ETV Bharat / state

ତେଜିଲା BSKY-ନବୀନ କାର୍ଡ ରାଜନୀତି: ସମ୍ବିତ-ମୋହନ ମୁହାଁମୁହିଁ

author img

By ETV Bharat Odisha Team

Published : Jan 12, 2024, 8:35 AM IST

BSKY Nabin Card Politics
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

BSKY Nabin Card Politics: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବିଜେଡି ଓ ବିଜେପି ମଧ୍ୟରେ ବଢୁଛି କଳି । ଧର୍ମେନ୍ଦ୍ର-ପାଣ୍ଡିଆନଙ୍କ କଳିରେ ଏଣ୍ଟ୍ରି ମାରିଲେ ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଅଧିକ ପଢନ୍ତୁ

BSKY Nabin Card Politics

ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସରଗରମ ରାଜ୍ୟ ରାଜନୀତି । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଲାଗି ରହିଛି କଳି । କିଛିଦିନ ତଳେ ଏହି ଯୋଜନାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଥିବା ବେଳେ ଏହାର ଜାବାବ ଦେଇଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ । ଧର୍ମେନ୍ଦ୍ର-ପାଣ୍ଡିଆନଙ୍କ କଳିରେ ଏବେ ଏଣ୍ଟ୍ରି ମାରିଛନ୍ତି ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ବିଜେଡି ବିଧାୟକ ସମ୍ବିତ ରାଉତରାୟ । BSKYକୁ ନେଇ କେନ୍ଦ୍ର ମନ୍ତ୍ରୀ ଦେଇଥିବା ବୟାନ ସତ୍ୟ ବୋଲି ମୋହନ ଚରଣ ମାଝୀ କହିଥିବା ବେଳେ ଆୟୁଷ୍ମାନ ଭାରତ ଯୋଜନାର ବଜେଟ କେତେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ।

ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି, '' ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ରାଜ୍ୟବାସୀଙ୍କୁ ସେହି ଅନୁପାତରେ ମିଳିନାହିଁ । ଅନେକ ରୋଗୀ ଡାକ୍ତରଖାନାରୁ ଫେରିଯାଉଛନ୍ତି । ସରକାରୀ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ହେଇପାରୁନାହିଁ । ଯେଉଁ ରୋଗୀ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଉନାହିଁ, ସେ ପୁଣି ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସରକାରୀ ହସ୍ପିଟାଲରେ ଚିକିତ୍ସା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନାହାନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କଥା ନକହିବା ଭଲ । ସରକାରୀ ଡାକ୍ତରଖାନାରେ ରୋଗୀ ଟିଏ ବିଏସକେୱାଇ କାର୍ଡରେ ଚିକିତ୍ସାର ଲାଭ ପାଇବାରେ ସଫଳତା ସରକାର ଦେଇପାରୁନାହାନ୍ତି । କେବଳ ବଡ଼ ବଡ଼ ହୋଡ଼ିଂ ଲଗେଇଦେଲେ ଚିକିତ୍ସା ମିଳେନାହିଁ । କେନ୍ଦ୍ରମନ୍ତ୍ରୀ ଯାହା କହିଥିଲେ ସତ କଥା । 5ଟି ଅଧ୍ୟକ୍ଷ ଭୟଭୀତ ଓ ହତୋତ୍ସାହିତ ହୋଇ କାଉଣ୍ଟର କରିଛନ୍ତି । ସରକାରଙ୍କ ଧୂଆଁବାଣକୁ ଉଚିତ ଜବାବ ଦେବାକୁ ଆଗେଇ ଆସୁଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ; ‘ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବେ ବୋଲି ଲେଖନ୍ତୁ’

ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, '' କେନ୍ଦ୍ର ସରକାରଆମକୁ ହଇରାଣ କରିଛନ୍ତି । ଆବାସ ଯୋଜନାରେ କେନ୍ଦ୍ରର ଭାଗ ଶତ ପ୍ରତିଶତରୁ 60ରୁ 40 ପ୍ରତିଶତ ହେଲା । ଅଫିସିଆଲ କଷ୍ଟ ମିଶାଗଲେ କେନ୍ଦ୍ର ଓ ରାଜ୍ୟ ଭାଗ ସମାନ ପ୍ରତିଶତ ହେବ । ସଂକୀର୍ଣ୍ଣମନା ହୋଇ ନବୀନ ପଟ୍ଟନାୟକ ବାହାବା ନେଇଯାଉଛନ୍ତି ବୋଲି କହିଲେ । ଏଥିରେ ଅନେକ ପ୍ରତିବନ୍ଧକ ଲଗାଇଲା କେନ୍ଦ୍ର । କେନ୍ଦ୍ର ସରକାର ଯେତିକି ନଦେବେ ତାହାଠାରୁ ଅଧିକ କଥା କହିବେ । ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆମ ସରକାର ସକ୍ଷମ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମଧ୍ୟ ସ୍ୱାସ୍ଥ୍ୟ ଦେବା ଯୋଗାଇବାକୁ ସରକାର ସକ୍ଷମ । ଆୟୁଷ୍ମାନ ଭାରତ ଯୋଜନାର ବଜେଟ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ବାର୍ଷିକ ବଜେଟ କେତେ କୁହନ୍ତୁ । ଆମ ଲୋକଙ୍କୁ କେମିତି ଭଲ ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଗାଇ ଦେବୁ ତାହା ଆମେ ଭଲରେ ଜାଣିଛୁ । କେନ୍ଦ୍ର ଯୋଜନା ଲାଗୁ କରି ବାହାବା ନେବା ଲାଗି ସୁଯୋଗ ଦେବୁନାହିଁ । ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର କିଛି ଆବଶ୍ୟକତା ନାହିଁ । ନବୀନ ସରକାର ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଚାଲିଛନ୍ତି । ହଜାର ହଜାର ଲୋକ ଏହା ମାଧ୍ୟମରେ ଉପକୃତ ହେଉଛନ୍ତି । ଆମେ ବର୍ତ୍ତମାନ ସ୍ୱାବଲମ୍ବୀ । କାହା ପାଖରେ ହାତ ପତେଇବାର ନାହିଁ । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.