Winter Session of Odisha Assembly: 16 ହଜାର 800 କୋଟି ଅତିରିକ୍ତ ବଜେଟ ଆଗତ

author img

By

Published : Nov 24, 2022, 6:51 PM IST

16 ହଜାର 800 କୋଟି ଅତିରିକ୍ତ ବଜେଟ ଆଗତ

ଷୋଡଶ ବିଧାନସଭାର (Winter Session of Odisha Assembly) 11 ତମ ଅଧିବେଶନର ଆଜି ପ୍ରଥମ ଦିବସର ଦ୍ବିତୀୟାର୍ଦ୍ଧରେ ଗୃହରେ ଆଗତ ହୋଇଛି ଅତିରିକ୍ତ ବଜେଟ । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ (Panchayatraj Minister Pradip Amat) ଅତିରିକ୍ତ ବଜେଟ ପାଇଁ ମୋଟ 16 ହଜାର 800 କୋଟି ଟଙ୍କା ଆଗତ କରିଛନ୍ତି । ଅଧିକ ପଢନ୍ତୁ

ଭୁବନଶ୍ବର: ଷୋଡଶ ବିଧାନସଭାର (Winter Session of Odisha Assembly) 11 ତମ ଅଧିବେଶନର ଆଜି ପ୍ରଥମ ଦିବସର ଦ୍ବିତୀୟାର୍ଦ୍ଧରେ ଗୃହରେ ଆଗତ ହୋଇଛି ଅତିରିକ୍ତ ବଜେଟ । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ (Panchayatraj Minister Pradip Amat) ଅତିରିକ୍ତ ବଜେଟ ପାଇଁ ମୋଟ 16 ହଜାର 800 କୋଟି ଟଙ୍କା ଆଗତ କରିଛନ୍ତି ।

ଆର୍ଥିକ ବର୍ଷ 2022/23 ପାଇଁ ଏହି ଅତିରିକ୍ତ ବଜେଟ ଆଗତ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅନୁପସ୍ଥିତିରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ ଏହି ବଜେଟ ଆଗତ କରିଛନ୍ତି ।

ଏହାବି ପଢନ୍ତୁ- Winter Session of Odisha Assembly: ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ, ସରକାରଙ୍କ ଉପରେ ବର୍ଷିଲେ ନରସିଂହ

ଅତିରିକ୍ତ ବଜେଟରେ ପ୍ରଶାସନିକ ବ୍ୟୟ 4934 କୋଟି ହୋଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ 9200 କୋଟି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠି 2,610.46 କୋଟି ହୋଇଥିବାବେଳେ 55.54 କୋଟି ରାଜ୍ୟ ବଜେଟରୁ ସ୍ଥାନାନ୍ତର ହେବ । ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ କରିବା ନିମନ୍ତେ ଅତିରିକ୍ତ ପାଣ୍ଠିର ଆବଶ୍ୟକତା ରହିଛି । ବଜେଟ ପରବର୍ତୀ ସମୟରେ ମରୁଡ଼ି ଯୋଗୁଁ ଖରିଫ ଫସଲ ହାନି ପାଇଁ କୃଷକମାନଙ୍କୁ ସହାୟତା ପ୍ୟାକେଜ ଘୋଷଣା ହୋଇଛି । ପ୍ରଚଳିତ ରହିଥିବା କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ଜିତ ଯୋଜନା ଓ ଭାରତ ସରକାରଙ୍କ ଦ୍ବାରା ଘୋଷିତ ନୂତନ କେନ୍ଦ୍ର ପ୍ରଦର୍ଶିତ ଯୋଜନା ନିମନ୍ତେ ଅତିରିକ୍ତ ବ୍ୟୟବରାଦ । ଓଡିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା । ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନା ନିମନ୍ତେ ଅର୍ଥର ଆବଶ୍ୟକତା ଥିଲା ।

ପ୍ରଶାସନିକ ବ୍ୟୟ ଏବଂ ସ୍ଥାନୀୟ ସଂସ୍ଥାକୁ ସ୍ଥାନାନ୍ତର ଅନ୍ତର୍ଗତ ଆବଣ୍ଟନ ବାବଦକୁ ଅର୍ଥ ସମନ୍ଵୟ ଏବଂ ଅର୍ଥ ସମର୍ପଣ କରିଆରେ ବ୍ୟବସ୍ଥା କରାଯିବ । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଅଧୀନରେ ଆବଣ୍ଟନ ବାବଦକୁ ରାଜ୍ୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ପାଣ୍ଠି ( SDRMF ) ରେ ଉପଲବ୍ଧ ବର୍ଷ ଶେଷ ବଳକା ଦ୍ବାରା ବ୍ୟବସ୍ଥା କରାଯିବ । କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ଅତିରିକ୍ତ ବଜେଟରେ ବ୍ୟୟ ବରାଦ ହୋଇଥିବା 9 ହଜାର 200 କୋଟି ଟଙ୍କା ମଧ୍ୟରୁ 2 ହଜାର 066 କୋଟି ଟଙ୍କା ସହବନ୍ଧିତ ସମୂଳ ସୂତ୍ରରୁ ଓ 7 ହଜାର 134 କୋଟି ଟଙ୍କା ଅତିରିକ୍ତ ରାଜସ୍ବ ତଥା ଅର୍ଥ ସମର୍ପଣ ଦ୍ବାରା ଭରଣା କରାଯିବ ।

ଏହାବି ପଢନ୍ତୁ- EC Appointment Case: ଅତି ତରବରିଆରେ ହୋଇଛି ଗୋଏଲଙ୍କ ନିଯୁକ୍ତି, କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ମୋଟ 4 ହଜାର 934 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବଜେଟ ସ୍ଥିରୀକରଣ ପାଣ୍ଠି ପାଇଁ 3 ହଜାର 700 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଞ୍ଚାୟତିରାଜ ସଂସ୍ଥା ଦ୍ବାରା ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ବାସ୍ଥ୍ୟସେବା କେନ୍ଦ୍ରର ରକ୍ଷଣାବେକ୍ଷଣ ପାଇଁ 173 କୋଟି ଟଙ୍କା ପ୍ରଦାନ କରାଯାଇଛି । OPSC ଏବଂ SSC ଦ୍ବାରା ପରୀକ୍ଷା ପରିଚାଳନା ପାଇଁ 19 କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାର ମାଧ୍ୟମିକ ଶିକ୍ଷା ବୋର୍ଡକୁ 12 କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ST ଏବଂ SC ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ଚିକିତ୍ସା ପାଇଁ 4 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭେଷଜ ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନ ନିମନ୍ତେ 52 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । OLIC କୁ ଅନୁଦାନ ନିମନ୍ତେ 34 କୋଟି ଟଙ୍କା ପ୍ରଦାନ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟକୁ 53 କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି ।

କୃଷକ କଲ୍ୟାଣ, ଖାଦ୍ୟ ନିରାପତ୍ତା ଓ ଜଳସେଚନ ସୁବିଧା ପାଇଁ ମୋଟ 306.65 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ 91 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କୃଷି ସମ୍ପ୍ରସାରଣ ଏବଂ ପ୍ରଯୁକ୍ତିବିଦ୍ୟା ଜାତୀୟ ମିଶନ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଟଙ୍କିକିଆ ଚାଉଳ ଯୋଗାଣ ପାଇଁ 164 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ବାସ୍ଥ୍ୟ ସେବାର ସୁବିଧା ଜନସ୍ବାସ୍ଥ୍ୟ ସେବା ପାଇଁ ମୋଟ 867 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ 38 କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ଓ ଭେଷଜ ମହାବିଦ୍ୟାଳୟ ଆଦିରେ ଭିତ୍ତିଭୂମି ବିକାଶ ନିମନ୍ତେ 68 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ 51 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ସୁପର ସ୍ପେସିଆଲିଟି ସ୍ବାସ୍ଥ୍ୟ ସେବା ପାଇଁ 33 କୋଟି ବ୍ୟୟ ବରାଦ କରାଯାଇଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନର ରାଜ୍ୟ ଅଂଶଧନ ବିବାଦକୁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମହିଳା ଓ ଶିଶୁମାନଙ୍କର ସଶକ୍ତିକରଣ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ମୋଟ 172 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମିଶନ୍ ଶକ୍ତି ସମ୍ବଳ କାର୍ଯ୍ୟକ୍ରମ ଅଧୀନରେ 33 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ -2.0 ଅଧୀନରେ 27 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ରାଜ୍ୟରେ କାର୍ଯ୍ୟକାରି ଥିବା ICDS ଯୋଜନା ଅଧୀନରେ ଅଙ୍ଗନବାଡି କର୍ମୀ ତଥା ସହାୟକ ମାନଙ୍କ ଭରା ନିମନ୍ତେ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ନୂତନ ଗ୍ୟାସ ସଂଯୋଗ ନିମନ୍ତେ 60 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । MAMATA ଯୋଜନା ଅଧୀନରେ ଗର୍ଭବତୀ ମହିଳାମାନଙ୍କ ପାଇଁ ସର୍ତ୍ତମୂଳକ ନଗଦ ହସ୍ତାନ୍ତର ନିମନ୍ତେ 28 କୋଟି ବ୍ୟୟବରାଦ କରାଯାଇଛି । ବିଜୁ ଶିଶୁ ସୁରକ୍ଷା ଯୋଜନା ଆଶୀର୍ବାଦ ଅଧୀନରେ କୋଭିଡ ଯୋଗୁଁ ପିତା-ମାତାଙ୍କୁ ହରାଇଥିବା ଶିଶୁ ମାନଙ୍କ ଯତ୍ନ ଓ ସୁରକ୍ଷା ନିମନ୍ତେ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହାବି ପଢନ୍ତୁ- Assembly Winter session: ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ 438 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଶିକ୍ଷା ଯୋଜନା ନିମନ୍ତେ 166 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଛୁଆ ବର୍ଗ ଏବଂ ଜନଜାତିମାନଙ୍କ ବିକାଶ ପାଇଁ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ମାନଙ୍କ ପ୍ରାକ ମ୍ୟାଟ୍ରିକ୍ ଛାତ୍ର ବୃଦ୍ଧି ପାଇଁ 87 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା PVTGs ସଶକ୍ତିକରଣ ଏବଂ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ପାଇଁ 30 କୋଟି ପ୍ରଦାନ କରାଯାଇଛି । ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ମୋଟ 2,084 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧ୍ୟାହ୍ନ ଭୋଜନକୁ ରାଜ୍ୟ ସହାୟତା ପାଇଁ 39 କୋଟି ଟଙ୍କା ପ୍ରଦାନ କରାଯାଇଛି । ମୋ ସ୍କୁଲ୍ ଅଭିଯାନ ପାଇଁ 306 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ 301 କୋଟି ଟଙ୍କା ପ୍ରଦାନ କରାଯାଇଛି । ଅଣ ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ 22 କୋଟି ଟଙ୍କା ଏବଂ ଅଣ ସରକାରୀ ସହାୟତା ପ୍ରାପ୍ତ ହାଇସ୍କୁଲ ପାଇଁ 67 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ 50 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅଣ ସରକାରୀ କଲେଜଗୁଡ଼ିକୁ ଅନୁଦାନ ନିମନ୍ତେ 135 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ସ୍କଲାରସିପ୍ ପାଇଁ 26 କୋଟି ପ୍ରଦାନ କରାଯାଇଛି । କ୍ରୀଡ଼ା ଭିତ୍ତିଭୂମି ବିକାଶ ଏବଂ ପରିଚାଳନା ନିମନ୍ତେ 508 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡ଼ିଶା ରାଜ୍ୟ ସ୍ବୟଂ ନିଯୁକ୍ତି ମିଶନ ପାଇଁ 25 କୋଟି ପ୍ରଦାନ କରାଯାଇଛି । Engineering Schools / Polytechnics ଗୁଡିକର ଭିତ୍ତିଭୂମି ବିକାଶ ପାଇଁ 22 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଗ୍ରାମୀଣ ଗୃହ ନିର୍ମାଣ, କର୍ମ ନିଯୁକ୍ତି, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଇଁ ମୋଟ 552 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ପାଇଁ 550 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସହରାଞ୍ଚଳ ଉନ୍ନୟନ ସହାରାଞ୍ଚଳ ଉନ୍ନୟନ ପାଇଁ ମୋଟ 782 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସହରୀ ପରିମଳ ଯୋଜନା ଅଧୀନରେ 337 କୋଟି ଏବଂ ସହରୀ ଶାସନର ଉନ୍ନତି ପାଇଁ 10 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । Smart CITY ଯୋଜନା ଅଧୀନରେ 296 କୋଟି ଏବଂ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ 33 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । CITIIS ଯୋଜନା ଅଧୀନରେ 71 କୋଟି ପ୍ରଦାନ କରାଯାଇଛି ।

ଶକ୍ତି, ସୂଚନା ପ୍ରଯୁକ୍ତି, ବାଣିଜ୍ୟ, ପରିବହନ ଏବଂ ଅନୁସନ୍ଧାନ ଓ ବିକାଶ କ୍ଷେତ୍ରଗୁଡିକ ପାଇଁ ମୋଟ 388 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଓଡିଶା ରାଜ୍ୟ ସଡକ ପରିବହନ ନିଗମ (OSRTC)କୁ ଆର୍ଥିକ ସହାୟତା ଭାବରେ 49 କୋଟି । ବସ୍ ଟର୍ମିନାଲ୍ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ ପାଇଁ 188 କୋଟି ପ୍ରଦାନ କରାଯାଇଛି । ଛୋଟ ବନ୍ଦରର ବିକାଶ ପାଇଁ 2 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । State Capital Project ପାଇଁ 3 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଆମ ଘରେ LED Light ଯୋଜନା ପାଇଁ ୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ମୋଟ 128 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପର୍ଯ୍ୟଟନର ପ୍ରଚାର ପ୍ରସାର ତଥା ପର୍ଯ୍ୟଟକ ମାନଙ୍କ ସୂଚନା ପାଇଁ 99 କୋଟି ବ୍ୟୟ ବରାଦ କରାଯାଇଛି । ସଂସ୍କୃତି ନିର୍ଦ୍ଦେଶାଳୟ ନିମନ୍ତେ 25 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସୂଚନାଯୋଗ୍ୟଯେ ଆଜି ଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନ ଡିସେମ୍ବର 31 ତାରିଖ ଯାଏଁ ଚାଲିବ । ନଭେମ୍ବର 30 ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ । ଏଥି ସହିତ ଡିସେମ୍ବର 2 ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.