ETV Bharat / state

Train Mishap In Odisha: ମନଇଚ୍ଛା ବସଭଡା ନେଲେ ହେବ କାର୍ଯ୍ୟାନୁଷ୍ଠାନ, ନଜର ରଖିଛି RTO

author img

By

Published : Jun 3, 2023, 2:59 PM IST

Train Mishap In Odisha
odisha train tragedy

ଭୁବନେଶ୍ବର, ବାଲେଶ୍ବର, ପୁରୀ, କଟକରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ଆରଟିଓ ବସ ବ୍ୟବସ୍ଥା କରିଛନ୍ତି । ମନ ଇଚ୍ଛା ଭଡା ନେଉଥିବା ବସଗୁଡିକ ଉପରେ କଡା ନଜର ରଖିଛି ଆରଟିଓ । ଅଧିକ ପଢନ୍ତୁ

ଓଡିଶା ଟ୍ରେନ ଦୁର୍ଘଟଣା
ଓଡିଶା ଟ୍ରେନ ଦୁର୍ଘଟଣା

ଭୁବନେଶ୍ବର: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଚାଲିଯାଇଛି ଅନେକ ଜୀବନ । ଟ୍ରେନ ଦୁର୍ଘଟଣା ନେଇ ଅନେକ ଟ୍ରେନ ବାତିଲ ରହିଛି । ଫଳରେ ବସରେ ଲୋକ ଯାତାୟତ କରୁଛନ୍ତି । ପଶ୍ଚିମବଙ୍ଗ ଅଭିମୁଖେ ବାହାରିଛନ୍ତି ଯାତ୍ରୀ । ଭୁବନେଶ୍ବର, ବାଲେଶ୍ବର, ପୁରୀ, କଟକରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ଆରଟିଓ ବସ ବ୍ୟବସ୍ଥା କରିଛନ୍ତି । ମନ ଇଚ୍ଛା ଭଡା ନେଉଥିବା ବସଗୁଡିକ ଉପରେ କଡା ନଜର ରଖିଛି ଆରଟିଓ ।

ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ବସଷ୍ଟାଣ୍ଡ ଅଭିମୁଖେ ଅନେକ ଯାତ୍ରୀ । ବିଶେଷ କରି ପଶ୍ଚିମବଙ୍ଗ ଅଭିମୁଖେ ଯିବା ପାଇ ଯାତ୍ରୀ ବସଷ୍ଟାଣ୍ଡ ରେ ଭିଡ ଜମାଇଛନ୍ତି । ଟ୍ରେନ ଦୁର୍ଘଟଣା ଯୋଗୁ ଟ୍ରେନ ବିଳମ୍ବ ହେବା ଉଦ୍ଦେଶ୍ୟରେ ବସରେ ଯିବାକୁ ଗୁରୁତ୍ବ ଦେଇଛନ୍ତି । ଏନେଇ ଅନେକ ଷ୍ଟାଣ୍ଡରେ ବସ ଭଡା ନିର୍ଦ୍ଦିଷ୍ଟ ଦର ଠାରୁ ଅଧିକ ଆଦାୟ କରୁଛନ୍ତି ବସ କର୍ମଚାରୀ । ଏନେଇ ଟ୍ବିଟ ଯୋଗେ ପୁରୀରୁ ଜଣେ ଯାତ୍ରୀ ଅଭିଯୋଗ ପରେ ଗୁରୁତ୍ବ ଦେଇଛି ରାଜ୍ୟ ପରିବହନ ବିଭାଗ ବା STA । ଏନେଇ ପରିବହନ ବିଭାଗ ପକ୍ଷରୁ ସମସ୍ତ RTO ଏନେଇ ଆଲର୍ଟ କରାଯାଇଛି ।

  • ଭୁବନେଶ୍ୱର, ବାଲେଶ୍ଵର, ପୁରୀ, କଟକ ର ଆରଟିଓ ଦଳ ଅଟକି ରହିଥିବା ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି।

    ଯଦି କୌଣସି ବସ୍ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ / ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି ତେବେ ବସ୍ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I https://t.co/xLYoej3z5x

    — State Transport Authority, Odisha (@STAOdisha) June 3, 2023 " class="align-text-top noRightClick twitterSection" data=" ">

ପରିବହନ ବିଭାଗ ପକ୍ଷରୁ RTO ଏନେଇ ଆଲର୍ଟ କରାଯାଇଛି । ଏନେଇ ବିଶେଷ କରି ପୁରୀ,ବାଲେଶ୍ବର ,କଟକ ଓ ଭୁବନେଶ୍ୱରର ଦୁଇଟି RTO ଅଧିକାରୀଙ୍କ ଯୋଗାଯୋଗ ନମ୍ବର ସେୟାର କରି ଏନେଇ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ସୂଚିତ କରାଯାଇଛି । ତେବେ ଏଭଳି ବିପଦ ସମୟରେ ବିଶେଷ କରି ଭଡ଼ା ଅଧିକ ନ ନେବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

ଏହା ବି ପଢନ୍ତୁ...Train Mishap In Odisha: ଗଲାଣି 261 ଜୀବନ, ଆହୁରି ବଢିବା ଆଶଙ୍କା

ଏହା ବି ପଢନ୍ତୁ...ମାନବିକତା ଦେଖାଇଲା ଗୁଜୁରାଟୀ ସମାଜ, ଯାତ୍ରୀଙ୍କୁ ବାଣ୍ଟିଲା ଖାଦ୍ୟ ପାନୀୟ

କଟକ ପାଇଁ 18ଟି ବସ, ଭୁବନେଶ୍ବର ପାଇଁ 16ଟି ବସ, ଯାଜପୁର ପାଇଁ 17ଟି ବାଲେଶ୍ବର ପାଇଁ 8ଟି ଓ ଭଦ୍ରକ ପାଇଁ 7ଟି ବସ ଓ 10ଟି ବୋଲର ବ୍ୟବସ୍ଥା ହୋଇଛି । ଯଦି କୌଣସି ବସ ଅତିରିକ୍ତ ଭଡା ଆଦାୟ କରିବେ ତେବେ ବସ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ବିଟ କରି କହିଛି ରାଜ୍ୟ ପରିବହନ ବିଭାଗ ।

ପ୍ରକାଶଥାଉ କି, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ 261ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 900ରୁ ଅଧିକ ଆହତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.