ମାନବିକତା ଦେଖାଇଲା ଗୁଜୁରାଟୀ ସମାଜ, ଯାତ୍ରୀଙ୍କୁ ବାଣ୍ଟିଲା ଖାଦ୍ୟ ପାନୀୟ

By

Published : Jun 3, 2023, 1:39 PM IST

thumbnail

କେନ୍ଦୁଝର: ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଅନେକ ଗୁଡିଏ ଟ୍ରେନର ଦିଗ ପରିବର୍ତ୍ତନ ହୋଇଛି । କେନ୍ଦୁଝର ଗଡ଼ ଷ୍ଟେସନ ଦେଇ ଦଶଟି ଟ୍ରେନ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଏହି ଷ୍ଟେସନ ଦେଇ ରେଳ ଚଳାଚଳ କରୁଥିବା ବେଳେ ଟ୍ରେନ ଯାତ୍ରୀଙ୍କ ପାଇଁ ମାନବିକତା ଦେଖାଇଛି ଗୁଜୁରାଟି ସମାଜ । ଷ୍ଟେସନରେ ଟ୍ରେନ ରହିବା ପରେ ଯାତ୍ରୀଙ୍କୁ ମାଗଣାରେ ବିସ୍କୁଟ ଓ ପାଣି ବୋତଲ  ଗୁଜୁରାଟି ସମାଜ ପକ୍ଷରୁ ବଣ୍ଟନ କରାଯାଉଛି । ଭୋକିଲା ଥିବା ଯାତ୍ରୀଙ୍କ ପାଇଁ ଏପରି ବିସ୍କୁଟ ଓ ପାଣି ବାଣ୍ଟୁଛି ଗୁଜୁରାଟି ସମାଜ । ଯାତ୍ରୀମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଟ୍ରେନ ବ୍ୟବସ୍ଥା ବ୍ୟାହତ ହେବା ପର୍ଯ୍ୟନ୍ତ ଏଭଳି ସେବା ଜାରି ରହିବ ବୋଲି ଗୁଜୁରାଟି ସମାଜ ପକ୍ଷରୁ କୁହାଯାଇଛି । ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 238 ପାର କରିଥିବା ବେଳେ ଆହତ ସଂଖ୍ୟା 900ରୁ ଊର୍ଦ୍ଧ୍ବ ରହିଛି ।  

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.