ETV Bharat / state

Odisha Assembly News: ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨ ପାରିତ

author img

By

Published : Nov 26, 2022, 7:37 PM IST

ବିଧାନସଭାରେ (Winter Session of Assembly) ପାରିତ ହେଲା ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨(Odisha fire service amendment bill ) । ସଂଶୋଧନ ବିଲ ପାରିତ କରିବା ଲାଗି ଗୃହରେ ଉପସ୍ଥାପନ କରିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆବଶ୍ୟକତାକୁ ଦୃଷ୍ଟିରେ ସର୍ବସମ୍ମତି କ୍ରମେ ଗୃହରେ ଆଜି ବିଲ ଅନୁମୋଦନ ଲାଭ କରିଛି । ଅଧିକ ପଢନ୍ତୁ

Odisha Assembly News
Odisha Assembly News

ଭୁବନେଶ୍ବର: ବିଧାନସଭାରେ (Winter Session of Assembly) ପାରିତ ହେଲା ଓଡିଶା ଅଗ୍ନିଶମ ସଂଶୋଧନ ବିଲ ୨୦୨୨(Odisha fire service amendment bill ) । ସଂଶୋଧନ ବିଲ ପାରିତ କରିବା ଲାଗି ଗୃହରେ ଉପସ୍ଥାପନ କରିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା । ଆବଶ୍ୟକତାକୁ ଦୃଷ୍ଟିରେ ସର୍ବସମ୍ମତି କ୍ରମେ ଗୃହରେ ଆଜି ବିଲ ଅନୁମୋଦନ ଲାଭ କରିଛି ।

ଏହାବି ପଢନ୍ତୁ- ISRO ଇତିହାସରେ ଯୋଡିଲା ଆଉ ଏକ ସଫଳତା, Oceansat-3ର ହେଲା ସଫଳ ଉତ୍‌କ୍ଷେପଣ

ଓଡିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି । ଦିନକୁ ଦିନ ଅଗ୍ନିଶମ ସେବାର କାର୍ଯ୍ୟ ପରିସର ଦାୟିତ୍ଵବୋଧ ବୃଦ୍ଧି ହୋଇଛି । ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧିତ ଆଦର୍ଶ ବିଲ ପ୍ରସ୍ତୁତିକରି ସମସ୍ତ ରାଜ୍ୟଙ୍କୁ ପ୍ରଚଳିତ ଅଧିନିୟମ ଆବଶ୍ୟକ ମତେ ସଂଶୋଧନ କରିବା ନିମନ୍ତେ ଅନୁରୋଧ କରିଛନ୍ତି । ତଦନୁଯାଇ ଓଡିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ ଓଡିଶା ଅଗ୍ନିଶମ ସେବା (ସଂଶୋଧନ) ବିଲ ୨୦୨୨ ପ୍ରସ୍ତୁତ କରାଯାଇଛି । ଉକ୍ତ ଚିଠା ବିଲରେ ଓଡିଶା ଅଗ୍ନିଶମ ଓ ଜରୁରୀ ସେବାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ନ୍ୟସ୍ତ କ୍ଷମତା ଅଗ୍ନିଶମ ସେବା ନିର୍ଦ୍ଦେଶକଙ୍କୁ ହସ୍ତାନ୍ତର କରାଯିବାର ପ୍ରସ୍ତାବ ଅଛି ।

ଏହାବି ପଢନ୍ତୁ- Winter Session of Assembly: ଚାଷୀ ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ, ଜବାବ ରଖିଲେ ମନ୍ତ୍ରୀ

ଏହି ଅଧିନିୟମର ଯଥାଯଥ ଉପଯୋଗ ନିମନ୍ତେ ଅଗ୍ନିଶମ ସେବା ନିର୍ଦ୍ଦେଶକ ତାଙ୍କ କ୍ଷମତାର କିଛି ଅଂଶ ଅଧସ୍ତନ ଅଧିକାରୀଙ୍କୁ ହସ୍ତାନ୍ତର କରିପାରିବେ । ନୀୟମାନୁଯାୟୀ ଅଗ୍ନିସୁରକ୍ଷା ନିରୀକ୍ଷକ ନିଯୁକ୍ତି ନକଲେ ଦଣ୍ଡର ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି । ସୁରକ୍ଷା ବ୍ୟବସ୍ଥାରେ ଖୁଲାପି, ଅଗ୍ନିନିର୍ବାପନ କାର୍ଯ୍ୟରେ ଜାଣିଶୁଣି ବାଧା ପହଞ୍ଚାଇବା ଏବଂ ଅଗ୍ନିକାଣ୍ଡ ସମ୍ପର୍କିତ ମିଥ୍ୟା ତଥ୍ୟ ପ୍ରଦାନ କରିବା ପାଇଁ ନ୍ୟୁନତମ ଅର୍ଥ ଦଣ୍ଡର ବ୍ୟବସ୍ଥାକୁ ବର୍ଦ୍ଧିତ କରିବାକୁ ପ୍ରସ୍ତାବ ଦିଆଯାଇଛି । କମ୍ପାନୀ ମାନଙ୍କୁ ଓଡିଶା ଅଗ୍ନିଶମ ସେବା ଅଧିନିୟମ ପରିସର ଭୁକ୍ତ କରି, ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାରେ ବିଫଳ ହେଲେ, ଦଣ୍ଡ ବିଧାନ ନିମନ୍ତେ ପ୍ରସ୍ତାବ ଅଛି ।ପ୍ରସ୍ତାବିତ ସଂଶୋଧନ ବିଲରେ ବିବାଦ ଗୁଡିକରେ ଅପୋଷ ସମାଧାନର ଏକ ନୂତନ ବ୍ୟବସ୍ଥା ରଖିବାକୁ ପ୍ରସ୍ତାବ ଦିଆଯାଇଛି । ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି କିମ୍ବା ଆଦେଶ କିମ୍ବା ଅଧିଗ୍ରହଣକୁ ପାଳନ କରିବାରେ ଅସମର୍ଥ ହେଲେ, ଏହା ଅପୋଷ ସମାଧାନ ଭୁକ୍ତ ହୋଇପାରିବ ନାହିଁ । ଅଗ୍ନି ନିବାରଣ ବା ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଦ୍ବାରା ବିଚାର କରାଯିବାର ବ୍ୟବସ୍ଥା ରହିଛି ।

ଏହାବି ପଢନ୍ତୁ- ଗର୍ଭାବସ୍ଥାରେ ସ୍ବଳ୍ପ ମଦ୍ୟପାନ କରୁଥିଲେ ବି ହୋଇଯାଆନ୍ତୁ ସାବଧାନ ! ଶିଶୁ ଉପରେ ପଡିପାରେ ଜଟିଳ ପ୍ରଭାବ

ଏତଦବ୍ୟତୀତ ଅଗ୍ନିଶମ ସେବା ନିର୍ଦ୍ଦେଶକ କିମ୍ବା ତାଙ୍କ ଦ୍ଵାରା ପ୍ରାଧ୍ୟାକୃତ ଅଧିକାରୀଙ୍କ ଲିଖତ ଅଭିଯୋଗ ବିନା କୌଣସି ନ୍ୟାୟାଳୟ ଅଗ୍ନିଶମ ନିୟମ ଉଲଂଘନ ଜନିତ ଅପରାଧକୁ ଧ୍ୟାନକୁ ନେବେ ନାହିଁ । ଅଗ୍ନିଶମ ସେବା ଅଧିନିୟମ କାର୍ଯ୍ୟକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକର ନିର୍ଦ୍ଦିଷ୍ଟ ସମୟ ସୀମାରେ ଅନାୟାସ ସମାଧାନ ନିମନ୍ତେ ଏହି ଅଧିନିୟମରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ଓ ଦ୍ୱିତୀୟ ଅପିଲ କର୍ତ୍ତୃପକ୍ଷ ବ୍ୟବସ୍ଥା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.