ETV Bharat / state

ଟ୍ରକ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ

author img

By

Published : Sep 14, 2022, 7:01 PM IST

ଟ୍ରକ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ
ଟ୍ରକ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା ତୋଟାପଡା ଛକଠାରେ ଟ୍ରକ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ସହର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । ତୋଟାପଡା ଛକଠାରେ ଟ୍ରକ ଧକ୍କାରେ ଆକ୍ଟିଭା ଚାଳକଙ୍କ ମୃତ୍ୟୁ । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ ଆଜି (ବୁଧବାର) ମଧ୍ୟାହ୍ନରେ ଭୁବନେଶ୍ବରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏପି୦୭- ଟିୟୁ- ୬୬୯୫ ନମ୍ବର ବିଶିଷ୍ଟ ଟ୍ରକଟି ଆକ୍ଟିଭାକୁ ପଛପଟୁ ଆସି ଧୋକ୍କା ଦେଇଥିଲା । ଫଳରେ ସ୍କୁଟି ଚାଳକଙ୍କ ଉପରେ ଟ୍ରକଟି ମାଡ଼ିଯିବା ଯୋଗୁଁ ଘଟଣା ସ୍ଥଳରେ ଆକ୍ଟିଭା ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ସଦର ଥାନା ଅନ୍ତର୍ଗତ ଲହଙ୍ଗା ଗ୍ରାମର ନବ କିଶୋର ନାୟକ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଥିବା ବେଳେ ସଦର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକକୁ ଅଟକ ରଖିଛି । ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନ୍ତରକିଆରୀ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ବାଲୁଗାଁ ରାମପୁର ରୋଡ଼ରେ ରହୁଥିବା ସଞ୍ଜୟ ବେହେରା (୨୩) ଗୁରୁବାର ବିଳମ୍ବିତ ରାତ୍ରିରେ ନିଜ ସହଯୋଗୀଙ୍କ ସହ ବାଣପୁରରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଅସାବଧାନତାବଶତଃ ଅନ୍ତରକିଆରୀ ରୋଡ଼ ନିକଟରେ ଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ । ସଞ୍ଜୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ସଞ୍ଜୟଙ୍କ ମୃତଦେହ ଏବଂ ବାଇକ ଜବତ କରିବା ସହ ତାଙ୍କ ସହଯୋଗୀଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନା ପଠାଇଥିଲେ ।

ସେହିପରି ନିକଟରେ ଟାଙ୍ଗୀ ଥାନା ଛକଡିପୁର ଗାଁ ନିକଟରେ ନିଜ ସାଇକେଲରେ କାନ୍ତ ମାର୍ଥା (୫୫) ଘରକୁ ଫେରୁଥିବା ବେଳେ ଦୃତ ଗତିରେ ଯାଉଥିବା ଏକ ମୋଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସାଇକେଲ ଆରୋହୀଙ୍କ ସହ ବାଇକ୍ ଆରୋହୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର କାନ୍ତ ମାର୍ଥାଙ୍କୁ ମେଡିକାଲରେ ମୃତ୍ୟୁ ଘୋଷଣା କରିଥିଲେ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.