣର ଶିକାର, ଧାନ ବିକ୍ରିରେ ଅବ୍ୟବସ୍ଥା ସହ ଇନପୁଟ ସବସିଡି ଓ ବୀମାରାଶି ପାଇବାରୁ ବଞ୍ଚିତ" ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ବାରା ଆଗତ ହୋଇଥିଲା ପ୍ରସ୍ତାବ । କୃଷି ମନ୍ତ୍ରୀଙ୍କ ବଦଳରେ ଗୃହରେ ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି । କଂଗ୍ରେସ ପକ୍ଷରୁ ମୁଲତବୀ ଶୀର୍ଷକ "ରାଜ୍ୟରେ ଚାଷୀମାନେ ହେଉଛନ୍ତି ଶୋଷଣର ଶିକାର, ଧାନ ବିକ୍ରିରେ ଅବ୍ୟବସ୍ଥା ସହ ଇନପୁଟ ସବସିଡି ଓ ବୀମାରାଶି ପାଇବାରୁ ବଞ୍ଚିତ" ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ବାରା ଆଗତ ହୋଇଥିଲା ପ୍ରସ୍ତାବ । କୃଷି ମନ୍ତ୍ରୀଙ୍କ ବଦଳରେ ଗୃହରେ ଜବାବ ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ କୃଷିର ଗୁରୁତ୍ଵକୁ ଦୃଷ୍ଟିରେ ରଖି ସରକାର କୃଷି ଏବଂ କୃଷକ ମାନଙ୍କର ଉନ୍ନତିକୁ ପ୍ରାଥମିକତା ଦେଇଆସୁଛନ୍ତି । ଏଥି ନିମନ୍ତେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାମାନ ପ୍ରଣୟନ କରୁଛନ୍ତି । କୃଷି କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା ଗୁଣାତ୍ମକ ମାନର ବିହନ, ସାର, କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯାଉଛି । ଏହା ସହ ଜଳସେଚନର ସୁବିଧା, ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ କୃଷି ରୁଣ ପ୍ରଦାନ, ଫସଲ ବୀମା ବ୍ୟବସ୍ଥା ଏବଂ ଇନପୁଟ ସବସିଡି ଆଦିର ବ୍ୟବସ୍ଥା କରିଛନ୍ତି । କୃଷି କ୍ଷେତ୍ରରେ ଉଦ୍ୟୋଗୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି । କୃଷିଜାତ ପଦାର୍ଥର ବିକ୍ରିବଟାର ସୁବ୍ୟବସ୍ଥା ନିମନ୍ତେ ଗୋଷ୍ଠୀ ଭିଭିରେ ଫସଲ ଚାଷ, FPO ଗଠନ ନିମନ୍ତେ ସହାୟତା, ପ୍ରାଥମିକ ଶସ୍ୟ ପ୍ରକ୍ରିୟାକରଣ, RMC ମଣ୍ଡିଗୁଡିକୁ e - NAM ସହ ସଞ୍ଜୁକ୍ତିକରଣ । ଏହା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ, ମଣ୍ଡିଆ ଓ ଅନ୍ୟାନ୍ୟ କେତେକ କୃଷିଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି । ଧାନ କିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

ଏହାବି ପଢନ୍ତୁ- Odisha Assembly News: ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨ ପାରିତ

ଏହା ଫଳରେ ଚାଷୀମାନଙ୍କୁ ଅଭାବୀ ଧାନ ବିକ୍ରିରୁ ରକ୍ଷା କରାଯିବା ସହିତ ଓଡିଶା ଏକ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଛି । ରାଜ୍ୟର ଚାଷୀମାନଙ୍କଠାରୁ ସରକାରୀ ଘୋଷିତ ଦରରେ, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଓ ନିର୍ଦ୍ଧାରିତ ଅମଳ ହାରରେ ସମସ୍ତ ବିକ୍ରୀ ଯୋଗ୍ୟ ଧାନ କ୍ରୟ, ଅବିଳମ୍ବେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଉପରେ ତ୍ଵରିତ କାର୍ଯ୍ୟାନୁଷ୍ଠାନ ସହିତ ରାଜ୍ୟ ସରକାର ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ବ୍ୟବସ୍ଥିତ କରିଛନ୍ତି ।ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମୁଖ୍ୟତଃ, ପ୍ରାଥମିକ କୃଷି ସମବାୟ ସମିତିମାନେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ନିକଟରୁ ସିଧା ସଳଖ ଧାନ ସଂଗ୍ରହ କରୁଛନ୍ତି । ଆଗୁଆ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ମାଧ୍ୟମରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀମାନେ ସେମାନଙ୍କର କୃଷି ସେବା ସମବାୟ ସମିତିରେ ଆଗୁଆ ପଞ୍ଜିକରଣ କରୁଛନ୍ତି । ରାଜ୍ୟରେ ଧାନ କ୍ରୟର ସମସ୍ତ କାଗଜାତ ପ୍ରସ୍ତୁତି ପି ପାସ ( P - PAS ) application ସହାୟତାରେ କମ୍ପ୍ୟୁଟରୀକୃତ ପ୍ରକ୍ରିୟା ମାଧ୍ୟମରେ ପରିଚାଳିତ ହେଉଛି । ଧାନ ବିକ୍ରି ମୂଲ୍ୟର ପ୍ରତ୍ୟକ୍ଷ ହସ୍ତାନ୍ତର ଚାଷୀଙ୍କ ବ୍ୟାଙ୍କ ଜମା ଖାତାକୁ ଅନଲାଇନ ପ୍ରକ୍ରିୟାରେ ସିଧା ସଳଖ ପ୍ରେରଣ କରାଯାଉଛି । ରାଜ୍ୟ ସରକାର ଅନଲାଇନ ଟୋକନ ବ୍ୟବସ୍ଥା ଗ୍ରହଣ କରି ଉକ୍ତ ପ୍ରକ୍ରିୟାରେ ସ୍ଵଚ୍ଛତା ଓ ନିରପେକ୍ଷତା ପ୍ରଦାନ କରିଛନ୍ତି । KMS 2019-20ରୁ SMS ଜରିଆରେ ପଞ୍ଜିକୃତ ଚାଷୀଙ୍କ ମୋବାଇଲକୁ ଧାନ କ୍ରୟର ତାରିଖ ଓ ପରିମାଣ ସମ୍ବନ୍ଧରେ ଆଗୁଆ ସୂଚନା ପ୍ରଦାନ କରାଯାଉଛି ଆଧାର - ଭିଭିକ ବାୟୋମେଟ୍ରିକ୍ ଚିହ୍ନଟୀକରଣ ( Bio - metric Authentication ) ପ୍ରକ୍ରିୟାରେ ଚାଷୀଙ୍କ ପରିଚୟ ପ୍ରମାଣିତ ହେଲାପରେ ଧାନ କ୍ରୟ କରାଯାଉଛି । ନିର୍ଦ୍ଧାରିତ ଅମଳ ହାରରେ ଚାଷୀ ତାର ସମସ୍ତ ଉତ୍ପାଦିତ ବଳକା ସରକାରଙ୍କୁ ବିକ୍ରି କରିବା ବ୍ୟବସ୍ଥା ଅବ୍ୟାହତ ରହିଛି । ଫଳରେ , ଅଧିକ ସଂଖ୍ୟାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଧାନ ସଂଗ୍ରହ ବ୍ୟବସ୍ଥାରେ ପ୍ରବେଶ ପାଇଁ ପଥ ସୁଗମ କରାଯାଇଛି ଧାନ ସଂଗ୍ରହ ବର୍ଷ 2021-22 ଠାରୁ ଚାଷୀ ପଞ୍ଜିକରଣ ସମୟରେ ଚାଷୀମାନେ ପ୍ରଦାନ କରିଥିବା ଚାଷ ସମ୍ବନ୍ଧୀୟ ତଥ୍ୟକୁ ସାଟେଲାଇଟ ମାଧ୍ୟମରେ ଯାଞ୍ଚ କରାଯାଉଛି ।

ଏହାବି ପଢନ୍ତୁ- Odisha Assembly News: ମୁଲତବୀ ଆଲୋଚନା ବେଳେ ଧାରଣାରେ ବସିଲେ ବିଜେପି ବିଧାୟକ

ଏହି ବ୍ୟବସ୍ଥା ଦ୍ବାରା ଚାଷ ଜମିରେ ଉତ୍ପାଦିତ ହୋଇଥିବା ଫସଲର ବାସ୍ତବତା ପ୍ରତିପାଦିତ ହେଉଛି । ଏହା ଦ୍ବାରା ଆମେ ପ୍ରକୃତ ଚାଷୀକୁ ସୁବିଧା ଦେବାକୁ ସକ୍ଷମ ହୋଇପାରୁଛୁ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀ ମାନଙ୍କର କ୍ଷୟକ୍ଷତିକୁ ଭରଣା କରିବା ପାଇଁ ଇନପୁଟ ସବସିଡିର ବ୍ୟବସ୍ଥା କରାଯାଇଛି । ୨୦୨୧ ମସିହାରେ ରାଜ୍ୟରେ ମୌସୁମୀ ବୃଷ୍ଟିପାତର ପରିମାଣ ଜୁନ , ଜୁଲାଇ ଏବଂ ଅଗଷ୍ଟ ମାସରେ ସାଧାରଣ ପରିମାଣଠାରୁ କମ୍ ଥିବାରୁ ରାଜ୍ୟର କିଛି ଅଞ୍ଚଳରେ ଫସଲ ଚାଷ ପ୍ରଭାବିତ ହୋଇଥିଲା ଏ ଜିଲ୍ଲାପାଳମାନଙ୍କୁ ଠାରୁ ମଗାଯାଇଥିବା ଫସଲ କଟା ପରୀକ୍ଷଣ ପଦ୍ଧତି ଅନୁଯାୟୀ ତଥ୍ୟ ରାଜ୍ୟ ସରକରାଙ୍କ ହସ୍ତଗତ ହେବା ପରେ ଜଣା ପଡିଥିଲା ଯେ ରାଜ୍ୟର ୧୨ ଗୋଟି ଜିଲ୍ଲାର ୬୪ ଟି ବ୍ଲକ୍ ଅଧ୍ଵନସ୍ଥ ୬ , ୩୮୮ ଟି ଗ୍ରାମ ଏବଂ ୧୫ ଟି ପୌରାଞ୍ଚଳ ଅଧ୍ଵନସ୍ଥ ୮୭ ଟି ୱାର୍ଡର ମୋଟ୍ ୨ ଲକ୍ଷ ୬୩ ହଜାର ୫୬୦ ହେକ୍ଟର ଚାଷ ଜମିରେ ଶତକଡା ୩୩ ଭାଗରୁ ଅଧିକ ଫସଲ କ୍ଷୟକ୍ଷତି ହୋଇଅଛି । ତା.୧୫.୧୧.୨୦୨୨ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଖରିଫ୍ ୨୦୨୧ ରେ ସ୍ୱଳ୍ପ ବୃଷ୍ଟି ଜନିତ ଫସଲ କ୍ଷତି ପାଇଁ ସହାୟତା ରାଶି ରାଜ୍ୟ ସରକାର ତାଙ୍କ ନିଜସ୍ବ ପାଣ୍ଠିରୁ ପ୍ରଦାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ଷ୍ଟ୍ରେଚରରେ ଯାଉଛି ମେଡିସିନ, କୋଳରେ ବୁହା ହେଉଛନ୍ତି ରୋଗୀ

ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଫସଲ ଚାଷରେ ହେଉଥିବା କ୍ଷତିର ଭରଣା ପାଇଁ ଆମ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ( PMFBY ) ଖରିଫ ୨୦୧୬ ଋତୁଠାରୁ କାର୍ଯ୍ୟକାରୀ କରାଯାଉଅଛି । ଖରିଫ ୨୦୨୧ ଋତୁରେ ରାଜ୍ୟରେ ମୋଟ ୧୨ ଲକ୍ଷ ୫୭ ହଜାର ୬୯୦ ଜଣ ଚାଷୀ ( ୮୩ ଲକ୍ଷ ୬୩ ହଜାର ସଂଖ୍ୟକ ପ୍ଲଟ ମାଧ୍ୟମରେ ) ୧୦ ଲକ୍ଷ ୫୦ ହଜାର ହେକ୍ଟର ଜମି ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ କରିଥିଲେ କେତେକ ପଞ୍ଚାୟତରେ ଶସ୍ୟକାଟ ପରୀକ୍ଷଣ ( Crop Cutting Experiment) ମାଧ୍ୟମରେ ଅମଳ ଆକଳନ ବାବଦରେ ବୀମା କମ୍ପାନୀମାନେ ଆପରି ଜଣାଇଥିଲେ । ଏଥଇଯୋଗୁ ବୀମା କ୍ଷତି ପୂରଣ ରାଶି ପ୍ରଦାନ ବିଳମ୍ବିତ ହୋଇଥିଲା । କେନ୍ଦ୍ର ସରକାରଙ୍କ Technical Advisory Committee ( TAC ) ବୀମା କମ୍ପାନୀର ଆବେଦନକୁ ବିଚାରକୁ ନେଇ ୧୮୯ ଟି ବୀମା ଏକକ ( GP / ULB ) ନିମନ୍ତେ ଅମଳ ପୁନଃ ଧାର୍ଯ୍ୟ କରି ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କୁ ଜଣାଇଥିଲେ ଏବଂ ତଦନୁଯାୟୀ ବୀମାକମ୍ପାନୀମାନେ କ୍ଷତି ପୂରଣ ରାଶି ପ୍ରଦାନ କରୁଛନ୍ତି । ଅଦ୍ୟାବଧୂମୋଟ ୩୦.୨୮ ଲକ୍ଷ ଆବେଦନ ପତ୍ର ( ସ୍କଟ ) ବାବଦରେ ୧୧୧୩ . ୬୫ କୋଟି ବୀମା ରାଶି ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.