ETV Bharat / state

Assembly News: 2021-22 ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସର୍ବାଧିକ ଘରପୋଡି

author img

By

Published : Nov 24, 2022, 10:11 PM IST

Etv Bharat
Etv Bharat

ରାଜ୍ୟରେ ନିୟନ୍ତ୍ରଣକୁ ଆସୁନାହିଁ ଘରପୋଡି ଘଟଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ 278 ଟି ଘର ପୋଡ଼ି ହୋଇଛି । କିନ୍ତୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ଘର ପୋଡ଼ି ନେଇ ରିପୋର୍ଟ ହୋଇନାହିଁ । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁନାହିଁ ଘରପୋଡି ଘଟଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଙ୍କ ଜିଲ୍ଲା ଗଞ୍ଜାମରେ ସର୍ବାଧିକ 278 ଟି ଘର ପୋଡ଼ି ହୋଇଛି । କିନ୍ତୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ଘର ପୋଡ଼ି ନେଇ ରିପୋର୍ଟ ହୋଇନାହିଁ । 2021-22 ବର୍ଷରେ ରାଜ୍ୟରେ 2 ହଜାର 167 ଘରପୋଡି ହୋଇଛି । ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତର ରଖି ଉତ୍ତର ଦେଇଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ଏହାବି ପଢନ୍ତୁ- Winter Session of Odisha Assembly: 16 ହଜାର 800 କୋଟି ଅତିରିକ୍ତ ବଜେଟ ଆଗତ

ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି , "୨୦୨୧- ୨୨ ରେ ରାଜ୍ୟରେ 2167 ଟି ଘରପୋଡି ଘଟଣା ହୋଇଛି । ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସଂପୂର୍ଣ୍ଣ ପୋଡିଯାଇଥିବା ଘର ପାଇଁ ପରିବାର ପିଛା 95, 100 ଟଙ୍କା, ବାସନକୁସନ ଓ ଲୁଗାପଟା ପାଇଁ ଯଥାକ୍ରମେ 2 ହଜାର ଏବଂ 1800 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ଏତଦ ବ୍ୟତୀତ ଘରପୋଡି ଦ୍ବାରା କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ ବାସଗୃହ ପାଇଁ ପଲିଥିନ ଏବଂ ସାମୟିକ ଭାବେ ରନ୍ଧା / ଶୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଉଛି ।"

ଏହାବି ପଢନ୍ତୁ- Credit card: କ୍ରେଡିଟ କାର୍ଡ ନେବା ପୂର୍ବରୁ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ଅନୁଗୁଳରେ 93, ବଲାଙ୍ଗୀରରେ 12, ବାଲେଶ୍ଵରରେ 124, ବରଗଡରେ 9, ଭଦ୍ରକରେ 57, ବୌଦ୍ଧରେ 27, କଟକରେ 203, ଦେଓଗଡ଼ରେ 9, ଢେଙ୍କାନାଳରେ 139, ଗଜପତିରେ 24, ଗଞ୍ଜାମ 278, ଜଗତସିଂହପୁରରେ 139, ଯାଜପୁରରେ 252, କଳାହାଣ୍ଡିରେ 2, କନ୍ଧମାଳରେ 38, କେନ୍ଦ୍ରାପଡାରେ 210, କେନ୍ଦୁଝରରେ 80, ଖୋର୍ଦ୍ଧା 28, କୋରାପୁଟ 15, ମାଲକାନଗିରି 19, ମୟୁରଭଞ୍ଜ 86, ନବରଙ୍ଗପୁରରେ 36, ନୟାଗଡ଼ 49, ପୁରୀ 185, ରାୟଗଡ଼ାରେ 21, ସୋନପୁରରେ 32 ଘରପୋଡି ମାମଲା ସମ୍ନାକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.