ETV Bharat / state

ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ ଓ ସୁପର ଭାଇଜର, ଲାଞ୍ଚ ନେଲାବେଳେ ଧରା ପଡ଼ିଲେ

author img

By

Published : Aug 16, 2023, 5:09 PM IST

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପର ଭାଇଜର ସୁଲୋଚନ ବେହେରା । ଅଧିକ ପଢ଼ନ୍ତୁ

bhadrak cdpo under vigilance scanner
ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଡିପିଓ

ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଡିପିଓ

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ ଏବଂ ସୁପର ଭାଇଜର ସୁଲୋଚନ ବେହେରା । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଉଭୟେ ଧରାପଡିଲେ । ସିଡିପିଓ ସୁଗନ୍ଧା ଦାସ ଏବଂ ସୁପରଭାଇଜର ସୁଲୋଚନ ବେହେରା ଅଙ୍ଗନବାଡ଼ି କେନ୍ଦ୍ରରେ ନିିଯୁକ୍ତି ପାଇଁ ଲାଞ୍ଚ ଦାବି କରିଥିଲେ । ବଣିଆ ପଞ୍ଚାୟତ ଅନ୍ତର୍ଗତ ସରଗଡ଼ିଆ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଇତିଶ୍ରୀ ସେଠୀଙ୍କ ନିଯୁକ୍ତି ପାଇଁ ତାଙ୍କ ଦାଦା ପ୍ରଶାନ୍ତ ସେଠୀଙ୍କ ନିକଟରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକି ବେଳେ ଯୋଜନା ବଦ୍ଧ ଭାବେ ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭଦ୍ରକ ଏବଂ ବାଲେଶ୍ୱର ଭିଜିଲାନ୍ସ ଟିମ ସେମାନଙ୍କୁ ଧରିଥିଲା ।

ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଅଧିନସ୍ତ ବଣିଆ ପଞ୍ଚାୟତ ଅଙ୍ଗନୱାଡି କର୍ମୀ ଇତିଶ୍ରୀ ସେଠୀ ଚାକିରୀ ପାଇବା ପରେ କାର୍ଯ୍ୟରେ ଯୋଗ ଦେଇ ସାରି ଥିବା ବେଳେ ସିଡିପିଓ ସୁଗନ୍ଧା ଦାସ ଇତିଶ୍ରୀଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଏଥିର ଅତିଷ୍ଟ ହୋଇ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ସେଠୀ ବାଲେଶ୍ବର ଭିଜିଲାନ୍ସ ଏସପିଙ୍କୁ ସୂଚନା ଦେଇଥିଲେ । ଆଜି ପ୍ରଶାନ୍ତ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭଦ୍ରକ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ପହଞ୍ଚି ସିଡିପିଓଙ୍କୁ 10 ହଜାର ଟଙ୍କା ଦେବା ପାଇଁ ଆସିଥିବା ବେଳେ ସୁପରଭାଇଜର ସୁଲଚନା ବେହେରାଙ୍କୁ ଟଙ୍କା ଦେବାକୁ କହିଥିଲେ । ଏହି ସମୟରେ ଆଗରୁ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀ ମାନେ ଦୁଇ ଅଧିକାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ ଟଙ୍କା ଜବତ କରିଛନ୍ତି । ଉଭୟଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିମୁଳିଆ ମେଡ଼ିକାଲ ମୁଖ୍ୟ କିରାଣୀ

ଚଡ଼ାଉ ବେଳେ ବାଲେଶ୍ୱର ଭିଜିଲାନ୍ସ ଅଡିସନାଲ ଏସପି ହରେକୃଷ୍ଣ ମାଝୀ, ଭଦ୍ରକ ଡିଏସପି ସନ୍ତୋଷ କୁମାର ସାମନ୍ତ ରାୟ , ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଘଟଣାର ଅଧିକ ତଦନ୍ତ ପାଇଁ ଡିଏସପି ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରାଉଚରା କରିଥିଲେ । ପରେ ସେମାନଙ୍କୁ ଭିଜିଲାନ୍ସ ଅଫିସକୁ ନିଆଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.