ETV Bharat / state

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ; ‘ନିର୍ବାଚନ ଇସ୍ତାହାରରେ BSKY ବନ୍ଦ କରିବେ ବୋଲି ଲେଖନ୍ତୁ’

author img

By ETV Bharat Odisha Team

Published : Jan 11, 2024, 7:55 AM IST

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ବଡ ଚ୍ୟାଲେଞ୍ଜ
ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ବଡ ଚ୍ୟାଲେଞ୍ଜ

VK Pandian slams Dharmendra: ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ BSKY ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ କାଉଣ୍ଟର ଆଟାକ କରିଛନ୍ତି ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ବଡ ଚ୍ୟାଲେଞ୍ଜ

ଭୁବନେଶ୍ବର: BSKYକୁ ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଠାଇଥିବା ପ୍ରଶ୍ନର ଜବାବ ରଣପୁରରେ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ନୟାଗଡ଼ ଜିଲ୍ଲାର ରଣପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀଙ୍କୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବଡ଼ ଆହ୍ବାନ ଦେଇଛନ୍ତି । ସମ୍ବଲପୁରରେ ଏକ ସଭାରେ କେନ୍ଦ୍ରମନ୍ତ୍ରୀ BSKYକୁ ଏକ ପ୍ରହସନ କହିଥିବା ବେଳେ ଏହି ମନ୍ତବ୍ୟକୁ କାଉଣ୍ଟର ଆଟାକ କରିଛନ୍ତି ପାଣ୍ଡିଆନ ।

ପାଣ୍ଡିଆନ କହିଛନ୍ତି, "ରାଜ୍ୟର ସବୁଠୁ ବଡ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରାବର ନିନ୍ଦା ଓ ସମାଲୋଚନା କରିଆସୁଛନ୍ତି । ଧର୍ମେନ୍ଦ୍ର କହିଥିଲେ BSKY ଏକ ପ୍ରହସନ । BSKY କାର୍ଡ କିଛି କାମରେ ଆସୁନାହିଁ । ଏହାକୁ ନେଇ ଲୋକେ ହଇରାଣ ହେଉଛନ୍ତି । ଏଭଳି ଯୋଜନା ଓଡିଶାବାସୀଙ୍କ ପାଇଁ ଦରକାର ନାହିଁ ବୋଲି ଧର୍ମେନ୍ଦ୍ର ସଭାରେ କହିଥିଲେ । ଯଦି ଏହି ଯୋଜନା ଏତେ ଖରାପ ତେବେ କେନ୍ଦ୍ରମନ୍ତ୍ରୀ ତାଙ୍କ ଦଳ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରକାଶ ହେବାକୁ ଥିବା ଦଳୀୟ ନିର୍ବାଚନୀ ଇସ୍ତାହାରରେ BSKYକୁ ବନ୍ଦ କରିବା ଲାଗି ଘୋଷଣା କରନ୍ତୁ । ଇସ୍ତାହାରର ପ୍ରଥମ ପଏଣ୍ଟରେ ଲେଖନ୍ତୁ ଯେ, ରାଜ୍ୟରେ ବିଜେପି ସରକାରକୁ ଆସିଲେ BSKY ଯୋଜନାକୁ ବନ୍ଦ କରିବେ । "

ଏହା ମଧ୍ୟ ପଢ଼ନ୍ତୁ...ଧାମନଗରରୁ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

BSKYକୁ ନିନ୍ଦା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ ଦେଇ ପାଣ୍ଡିଆନ ଏହା ମଧ୍ୟ କହିଛନ୍ତି ଯେ, BSKY ମାଧ୍ୟମରେ ଗରିବ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଦେଇଛନ୍ତି । ଏହି ଯୋଜନା ଦ୍ବାରା ବଡ଼ ବଡ଼ ହସ୍ପିଟାଲରେ ଗରିବ ଲୋକଙ୍କୁ ଚିକିତ୍ସା ସୁବିଧା ମିଳୁଛି । ଏହା କାହିଁକି କେନ୍ଦ୍ରମନ୍ତ୍ରୀଙ୍କ ଦେହରେ ଯାଉନି ଓ କେନ୍ଦ୍ରମନ୍ତ୍ରୀଙ୍କୁ କାହିଁକି ଏତେ ରାଗ ଲାଗୁଛି ।" ଧର୍ମେନ୍ଦ୍ରଙ୍କୁ ଇଙ୍ଗିତ କରି ସେ କହିଛନ୍ତି, "ପ୍ରକୃତ ନିଦରେ ଶୋଇଥିବା ଲୋକଙ୍କୁ ଉଠାଇ ହେବ । ନିଦରେ ଶୋଇଥିବା ଭଳି ଅଭିନୟ କରୁଥିବା ଲୋକଙ୍କୁ ଉଠାଇ ହେବନାହିଁ । ତେବେ ଜନତା ଜୋରରେ କହିଲେ ସେମାନେ ଉଠିବେ । ଲୋକେ BSKYକୁ ନେଇ ଖୁସିରେ ଅଛନ୍ତି । BSKYକୁ ନିନ୍ଦାର ଜବାବ ଓଡ଼ିଶାବାସୀ ଦେବେ ।"

5T ଅଧ୍ୟକ୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ BSKY କାର୍ଡକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଯେଉଁଭଳି ସଚେତନତା ସୃଷ୍ଟି କରୁଛନ୍ତି ସେହି ଢାଞ୍ଚାରେ ଏଠାରେ ମଧ୍ୟ କହିଛନ୍ତି । ଗ୍ରାମାଞ୍ଚଳର ଯେଉଁମାନେ ସ୍ବାସ୍ଥ୍ୟକାର୍ଡ ପାଇନାହାନ୍ତି ତୁରନ୍ତ ନାମ ପଞ୍ଜିକରଣ କରିବାକୁ ସେ ଆହ୍ବାନ ଦେଇଛନ୍ତି । ୬ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ପାଣ୍ଡିଆନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.