ETV Bharat / state

8 ବର୍ଷ ପରେ ଧରାପଡିଲେ ଫେରାର ପୂର୍ବତନ ବିଡିଓ, ଦିଲ୍ଲୀରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

author img

By

Published : Aug 21, 2023, 11:33 AM IST

Updated : Aug 21, 2023, 2:19 PM IST

Odisha Vigilance Arrests narayanpatna former bdo
Odisha Vigilance Arrests narayanpatna former bdo

ଦିଲ୍ଲୀରୁ ଗିରଫ ହେଲେ ନାରାୟଣପାଟଣା ପୂର୍ବତନ ବିଡ଼ିଓ । ଦୁର୍ନୀତିରେ ଲିପ୍ତ ଥିବାରୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Odisha Vigilance Arrests narayanpatna former bdo

ଭୁବନେଶ୍ବର/ କୋରାପୁଟ: ଭିଜିଲାନ୍ସ ଜାଲରେ ଫେରାର ଦୁର୍ନୀତିଗ୍ରସ୍ତ ଅଧିକାରୀ । ନାରାୟଣପାଟଣା ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁ ଦିଲ୍ଲୀରୁ ଗିରଫ କଲା ଭିଜିଲାନ୍ସ । ଦୀର୍ଘ 8 ବର୍ଷ ଧରି ଚକମା ଦେଇ ଫେରାର ଥିବା ବେଳେ ଆଜି ଗିରଫ ହୋଇଛନ୍ତି । ଗିରଫ ପରେ ଦିଲ୍ଲୀ କୋର୍ଟରେ ହାଜର କରି ଆଜି ଭୁବନେଶ୍ୱର ଆଣୁଛି ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶାଳୟ । 2015ରୁ ନାରାୟଣପାଟଣା ପୂର୍ବତନ ବିଡ଼ିଓ ରମେଶ ଚନ୍ଦ୍ର ସାହୁ ଫେରାର ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପର ଭାଇଜର, ଲାଞ୍ଚ ନେଲାବେଳେ ଧରା ପଡ଼ିଲେ

2015ରୁ ଥିଲେ ଫେରାର: 2015 ମସିହାରେ ନାରାୟଣପାଟଣାର ବିଡ଼ିଓ ଥିବା ବେଳେ 34 ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସରେ କେସ ରହିଛି। 7ଟି ଦୁର୍ନୀତି ମାମଲାରେ ଏହି ସବୁ ଟଙ୍କା ଆତ୍ମସାତ କରିଥିବାରୁ ଭିଜିଲାନ୍ସ ସ୍କାନରରେ ରହିଥିଲେ ରମେଶ ଚନ୍ଦ୍ର । ଦୁର୍ନୀତିରେ ଲିପ୍ତ ଥିବା ଜଣାପଡିବା ପରେ 2015ରୁ ଫେରାର ଥିଲେ ନାରାୟଣପାଟଣା ପୂର୍ବତନ ବିଡ଼ିଓ । ଦୀର୍ଘ 8ବର୍ଷ ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଚକମା ଦେଇ ଫେରାର ଥିବା ରମେଶଙ୍କୁ ଦିଲ୍ଲୀରୁ ଗିରଫ କରାଯାଇ ଦିଲ୍ଲୀ କୋର୍ଟରେ ହାଜର କରାଯାଇଥିଲା । ଆଜି ଭୁବନେଶ୍ୱର ଆଣୁଛି ଓଡ଼ିଶା ଭିଜିଲାନ୍ସ ଟିମ୍‌ ।

ବିଗତ ଆଠ ବର୍ଷ ଧରି ସେ ନିଜକୁ ଲୁଚି ରହିବା ପାଇଁ ଭାରତର ବିଭିନ୍ନ ସ୍ଥାନ ପରିବର୍ତ୍ତନ କରୁଥିଲା । ଏପରିକି ଦିଲ୍ଲୀ ଓ ତାର ଆଗ ପାଖ ଅଞ୍ଚଳରେ ନିଜର ସମ୍ପର୍କୀୟ ବନାଇ ବିଭିନ୍ନ ସମୟରେ ସ୍ଥାନ ବଦଳାଇଥିଲା । ଜୋରହାଟ ଆସାମରୁ ଯାଇ ଦିଲ୍ଲୀରେ ଥିଲା, ପରେ ପୁଣି ଆସାମ ଫେରୁଥିବା ବେଳେ ସୂଚନା ଆଧାରରେ ଦିଲ୍ଲୀ ଏୟାରପୋର୍ଟରୁ ତାକୁ ଗିରଫ କରିଥିଲେ ଭିଜିଲାନ୍ସ ଅଧିକାରୀ । ନାରାୟଣପାଟଣା ବ୍ଲକର ଟଭାପଦ, ଡୁମସିଲ , ଗେଚଳା ଓ ମାଙ୍କିଡି ଠାରେ ଅଙ୍ଗନବାଡି ନିର୍ମାଣ ପାଇଁ ଆସିଥିବା ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ରମେଶ ନାମରେ ରହିଛି ଏକାଧିକ ମାମଲା: ରମେଶ ଚନ୍ଦ୍ର ସାହୁଙ୍କ ନାଁରେ ଏକାଧିକ ଦୁର୍ନୀତି ସମ୍ପର୍କିତ କେସ ରହିଛି । ତୋଭରପଡା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ 6 ଲକ୍ଷ ଟଙ୍କାର ସରକାରୀ ଟଙ୍କା ହେରଫେର୍‌ କରିଥିବା କୋରାପୁଟ ଭିଜିଲାନ୍ସରେ ଏକ କେସ ରହିଛି । ସେହିପରି ଦୁମସିଲ ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣରେ 3 ଲକ୍ଷ ହେରଫେର୍‌, ନାରାୟଣପାଟଣା ଦଳେଇପେଟାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆଳରେ 5ଲକ୍ଷ ଘୋଟାଲା, ପଚିଙ୍ଗି ଅଞ୍ଚଳରେ ରାସ୍ତା କାମ ଓ ଶିଶୁ ବିକାଶ ପାଇଁ ଆସିଥିବା ବିଭିନ୍ନ ଆର୍ଥିକ ଅନୁଦାନକୁ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚର ଆଳ ଦେଖାଇ ଆନୁମାନିକ 3 ଲକ୍ଷ ଟଙ୍କା ଘୋଟଲା କରିଛନ୍ତି । ନାରାୟଣପାଟଣା କେଳୁବାଡି ଏବଂ ଉପରକେମୁଣ୍ଡିରେ ମଧ୍ୟ ବିଭିନ୍ନ ନିର୍ମାଣ କାମରେ 10 ଲକ୍ଷ ହେରଫେର୍‌ ଓ NREGSରେ ଆସୁଥିବା କାମରେ ମଧ୍ୟ ବିଭିନ୍ନ ପଞ୍ଚାୟତର PFC ଆକାଉଣ୍ଟରୁ ଟଙ୍କା ହଡପ କରିଛନ୍ତି । ଜିଆର କ୍ୟାସ ହେରଫେର୍‌ ଭଳି ଘୋଟାଲା ମଧ୍ୟ କରିଛନ୍ତି । କୋରାପୁଟ ଭିଜିଲାନ୍ସରେ 7ରୁ ଊର୍ଦ୍ଧ୍ବ କେସ ରହିଛି ତାଙ୍କ ନାମରେ ।

ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ନେଇ ଧରାପଡ଼ିଥିଲେ ସରକାରୀ ବାବୁ, ୧୦ ବର୍ଷ ପରେ ଜେଲଦଣ୍ଡ ଶୁଣାଇଲେ ଭିଜିଲାନ୍ସ କୋର୍ଟ

ଇଟିଭି ଭାରତ, ଭୁବନେଶ୍ବର ଓ କୋରାପୁଟ

Last Updated :Aug 21, 2023, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.