ETV Bharat / state

Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

author img

By

Published : Mar 28, 2023, 1:01 PM IST

ବିଧାନସଭା ଶୂନ୍ୟକାଳରେ ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

jay narayan mishra raised mahandi water issue
ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନରେ ଆଜି ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ପରେ ଶୂନ୍ୟକାଳ ଆରମ୍ଭ ହୋଇଥିଲା । ଶୂନ୍ୟକାଳରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା । ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବାକୁ ଦାବି କରିଛନ୍ତି ବିରୋଧୀ ।

ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଥିଲେ,'' 2017ରେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ କମିଟି ଗଠନ ହୋଇଥିଲା । କମିଟି ବୈଠକ କେବେ ବସିଥିଲା ଓ କମିଟି କଣ ପ୍ରସ୍ତାବ ଦେଇଛି । କମିଟିରେ କଣ ନିଷ୍ପତ୍ତି ହୋଇଛି ବିଧାନସଭାରେ ବିବୃତ୍ତି ଉପସ୍ଥାପନ କରନ୍ତୁ । ସେହିପରି ୱାଟର ଟ୍ରିବ୍ୟୁନାଲରେ 5 ଜଣିଆ କମିଟି ଗଠନରେ କେତେ ଖର୍ଚ୍ଚ ହୋଇଛି ତାର ରିପୋର୍ଟ ଦିଆଯାଉ ।''

ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଉଳ କିଣା ପ୍ରସଙ୍ଗ ଉଠାଇଥିଲେ । କମିଟି ଗୁଡ଼ିକର ବୈଠକ କେବେ ବି ହୋଇନାହିଁ । ମୋସନ ଆଲୋଚନା ହେବ ବୋଲି ଆଶା । ମନ୍ତ୍ରୀ ବିବୃତ୍ତି ଦେଇ ନାହାନ୍ତି । ବିବୃତ୍ତି ଦେଲେ କିଛି ଅନୁଚିତ ହେବ ନାହିଁ ବୋଲି କହିଥିଲେ ନରସିଂହ ।

କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଓଡ଼ି଼ଶାର କିନ୍ତୁ କିଛି ହସ୍ତକ୍ଷେପ କରୁନାହାନ୍ତି ଏହାକୁ ଗୁରୁତର ସହିତ ନିଅନ୍ତୁ ବୋଲି କହିଥିଲେ ବିଧାୟକ ନିରସିଂହ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ପ୍ରଶ୍ନ କରିଥିଲେ ନରସିଂହ । ଗୃହରେ ଅନୁପସ୍ଥିତ ରହିଲେ ଆଲୋଚନାର ମୂଲ୍ୟ କଣ ରହିବ । 6 ତାରିଖ ଯାଏଁ ବିଧାନସଭା ଅଛି । ତାପରେ ଯାଆନ୍ତୁ । ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଅଛି ଆଲୋଚନା ପାଇଁ । ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବା ଭଲ ହେବ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେ ଆହୁରି କହିଛନ୍ତି, 20 ଲକ୍ଷ ମେଟ୍ରିକ ଟନ ଚାଉଳ କିଣିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରଙ୍କୁ କିଏ କହିଲା ଧାନ କିଣିବା ପାଇଁ ? ଏଫସିଆଇକୁ କୁହାଯାଉ ଧାନ କିଣିବା ପାଇଁ । ରାଜ୍ୟ ସରକାରଙ୍କର କେଉଁଠି ଗୁଡ଼ କି ଚିନି ରହିଗଲା । ଆଗେଇ ଆସୁଛନ୍ତି କିଣିବା ପାଇଁ । ଆଉ ପାଟି କରୁଛନ୍ତି କେନ୍ଦ୍ର କିଣିଲା ନାହିଁ ବୋଲି । ଜଳସେଚିତ ଜମିରୁ 19 କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଜମିରୁ 13 କ୍ବିଣ୍ଟାଲ କିଣିବେ । ତେବେ ବାକି ଧାନ ଚାଷୀ କଣ କରିବ । ମନ୍ତ୍ରୀ ଉତ୍ତର ଦେଇପାରୁନାହାନ୍ତି । ଚାଷୀଙ୍କୁ ଶୋଷଣ କରୁଛନ୍ତି ଏବଂ ଧାନ କିଣୁଛନ୍ତି । ଏଫସିଆଇକୁ କାହିଁକି ଧାନ କିଣିବା ପାଇଁ ଛାଡୁ ନାହାନ୍ତି । ତୁରନ୍ତ ଏଫସିଆଇକୁ ଚିଠି ଲେଖନ୍ତୁ ଧାନ କିଣିବା ପାଇଁ । ଏମଓୟୁ ପ୍ରତ୍ୟାହାର କରନ୍ତୁ ରାଜ୍ୟ ସରକାର ।''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.