ଭୟଙ୍କର ଭୂକମ୍ପରେ ଥରିଲା ସୋଲେମାନ ଦୀପପୁଞ୍ଜ, ତୀବ୍ରତା 7.0 ରେକର୍ଡ

author img

By

Published : Nov 22, 2022, 9:52 AM IST

Updated : Nov 22, 2022, 10:22 AM IST

Earthquake hits in Solomon Islands

ସୋଲେମାନ ଦୀପପୁଞ୍ଜରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.0 ରେକର୍ଡ କରାଯାଇଛି । ଅଧିକ ପଢ଼ନ୍ତୁ

ହୋନିଆରା: ସୋଲେମାନ ଦୀପପୁଞ୍ଜରେ ଭୟଙ୍କର ଭୂକମ୍ପ ଝଟକା (Earthquake hits Solomon Islands) । ଭୂକମ୍ପରେ ଥରିଲା ସୋଲେମାନ ଦୀପପୁଞ୍ଜର ହୋନିଆରା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.0 ରେକର୍ଡ କରାଯାଇଛି । ହୋନିଆରାର ଦକ୍ଷିଣ ପଶ୍ଚିମରୁ 56 କିଲୋମିଟର (35 miles) ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ୟୁଏସ ଜିଓଗ୍ରାଫିକାଲ ସର୍ଭେ (US Geographical Survey ) ପକ୍ଷରୁ ସୂଚନା ଦିଆଯାଇଛି ।

  • Earthquake of Magnitude:6.1, Occurred on 22-11-2022, 08:08:00 IST, Lat: -9.81 & Long: 159.61, Depth: 10 Km ,Location: 56km SW of Honiara, Solomon Islands for more information Download the BhooKamp App https://t.co/CRbMfqwTVa @ndmaindia @Indiametdept

    — National Center for Seismology (@NCS_Earthquake) November 22, 2022 " class="align-text-top noRightClick twitterSection" data=" ">

ଆଜି ସକାଳ 8.8 ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏହାର ଗଭୀରତା 13 କିଲୋମିଟର ରୋକର୍ଡ କରାଯାଇଛି । ସେହିପରି ଅକ୍ଷାଂଶ 9.81 ହୋଇଥିବାବେଳେ ଦ୍ରାଘିମା 159.61 ରହିଛି । ଭୂକମ୍ପ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ । ତେବେ ଏହି ସମୟରେ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିବାର ଦେଖିବାକୁ ମିଳିଥିଲା । ଗତ କିଛି ଦିନ ହେବ ବିଶ୍ବର ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: Indonesia Earthquake: ଭୟଙ୍କର ଭୂମିକମ୍ପରେ ୧୬୨ ମୃତ, ଶତାଧିକ ଆହତ

ସୂଚନା ଥାଉକି, ସୋମବାର ଅପରାହ୍ନରେ ଇଣ୍ଡୋନେସିଆର ଜାଭା ଦ୍ବୀପରେ ଏହି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀର୍ବତା ୫.୬ ରହିଥିଲା । ଏହି ଭୟଙ୍କର ଭୂମିକମ୍ପରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି(Earthquake hits Indonesia) । ଏଥିରେ ଶତାଧିକ ଲୋକେ ଆହତ ହୋଇଛନ୍ତି । ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭୂକମ୍ପରେ ଶହ ଶହ ଘରଦ୍ବାର ଭାଙ୍ଗି ନଷ୍ଟ ହୋଇଯାଇଥିବାବେଳେ, ଅନେକ ଲୋକ ଏବେ ବି ଭଗ୍ନସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ଫସି ରହିଥିବା ଲୋକମାନଙ୍କୁ ବାହାର କରିବାକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Last Updated :Nov 22, 2022, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.