ETV Bharat / state

Odisha Cabinet: ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ନୀତିକୁ କ୍ୟାବିନେଟର ମୋହର

author img

By

Published : Jul 22, 2023, 9:12 AM IST

ଓଡିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫାବଲେସ ପଲିସିର ପ୍ରବର୍ତ୍ତନ ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ

odisha cabinet
odisha cabinet

odisha cabinet

ଭୁବନେଶ୍ବର: ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକଟ୍ରୋନିକ୍ସ ଚିପ ନିର୍ମାଣ ପାଇଁ ଆସିଛି ନୂଆ ନୀତି । ଯେଉଁମାନେ ଏହି କମ୍ପାନୀ ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ଦିଆଯିବ । ସେମିକଣ୍ଡକ୍ଟର ବା ଇଲେକ୍ଟ୍ରୋନିକ ଚିପ୍ସ ଉତ୍ପାଦନରେ ନିବେଶକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫାବଲେସ ପଲିସିର ପ୍ରବର୍ତ୍ତନ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହା ଲାଗୁ ହେବା ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା ।

ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ‘ଓଡ଼ିଶା ଗତ କିଛି ବର୍ଷ ମଧ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ରାଜ୍ୟର ରଣନୀତିକ ଅବସ୍ଥାନ, ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ନିବେଶକ ଅନୁକୂଳ ନୀତି ଯୋଗୁଁ ଏହା ବ୍ୟବସାୟ କ୍ଷେତ୍ରରେ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହୋଇପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସକ୍ରିୟ ମାର୍ଗଦର୍ଶନରେ ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଏବଂ ଉତ୍ପାଦନ ବା ଇଏସଡିଏମ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି ।’
ଏହା ମଧ୍ୟ ପଢନ୍ତୁ-Odisha Cabinet: ମିଶନ ଶକ୍ତି ସ୍କୁଟର ଯୋଜନାକୁ ମୋହର, ବିନା ସୁଧରେ ଲକ୍ଷେ ଟଙ୍କା ଋଣ


'' ଓଡିଶା ଏକ ପ୍ରମୁଖ ଶିଳ୍ପ ରାଷ୍ଟ୍ର ହୋଇ ରାଜ୍ୟରେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ନିବେଶକୁ ଆକର୍ଷିତ କରିବା ପାଇଁ ଯାତ୍ରା ଆରମ୍ଭ କରିଛି । ଓଡିଶାରେ ଏକ ଉତ୍କର୍ଷ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକାଶ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୂଲ୍ୟବାନ ମାର୍ଗଦର୍ଶନ ଏବଂ ଦୂରଦୃଷ୍ଟିର ଫଳାଫଳ । ଓଡିଶା ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ ଏବଂ ଫାବଲେସ ପଲିସି ଓଡିଶାରେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମର ବିକାଶ ପାଇଁ ଯୋଜନା କରିଛି । ଏହା ଜାତୀୟ ସେମିକଣ୍ଡକ୍ଟର ଇକୋସିଷ୍ଟମ ବିକାଶ କ୍ଷେତ୍ରରେ ସହଯୋଗ ସହିତ ଓଡିଶାକୁ ଦେଶର ସେମି କଣ୍ଡକ୍ଟର ଡିଜାଇନ ଏବଂ ଉତ୍ପାଦନର ଏକ ଅଗ୍ରଣୀ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଏହି ପଲିସିର 7 ବର୍ଷର ଅବଧିରେ ଅନ୍ତତଃ ପକ୍ଷେ ଗୋଟିଏ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ଏବଂ ପ୍ରାୟ 100 ଫାବଲେସ ଡିଜାଇନ କମ୍ପାନୀ ପ୍ରତିଷ୍ଠା କରିବ । ଏହା ସହିତ ପ୍ରାୟ 5000 ପ୍ରତ୍ୟକ୍ଷ ନିଯୁକ୍ତି ଏବଂ 20,000 ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.