ETV Bharat / state

BSKY-ନବୀନ କାର୍ଡର ପଞ୍ଜିକରଣ ଅବଧି ବୃଦ୍ଧି, ଜାନୁଆରୀ ୨୬ ଶେଷ ଦିନ

author img

By ETV Bharat Odisha Team

Published : Jan 16, 2024, 3:49 PM IST

BSKY Nabin card
BSKY Nabin card

BSKY Nabin card: ବଢ଼ିଲା BSKY-ନବୀନ କାର୍ଡର ପଞ୍ଜୀକରଣ ଅବଧି । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା-ନବୀନ କାର୍ଡ ପଞ୍ଜିକରଣ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଆସନ୍ତା ଜାନୁଆରୀ ୨୬ ତାରିଖ ଯାଏଁ ଅନଲାଇନ ପଞ୍ଜିକରଣ ବୃଦ୍ଧି ପାଇଛି । ଅନଲାଇନ ପଞ୍ଜିକରଣ ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ସୂଚନା ଦେଇଛନ୍ତି । ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ କରିବା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଆଜି ତଥା ୧୬ ତାରିଖ ଶେଷ ହେବାର ଧାର୍ଯ୍ୟ କରାଯାଇଥିଲା ।

ଲୋକମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ନିବେଦନ ପରେ ପଞ୍ଜିକରଣ ଅବଧିକୁ ଆଉ ୧୦ ଦିନ ବଢ଼ାଇଛନ୍ତି ରାଜ୍ୟ ସରକାର । ଯେଉଁ ହିତାଧିକାରୀ ମାନେ BSKY କାର୍ଡ ପାଇନାହାନ୍ତି ସେମାନେ ନାମ ଏଥିରେ ପଞ୍ଜିକରଣ କରିପାରିବେ । ସରକାରୀ କର୍ମଚାରୀ, ସରକାରୀ ପେନସନ ଉପଭୋକ୍ତା ଓ କରଦାତାମାନେ ଏହି କାର୍ଡ ପାଇଁ ବିବେଚିତ ହେବେ ନାହିଁ । ବର୍ତ୍ତମାନ BSKY ଅନ୍ତର୍ଭୁକ୍ତ ହୋଇ ନଥିବା ବ୍ୟକ୍ତିମାନେ BSKY ନବୀନ କାର୍ଡ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଗୁରୁତର ରୋଗ ଅର୍ଥାତ କ୍ରିଟିକାଲ ରୋଗଗୁଡ଼ିକ ଲାଗି ସମ୍ପୂର୍ଣ ଭାବେ ମାଗଣାରେ ଉଚିତ ଚିକିତ୍ସା ପାଇପାରିବେ।

ଏହା ବି ପଢନ୍ତୁ- BSKY ନବୀନ କାର୍ଡ ଲୋକଙ୍କ ଲାଗି ସଞ୍ଜିବନୀ ସଦୃଶ: ଅମର

BSKY ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ରହିଥିବା ବେଳେ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ତେବେ ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି କାର୍ଡରେ ସମସ୍ତ ସୁବିଧା ପାଇବେ ବୋଲି ସୂଚନା ମିଳିଛି । ହିତାଧିକାରୀମାନେ www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସଚେତନତା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ତେଜିଲା BSKY-ନବୀନ କାର୍ଡ ରାଜନୀତି: ସମ୍ବିତ-ମୋହନ ମୁହାଁମୁହିଁ

ସ୍ବାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଭଳି ଭାବରେ ଲୋକମାନେ ଉଚିତ ଭାବରେ ସ୍ବାସ୍ଥ୍ୟ ସେବା ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଯେଭଳି ଭାବରେ ପଇସା ପାଇଁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହେବେ ସେନେଇ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି । ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ଏହାଦ୍ବାରା ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.