Padmapur By Poll: ଚାଷୀ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

author img

By

Published : Nov 22, 2022, 5:03 PM IST

Padmapur By Poll: ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଫସଲ ବୀମାରେ ନିଜର ଅପାରଗତା କାରଣରୁ ଓଡିଶାର ଚାଷୀଙ୍କୁ ସେଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିତ ରଖୁଛନ୍ତି । ବରଗଡ଼ ଜିଲ୍ଲାକୁ ନେଇ ବିଭିନ୍ନ କଥାକୁ ନେଇ ବିଭିନ୍ନ ସମୟରେ ଭେଳିକି ଦେଖାଇଥିଲେ । ଲୋକମାନେ ତାତିବା ସହ ଆନ୍ଦୋଳନ କରିବାରୁ ମିଛି ମିଛିକା ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଭୁବନେଶ୍ବର: "ରାଜ୍ୟରେ 22 ବର୍ଷ ଧରି ଆଞ୍ଚଳିକ ଦଳର ସରକାର ଅଛି । ଲୋକଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ଭ୍ରମିତ କରି ରଖାଯାଇପାରିବ ନାହିଁ । କିମ୍ବା ଅନ୍ଧାରରେ ରଖା ଯାଇ ପାରିବ ନାହିଁ । ଧୀରେ ଧୀରେ ଲୋକ ସତ ଜାଣିବା ଆରମ୍ଭ କଲେଣି । ମିଛକୁ ବାରମ୍ବାର କହିଲେ ସତ ହୁଏନି । ଜିଲ୍ଲାପାଳ ମାନେ ରିପୋର୍ଟ ଦେଲା ପରେ ଇନପୁଟ ସବସିଡି କେତେ ଚାଷୀଙ୍କୁ ଦିଆଯାଇଛି, କେବେ ମରୁଡି ଘୋଷଣା କରିଥିଲେ," ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର । ବରଗଡ଼ ଜିଲ୍ଲା ପାଇଁ ଯେଉଁ ସୁଆଙ୍ଗ ରଚିଛନ୍ତି, ତାହାର 3ଟି ବ୍ଲକରୁ ଜଣେ ବି ଚାଷୀଙ୍କ ନାଁ ଯଦି ଚିହ୍ନଟ କରିଛନ୍ତି ଦେଖନ୍ତୁ । କେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଇସା ପଠାଇଲେ ପ୍ରମାଣ ଦେଖାନ୍ତୁ । ମିଛ କହିବାର ସୀମା ଅଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Padmapur By Poll: ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଏହାବି ପଢନ୍ତୁୃ- ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ

ଫସଲ ବୀମାରେ ନିଜର ଅପାରଗତା କାରଣରୁ ଓଡିଶାର ଚାଷୀଙ୍କୁ ସେଥିରୁ ଲମ୍ବା ସମୟ ପର୍ଯ୍ୟନ୍ତ ବଞ୍ଚିତ ରଖୁଛନ୍ତି । ବରଗଡ଼ ଜିଲ୍ଲାକୁ ନେଇ ବିଭିନ୍ନ କଥାକୁ ନେଇ ବିଭିନ୍ନ ସମୟରେ ଭେଳିକି ଦେଖାଇଥିଲେ । ଲୋକ ମାନେ ତାତିବା ସହ ଆନ୍ଦୋଳନ କରିବାରୁ ମିଛି ମିଛିକା ପ୍ରତିଶୃତି ଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ପାଇକମାଳରେ ସ୍ବାସ୍ଥ୍ୟମନ୍ତ୍ରୀ ପଇସା ମୁଣି ଧରି ବୁଲୁଛନ୍ତି । ଲୋକ ମାନଙ୍କ ଚିକିତ୍ସା ପାଇଁ ତାଙ୍କର ଦାୟିତ୍ୱ ନାହିଁ । ରେଳ ଲାଇନ ଉପରେ କେନ୍ଦ୍ର ରେଳ ମନ୍ତ୍ରୀ ସ୍ପଷ୍ଟ ଉତ୍ତର ରଖିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ପ୍ରସଙ୍ଗ ନାହିଁ, ପ୍ରସଙ୍ଗରେ ଘେରି ହୋଇଯାଉଛନ୍ତି । ବରଗଡ଼ରେ ଧାନ କିଣା ଏକ ବଡ଼ ପ୍ରସଙ୍ଗ । ଧାନ କିଣା ଯାଇପାରୁନାହିଁ, ଫସଲ ବୀମା ପ୍ରତି ସରକାରଙ୍କ ଅପାରଗତା, ଇନପୁଟ ସବସିଡି ଦିଆଯାଇପାରି ନାହିଁ । ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏଗୁଡିକ ଏବେ ପଦ୍ମପୁରରେ ନିର୍ବାଚନ ପ୍ରସଙ୍ଗ ।

ଏହାବି ପଢନ୍ତୁ- ଭୟଙ୍କର ଭୂକମ୍ପରେ ଥରିଲା ସୋଲେମାନ ଦୀପପୁଞ୍ଜ, ତୀବ୍ରତା 7.0 ରେକର୍ଡ

ଶାସକ ଦଳ କେବଳ ସରକାରୀ ବଳ, ଧନ ବଳରେ ନିର୍ବାଚନ ଲଢୁଛନ୍ତି । ପଦ୍ମପୁର ମାଟି ଏକ ସ୍ୱାଭିମାନୀ ଓ ସଂଗ୍ରାମୀ ମାଟି । ସେ ମାଟିରେ ପ୍ରବଞ୍ଚନ ଲମ୍ବା ସମୟ ଧରି ଚାଲିବ ନାହିଁ । ଲୋକ ଉଚିତ ଜବାବ ଦେବେ । କେନ୍ଦ୍ର କୃଷି ମନ୍ତ୍ରୀ ନିଶ୍ଚିତ ଆସିବେ । ଆମେ ଅନୁରୋଧ କରିଛୁ । ନାଁ ନେଇ କୃଷି ମନ୍ତ୍ରୀ ରାଜା ସ୍ବାଇଁଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ଆଠଗଡ଼ରେ ଗରିବ ଚାଷୀଙ୍କ ସମବାୟ ପଇସାକୁ ହରିଲୁଟ କରିଛନ୍ତି । ପରିବାର ସହ ମିଶି ହରିଲୁଟ କରିଛନ୍ତି । ତାଙ୍କ ବଂଶଜ ମାନେ ଦାଦାଗିରି କରୁଥିବାରୁ ପୋଲିସ ଜେଲରେ ଭର୍ତ୍ତି କରିଛି । ସେମାନେ ପଶ୍ଚିମ ଓଡିଶାରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନେ ହିତୈଶୀ ହୋଇଛନ୍ତି । ଏ ସବୁର ପର୍ଦାଫାଶ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.