ETV Bharat / state

କଲଭର୍ଟ ନେଲା ଜୀବନ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

author img

By

Published : Jan 10, 2023, 12:04 PM IST

road accident in khordha
ଖୋର୍ଦ୍ଧାରେ ସଡ଼କ ଦୁର୍ଘଟଣା

ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ-ହଳଦିଆ ରାସ୍ତା ନିକଟ ମୁକ୍ତାପୁର ଛକ ନିକଟକରେ କଲଭର୍ଟରେ ଖସିପଡ଼ି ବାଇକ ଆରୋହୀଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ । ଅଧିକ ପଢ଼ନ୍ତୁ

କଲଭର୍ଟ ନେଲା ଜୀବନ

ଖୋର୍ଦ୍ଧା: ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ହଳଦିଆ ରାସ୍ତାର ମୁକ୍ତାପୁର ଛକରେ ସଡ଼କ ଦୁର୍ଘଟଣା । ଏଥିରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୁକ୍ତାପୁର ଛକରେ ନିର୍ମାଣଧିନ କଲଭର୍ଟରେ ଖସିପଡ଼ି ବ୍ୟକ୍ତିଙ୍କ ମୃତ୍ୟୁ ଘଟଛି । ମୃତକ ଜଣକ ହେଉଛନ୍ତି କୂଆପୁଟ ଗ୍ରାମକ କୁଳମଣି ନିଶଙ୍କ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଅସହ୍ୟ ଶୀତକୁ ଖାତିର ନକରି କେନ୍ଦ୍ରାପଡ଼ାରେ ହକି ବିଶ୍ୱକପ ଟ୍ରଫିକୁ ସ୍ବାଗତ

ସୂଚନା ଅନୁଯାୟୀ, ହଳଦିଆ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତିକରଣ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ କଲଭର୍ଟ ତିଆରି ପାଇଁ ଠିକାଦାର ରାସ୍ତାକୁ ଖୋଳି ପକାଇଛନ୍ତି । ଯାହା ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗ ଓ ଠିକାଦାର ଏହାକୁ କର୍ଣ୍ଣପାତ କରୁନଥିବା ବେଳେ ଏଠାରେ ଜଣେ ବାଇକ ଆରୋହୀର ମୃତ୍ୟୁ ହୋଇଛି । କୂଆପୁଟ ଗ୍ରାମର କୁଳମଣି ନିଶଙ୍କ ଖୋର୍ଦ୍ଧାରୁ କାମ ସାରି ନିଜ ଗ୍ରାମକୁ ଫେରୁଥିବା ବେଳେ ମୁକ୍ତାପୁର ଛକରେ ନିର୍ମାଣ ଚାଲିଥିବା କଲଭର୍ଟରେ ଖସିପଡି ଜୀବନ ହରାଇଛନ୍ତି । ରାସ୍ତା କାମ ଓ କଲଭର୍ଟ କାମ ଚାଲୁଥିଲେ ମଧ୍ୟ ବିଭାଗ କିମ୍ବା ଠିକାଦାରଙ୍କ ପକ୍ଷରୁ କୌଣସି ସଚେତନତା ମୂଳକ ପଦକ୍ଷେପ ନିଆଯାଇନଥିବା କାରଣରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଜେଲ୍‌ ସଂସ୍କାର ମାମଲା: ଜେଲ୍‌ରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ବନ୍ଦୀକୁ ନେଇ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ରାସ୍ତା ନିର୍ମାଣ ପୂର୍ବରୁ ଠିକାଦାର ଏବଂ ବିଭାଗ ପକ୍ଷରୁ ସତର୍କ ସୂଚନା, ହୋର୍ଡିଂ ଆଦି ଲଗାଯାଏ । କିନ୍ତୁ ଆଶ୍ଚର୍ଯ୍ୟ ବିଷୟ ଏଠାରେ କୌଣସି ସୂଚକାଙ୍କ ନାହିଁ । ତେଣୁ ବିପଦ ସଂକୁଳ ଅବସ୍ଥାରେ ଲୋକେ ଏଠାରେ ଯାତାୟାତ କରୁଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ରାସ୍ତା କାମ ଶୀଘ୍ର ଶେଷ କରିବାକୁ ଦାବି କରି ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଦୀର୍ଘ ସମୟଧରି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିବା ଯୋଗୁଁ ଖୋର୍ଦ୍ଧା ହଳଦିଆ ମୁଖ୍ୟ ରାସ୍ତାରେ ଯାତାୟାତ ଠପ ହୋଇଛି । ସେପଟେ ଘଟଣା ସମ୍ପର୍କରେ ଖବର ପାଇ ଆଦର୍ଶ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.