ETV Bharat / state

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର: ଜଣେ ମୃତ

author img

By ETV Bharat Odisha Team

Published : Oct 17, 2023, 11:58 AM IST

Updated : Oct 17, 2023, 2:20 PM IST

road accident in khordha
road accident in khordha

ଖୋର୍ଦ୍ଧାରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରି ବେଗୁନିଆ ମଝିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର । ଏନେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ମୃତକ ଜଣକ ନୟାଗଡ଼ ଗୋତିସାହି ଅଞ୍ଚଳର ଶ୍ୟାମ ବେହେରା ବୋଲି ଜଣାପଡିଛି ।

ସୂଚନା ମୁତାବକ, ଶ୍ୟାମ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ବଡ଼ ହସ୍ପିଟାଲ ଯାଉଥିଲେ । ଏକ ମାରୁତି ଡିଜାୟାର କାର ଯୋଗେ ନୟାଗଡ଼ରୁ ଭୁବନେଶ୍ବର ନିଜ ପରିବାର ସଦସ୍ୟଙ୍କ ସହ ଯାଉଥିଲେ । ସେହି ସମୟରେ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ବେଗୁନିଆ ବାଘମାରି ମଝିରେ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟକୁ ଧକାଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ତେବେ କାରରେ ଥିବା ସମସ୍ତ 4ଜଣ ଗୁରୁତର ଆହତ ହୋଇଥିଲେ । ଏନେଇ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ସମସ୍ତଙ୍କୁ 108 ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଶ୍ୟାମଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଗାଡ଼ିରେ ଥିବା ଅନ୍ୟ 3ଜଣଙ୍କ ସ୍ୱାସ୍ଥ୍ୟାବସ୍ତା ସ୍ଥିର ଥିବା ଜଣାପଡିଛି । ସେପଟେ ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାରେ ପ୍ରାଣ ହରାଇଲେ ଛାତ୍ର, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ଉତ୍ତେଜନା

ପ୍ରକାଶ ଥାଉକି, ଗତକାଲି ବଲାଙ୍ଗୀରରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଥିଲେ । ବଲାଙ୍ଗୀରର ବଙ୍ଗୋମୁଣ୍ଡା-ଖଡ଼ିଆଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ବୋଲେରୋଟି ବଲାଙ୍ଗୀର ପଟୁ ଯାଉଥିବା ବେଳେ ଖଡ଼ିଆଳ ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋଲେରୋ ମଧ୍ୟରେ ଥିବା 2ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଆହତ ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେପଟେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ତାକୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା, ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ 2 ମୃତ

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Oct 17, 2023, 2:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.