ETV Bharat / state

Odisha Assembly: ସ୍ୱାସ୍ଥ୍ୟ ସେବାକୁ ନେଇ ବିରୋଧୀଙ୍କ ଉଦବେଗ, ରାଜ୍ୟରେ 40 ପ୍ରତିଶତ ଡାକ୍ତର ପଦବୀ ଖାଲି ପଡ଼ିଛି

author img

By

Published : Mar 28, 2023, 5:04 PM IST

Updated : Mar 28, 2023, 6:13 PM IST

Etv Bharat
Etv Bharat

‘‘ରାଜ୍ୟରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ସାଧାରଣ ଲୋକେ ସେବା ପାଇବାରୁ ବଞ୍ଚିତ’’ ସ୍ୱାସ୍ଥ୍ୟ ସେବାକୁ ନେଇ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏଭଳି ପ୍ରତିକ୍ରିୟା ରଖିଛନ୍ତି । କେଉଁଠି ଡାକ୍ତର ନାହାଁନ୍ତି ତ କେଉଁଠି ନକଲି ଡାକ୍ତର ଅଛନ୍ତି । କେଉଁଠି ପୁଣି ନକଲି ମେଡିସିନ । ଅଧିକ ପଢନ୍ତୁ

ରାଜ୍ୟରେ 40 ପ୍ରତିଶତ ଡାକ୍ତର ପଦବୀ ଖାଲି: ବିରୋଧୀ

ଭୁବନେଶ୍ବର: ରାଜ୍ୟରେ ଭୁଷୁଡି ପଡିଛି ସ୍ବାସ୍ଥ୍ୟସେବା । ମେଡିକାଲରେ ଡାକ୍ତର ନାହାଁନ୍ତି । ଆବଶ୍ୟକ ସ୍ବାସ୍ଥ୍ୟ କର୍ମଚାରୀ ନାହାଁନ୍ତି । ପୁଣି କେଉଁଠି ନକଲି ଔଷଧ ତ କେଉଁଠି ସ୍ବାସ୍ଥ୍ୟ ସେବା ନାଁରେ ଦୁର୍ନୀତି । ଏମିତି ଚାଲିଛି ସ୍ବାସ୍ଥ୍ୟସେବା । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପାଇଁ ଦାୟୀ କିଏ ? କାହାର ଅପାରଗତା ପାଇଁ ଅସୁସ୍ଥ ହୋଇପଡିଛି ସ୍ବାସ୍ଥ୍ୟ ବିଭାଗ । ଆଜି ଶୁନ୍ୟକାଳରେ ଆଗତ ମୁଲତବୀ ନୋଟିସ ଆଲୋଚନାରେ ଭାଗ ନେଇ ଏଭଳି ସରକାରଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ବିଧାୟକ ରାଜନ ଏକ୍କା ।

ଆଗତ ମୁଲତବୀ ପ୍ରସ୍ତାବ ଶୀର୍ଷକ ‘‘ରାଜ୍ୟରେ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ସାଧାରଣ ଲୋକେ ସେବା ପାଇବାରୁ ବଞ୍ଚିତ’’ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା । କେଉଁଠି ଡାକ୍ତର ନାହାଁନ୍ତି ତ କେଉଁଠି ନକଲି ଡାକ୍ତର ଅଛନ୍ତି । କେଉଁଠି ପୁଣି ନକଲି ମେଡିସିନ । ରାଜ୍ୟରେ ମୂଳ ଡାକ୍ତର ପଦବୀ ରୁ 40 ପ୍ରତିଶତ ଖାଲି ଅଛି । ମହିଳା ସ୍ବାସ୍ଥ୍ୟକର୍ମୀ 7 ହଜାର ପଦବୀ ଖାଲି । ରେଗୁଲାର ଷ୍ଟାଫ ନର୍ସ 10 ହଜାର ଅଭାବ ରହିଛି । 800 ଫାର୍ମାସିଷ୍ଟ ପଦବୀ ଖାଲି। 9000 ଫାର୍ମାସିଷ୍ଟ ରହିବା କଥା।ଭୀମସାରରେ 12 ପ୍ରଫେସର ପଦବୀ ଖାଲି ପଡିଛି । 30 ବଡ ବିଶିଷ୍ଟ ଆଇସିୟୁ ସହ ଅପରେନ ଥିଏଟର(ଓଟି) ରହିବା କଥା, କିନ୍ତୁ ନାହିଁ ।

ଏହାବି ପଢନ୍ତୁ- ରାସ୍ତା ରକ୍ଷଣାବେକ୍ଷଣ ବ୍ୟୟ ବରାଦ ସମୁଦ୍ରକୁ ଶଙ୍ଖେ: ସନ୍ତୋଷ ସିଂ ସାଲୁଜା

ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟର ଯେଉଁ ମେଡିକାଲରେ 300 ଶଯ୍ୟା ରହିଛି ସେଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଁଲ ପାରିତ କରିଥିଲେ ତତ୍କାଳୀନ ଉପା ସରକାର । ଏଥିପାଇଁ ପ୍ରତି ମେଡିକାଲ କଲେଜକୁ 100 କୋଟି ଟଙ୍କା ଦିଆଯାଇଥିଲା। ହେଲେ କାହିଁକି ବିପର୍ଯ୍ୟୟ ସ୍ବାସ୍ଥ୍ୟସେବା। ରାଜ୍ୟରେ ମୋଟ 10774 ଡାକ୍ତର ପଦବୀ ଖାଲି ଅଛି ।" 7180 ନିଯୁକ୍ତି ଦେଇଛନ୍ତି ସରକାର ବୋଲି ତାରା କହିଛନ୍ତି ।

ଏହାବି ପଢନ୍ତୁ- Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ସେବା ସର୍ବଭାରତୀୟ ସ୍ତରରେ ଆଦୃତ ହୋଇଛି । ସ୍ବାସ୍ଥ୍ୟ ବଜେଟର ୩୦ ପ୍ରତିଶତ ମେଡିସିନ ବାବଦରେ ଖର୍ଚ୍ଚ ହେଉଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ରାଜ୍ୟର ୯୬.୫ ଲକ୍ଷ ପରିବାର ଲାଭବାନ ହୋଇଛନ୍ତି । ୭ ଲକ୍ଷ ୨୫ ହଜାର ୩୪୨ ଜଣ ହିତାଧିକାରୀ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ବାବଦରେ ୧୪୪୩. ୭୮ କୋଟି ଟଙ୍କା ଖର୍ଚ୍ଚ ହେଉଛି । ସରକାରୀ ଚିକିତ୍ସାଳୟ ଉନ୍ନତି ପାଇଁ ଆମ ହସ୍ପିଟାଲ ଯୋଜନା ଆରମ୍ଭ ହୋଇଛି । ରାଜ୍ୟରେ ୨୧୨୫ ମେଡିକାଲ ସିଟ ଥିବା ବେଳେ ଆସନ୍ତା ବର୍ଷ ୨୫୦୦କୁ ବୃଦ୍ଧି କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 28, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.