ETV Bharat / state

Odisha Assembly News: ମୁଲତବୀ ଆଲୋଚନା ବେଳେ ଧାରଣାରେ ବସିଲେ ବିଜେପି ବିଧାୟକ

author img

By

Published : Nov 26, 2022, 7:32 PM IST

Etv Bharat
Etv Bharat

ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି (Winter Session of Odisha Assembly) । ମୁଲତବୀ ପ୍ରସ୍ତାବ ଉପରେ ସମବାୟ ମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ବିଧାୟକ । ପଦ୍ମପୁର ଉପ ନିର୍ବାଚନ ବଡ଼ ହେଲା କି ବୋଲି ପ୍ରଶ୍ନ କରି ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପି ବିଧାୟକ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି (Winter Session of Odisha Assembly) । ମୁଲତବୀ ପ୍ରସ୍ତାବ ଉପରେ ସମବାୟ ମନ୍ତ୍ରୀଙ୍କ ବଦଳରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ବିଧାୟକ । ପଦ୍ମପୁର ଉପ ନିର୍ବାଚନ ବଡ଼ ହେଲା କି ବୋଲି ପ୍ରଶ୍ନ କରି ବାଚସ୍ପତିଙ୍କ ପୋଡିୟମ ତଳେ ବିଜେପି ବିଧାୟକ ଧାରଣା ଦେଇଥିଲେ ।

ଏହାବି ପଢନ୍ତୁ- ନିର୍ମଳାଙ୍କୁ ନବୀନଙ୍କ ଚିଠି, କେନ୍ଦୁପତ୍ରରୁ GST ଉଚ୍ଛେଦ ଦାବି

ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ଦେବାକୁ ବିରୋଧ କରି ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ । ସମବାୟ ମନ୍ତ୍ରୀ କାହିଁକି ଉତ୍ତର ଦେଲେ ନାହିଁ । କା’ ମନ୍ତ୍ରୀ ଉତ୍ତର ରଖିବା ଉପରେ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ । ଗୃହ ମଧ୍ୟ ଭାଗକୁ ଆସି ପ୍ରତିବାଦ କରିଥିଲେ । ପୋଡିୟମ ତଳେ ଧାରଣାରେ ବସିଥିଲେ ବିଜେପି ବିଧାୟକ । ଗୃହର ସ୍ଥିତି ଅସ୍ବାଭାବିକ ଦେଖି ବିଜେପି ସଦସ୍ୟଙ୍କୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଆନ୍ଦୋଳନରତ ବିଜେପି ବିଧାୟକଙ୍କୁ ବୁଝାସୁଝା କରିଥିଲେ ।

ଏହାବି ପଢନ୍ତୁ- ସତ୍ୟେନ୍ଦ୍ର ଜୈନଙ୍କୁ ବଡ ଝଟକା, ଜେଲରେ ମିଳିବନି ସ୍ପେଶାଲ୍ ଖାଦ୍ୟ

ସେପଟେ ଧାରଣାରୁ ଉଠିବାକୁ ବିଜେପି ସଦସ୍ୟଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । କୃଷକ ମାନଙ୍କ ସମସ୍ୟା ଗୁରୁତ୍ୱ ସମସ୍ୟା ଆଲୋଚନା କରନ୍ତୁ ବୋଲି ବିଜେପି ସଦସ୍ୟଙ୍କୁ ଅନୁରୋଧ କରିଥିଲେ । ବାଚସ୍ପତିଙ୍କ ଅନୁରୋଧକୁ ଗ୍ରହଣ ନକରି ଧାରଣାରେ ବସିଥିଲେ ବିଜେପି ସଦସ୍ୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.