ETV Bharat / state

OSSSC EXAM: ପରୀକ୍ଷାରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ

author img

By

Published : Jul 9, 2023, 9:49 PM IST

ଓଡ଼ିଶା ସବ ଅଡିନେଟ ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା (OSSSC EXAM)ରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସିର ଖବର । ଓଡ଼ିଶା ସବ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା (OSSSC EXAM)ରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ । ଦମନ ସିନେମା ନିଜର ମୌଳିକତା କଥାବସ୍ତୁକୁ ନେଇ ସାରା ଭାରତ ବର୍ଷରେ ବେଶ ପ୍ରଶଂସା ସାଉଁଟିଥିବା ବେଳେ ଓଡ଼ିଶା ସବ କୋଡିନେଟ ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାର ପ୍ରଶ୍ନପତ୍ରରେ ସ୍ଥାନ ପାଇଛି ।

ଆଜି ପ୍ରଶ୍ନଟି ଥିଲା "ଗତ ବର୍ଷ ରିଲିଜ୍‌ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଦମନ କେଉଁ ଜିଲ୍ଳାର କାହାଣୀ ବର୍ଣ୍ଣନା କରୁଛି ?" ଆଉ ଏହାର ଅପ୍ସନରେ ରହିଥିଲା କୋରାପୁଟ, ରାୟଗଡ଼ା, ମାଲକାନାଗିରି ଓ କନ୍ଧମାଳ । ଯାହା ବର୍ତ୍ତମାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସିର ଖବର ଆଣିଦେଇଛି । ତେବେ ଅନେକ ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତ ନିଜର ମୌଳିକତାକୁ ହରାଇଥିବା ବେଳେ ଦୂର ଦିନ ଦେଇ ଗତି କରୁଥିଲା । ଦର୍ଶକମାନେ ଓଡ଼ିଆ ସିନେମା ପ୍ରତି ଗୋଟେ ପ୍ରକାର ମୁହଁ ଫେରାଇ ଦେଇଥିବା ବେଳେ ହଲ ବିମୁଖା ହେଉଥିଲେ । କପି କଲଚର ସିନେମାକୁ ନେଇ ସିନେପ୍ରେମୀ ଅଭିଯୋଗ ଆଣିବା ସହ ସିନେମା ଦେଖୁନଥିଲେ । ଆଉ ଏହି ସମୟରେ ଏକ ନିଚ୍ଛକ କାହାଣୀ ସହ ଓଡ଼ିଶାର ପାଣିପବନକୁ ନେଇ ପ୍ରସ୍ତୁତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଦମନ ।

Odia Film Daman
ପରୀକ୍ଷାରେ ଆସିଲା ଫିଲ୍ମ ଦମନକୁ ନେଇ ପ୍ରଶ୍ନ

ଏହା ବି ପଢନ୍ତୁ- ଓଡିଆ ସିନେମାକୁ ପ୍ରୋତ୍ସାହନ, ଟ୍ୟାକ୍ସ ଫ୍ରି ହେଲା ବାବୁସାନଙ୍କ ଫିଲ୍ମ ଦମନ

ଯାହା ଓଡ଼ିଆ ଚଳଚିତ୍ର ପାଇଁ ଏକ ସଞ୍ଜିବନୀ ସାଜିଥିଲା ଆଉ ଲୋକମାନେ ଏହି ସିନେମାକୁ ନିଜର ଭଲପାଇବା ଦେଇଥିଲେ ଆଉ ଏହା ମାସ ମାସ ଧରି ହଲରେ ଚାଲିଥିଲା । ଯାହାକୁ ନେଇ ଓଡ଼ିଆ ସିନେମାର ସ୍ବର୍ଣ୍ଣିମ ଯୁଗ ପୁଣି ଆରମ୍ଭ ହୋଇଛି । ହଲ ବିମୁଖ ଓଡ଼ିଆ ସିନେପ୍ରେମୀ ପୁଣି ଚଳଚ୍ଚିତ୍ର ଦେଖିବା ଆରମ୍ଭ କରିଛନ୍ତି । ବିଶେଷ କରି ଏହି ସିନେମାଟି ଅପହଞ୍ଚ ବା ବିଚ୍ଛିନ୍ନ ଅଞ୍ଚଳର ଏକ ଡାକ୍ତରଙ୍କ ନିଚ୍ଛକ ଓ ନିରବିଚ୍ଛିନ୍ନ ସେବାକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ଏହି ଚଳଚ୍ଚିତ୍ର ପୁରା ବିଶ୍ବରେ ଭଲ ପାଇବା ଓ ପ୍ରଶଂସା ସାଉଣ୍ଟିଥିଲା । ତେଣୁ ଓଡ଼ିଆ ଚଳଚ୍ଚିତ୍ରର ସଞ୍ଜିବନୀ ସାଜିଥିବା ଓ ସମସ୍ତଙ୍କ ପାଇଁ ଉଦାହରଣ ସାଜିଥିବା ଡାକ୍ତର ଓମଙ୍କ କାହାଣୀ ଆଜି ଉଚ୍ଚ ପ୍ରସଂଶିତ ହୋଇଛି ।

ଏହାସହ ଓଡ଼ିଶା ସବ ଅର୍ଡିନେଟ୍‌ ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷାରେ ସିନେମା ସମ୍ବନ୍ଧିତ ପ୍ରଶ୍ନ ପଡିଛି । ଯାହାକି ଓଡ଼ିଆ ସିନେମାକୁ ଗୌରବ ମଣ୍ଡନ କରିବା ସହ ଫିଲ୍ମ ମେକରମାନଙ୍କୁ ଭଲ ସିନେମା ପ୍ରସ୍ତୁତ ସହ ଇତିହାର ସ୍ଵର୍ଣ୍ଣ ପୃଷ୍ଠାରେ ରହିବାର ପ୍ରେରଣା ଯୋଗାଇଛି ଓ ଆମ ଯୁବପୀଢିଙ୍କୁ କାମ କରିବାର ନୂଆ ଏକ ବାର୍ତ୍ତାର ଆହ୍ବାନ ଦେଇଛି । ଏହି ଫିଲ୍ମ ଓଡ଼ିଶାର କାହାଣୀ ବଖାଣୁଥିବାରୁ ରାଜ୍ୟ ସରକାର ଏହାକୁ ଦେୟମୁକ୍ତ ମଧ୍ୟ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.