ETV Bharat / state

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଚଳଚ୍ଚିତ୍ର ‘ଦ ସି ଆଣ୍ଡ ସେଭନ ଭିଲେଜେସ’ ପ୍ରଦର୍ଶତ

author img

By ETV Bharat Odisha Team

Published : Nov 26, 2023, 8:52 PM IST

୫୪ତମ ଇଣ୍ଡିଆନ ପାନାରୋମା ୨୦୨୩ ଘୋଷଣା । ଏଥିରେ ମନୋନୀତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ୍"। ସମ୍ମାନୀତ ହେଲେ ପୁରା ଟିମ । ଅଧିକ ପଢନ୍ତୁ

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶତ ହେଲା ଓଡ଼ିଆ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ "
ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶତ ହେଲା ଓଡ଼ିଆ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ "

ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶତ ହେଲା ଓଡ଼ିଆ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ "

ଭୁବନେଶ୍ୱର: ଇଣ୍ଡିଆନ ପାନାରୋମାରେ ଚୟନ ହେଲା ଓଡ଼ିଆ ଚଳଚ୍ଚିତ୍ର । ୫୪ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆରେ ସାମିଲ ହେଲା ଓଡ଼ିଆ ଚଳଚ୍ଚିତ୍ର "ଦ ସି ଆଣ୍ଡ ସେଭନ ଭିଲେଜେସ "। ଜଳବାୟୁ ପରିବର୍ତ୍ତନ ଉପରେ ଚଳଚ୍ଚିତ୍ରଟି ପର୍ଯ୍ୟବେସିତ ହୋଇଛି । ଗୋଆ ଫିଲ୍ମ ଫେଷ୍ଟିବାଲରେ ଏହି ସିନେମାଟି ପ୍ରଦର୍ଶିତ ହେବା ସହ ଫିଲ୍ମ ପୁରା ଟିମ ରେଡ କାର୍ପେଟରେ ଚାଲିଛନ୍ତି । ଏହାସହ ପୁରା ଟିମକୁ ଇଣ୍ଡିଆନ ପାନାରୋମା ପକ୍ଷରୁ ସମ୍ମାନିତ କରାଯାଇଛି ।

କିଟ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିବେଦିତ କାଦମ୍ବିନୀ ମିଡ଼ିଆ ପ୍ରଯୋଜିତ ସିନେମା "ଦ ସି ଆଣ୍ଡ ସେଭନ ଭିଲେଜେସ୍" ଇଣ୍ଡିଆନ ପାନାରୋମାରେ ଚୟନ ହୋଇ ଗୋଆରେ ପ୍ରଦର୍ଶିତ ହୋଇଛି । ଏହି ସିନେମାଟିକୁ ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦେଶନା ଦେଇଥିବାବେଳେ ପ୍ରଯୋଜନା କରିଛନ୍ତି କାଦମ୍ବିନୀ ମିଡ଼ିଆର ସମ୍ପାଦିକା ଡକ୍ଟର ଇତି ସାମନ୍ତ । ସିନେମାରେ ସହ ନିର୍ଦେଶିକା ଭାବେ ଗୀତି ମୁଗ୍ଧ ସାହାଣୀ କରିଥିବାବେଳେ ସିନେମାଟୋଗ୍ରାଫର ମାନସ ରଥ ଏବଂ ଆସୋସିଇଏଟ ସିନେମାଟୋଗ୍ରାଫର ସତ୍ୟଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗୋଆ ଫିଲ୍ମ ଫେଷ୍ଟିବାଲରେ ଏହି ସିନେମାଟି ପ୍ରଦର୍ଶିତ ହେବା ସହ ବେଶ ପ୍ରଶଂସା ସାଉଁଟିଛି ।

ଏହା ମଧ୍ୟ ପଢନ୍ତୁ....ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ଦ ସି ଆଣ୍ଡ୍‌ ସେଭେନ୍‌ ଭିଲେଜେସ୍‌'

୫୪ତମ ଇଣ୍ଡିଆନ ପାନାରୋମା ୨୦୨୩ର ଘୋଷଣାରେ ବିଭିନ୍ନ ବିଭାଗରେ ଭାରତରୁ ୨୫ଟି ଫିଚର ଏବଂ ୨୦ଟି ନନ ଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ମନୋନୀତ ହେଇଛି । ଏହି କ୍ରମରେ ନନ ଫିଚର ଫିଲ୍ମ ବିଭାଗରେ ମନୋନୀତ ହେଇଛି "ଦ ସି ଆଣ୍ଡ ସେଭନ ଭିଲେଜେସ୍"। ଏହି ବିଭାଗରେ ସାରା ଭାରତରେ 20ଟି ସିନେମା ସ୍ଥାନ ପାଇଛି । ସେଥିମଧ୍ୟରୁ 'ସି ଆଣ୍ଡ ସେଭେନ ଭିଲେଜ' ଅନ୍ୟତମ ।

ପୂର୍ବରୁ ଏହି ସିନେମାଟି ଦେଶ ବିଦେଶର ଅନେକ ଚଳଚିତ୍ର ଉତ୍ସବରେ ସ୍ଥାନ ପାଇ ସଫଳତା ସାଉଁଟିଛି । ସେଥିମଧ୍ୟରୁ କେରଳ ଫିଲ୍ମ ଫେଷ୍ଟିଭାଲ, ଜାଗରଣ ଫିଲ୍ମ ଫେଷ୍ଟିଭାଲ, ୟୁ ଏସର ଲେନ ଡକ ଫିଲ୍ମ ଫେଷ୍ଟିଭାଲ, 25th ମଦୁରାଇ ଇଣ୍ଟରନେସନଲ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଫେଷ୍ଟିଭାଲ, 10th ସିଲିଗୁଡି ସର୍ଟ ଆଣ୍ଡ ଡକ୍ୟୁମେଣ୍ଟାରୀ ଫିଲ୍ମ ଫେଷ୍ଟିଭାଲ ଅନ୍ୟତମ ।

ଏହା ମଧ୍ୟ ପଢନ୍ତୁ....IFFM 2023 Winners list: ରାନୀ ମୁଖାର୍ଜୀ ଶ୍ରେଷ୍ଠ ଅଭିନେତ୍ରୀ, ପଠାନକୁ ମିଳିଲା ପିପୁଲ ଚଏସ ଆୱାର୍ଡ

ଏହା ମଧ୍ୟ ପଢନ୍ତୁ....Cannes 2023: 'ଏନାଟୋମି ଅଫ୍ ଏ ଫଲ୍'କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.